Heavy Rain Lashes Rourkela ଜଳମୟ ହୋଇଗଲା ରାଉରକେଲା, ଜନଜୀବନ ଅସ୍ତବ୍ୟସ୍ତ
"ରାଉରକେଲା: ରାଉରକେଲାରେ ପ୍ରବଳ ବର୍ଷା, ପୁଣିଥରେ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି।
ସହରର ପ୍ରମୁଖ ରାସ୍ତା, ରିଂ ରୋଡ୍ ତଥା ବିଭିନ୍ନ ବସ୍ତି ଅଞ୍ଚଳରେ ଆଣ୍ଠୁଏ ପାଣି ଜମିରହିଛି।
ଯଦ୍ବାରା ଯାତାୟାତ ବାଧାପ୍ରାପ୍ତ ହୋଇଛି।
ପ୍ରାୟ ୫୦ରୁ ଅଧିକ ଘର ଭିତରକୁ ବର୍ଷା ପାଣି ପଶିବାରୁ ଲୋକେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଘରର ଆସବାବପତ୍ର ଓ ଖାଦ୍ୟଶସ୍ୟ ନଷ୍ଟ ହୋଇଯିବା ସହ ବାହାରକୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ିଛି।Advertisment କିଛି ଦିନର ବ୍ୟବଧାନପରେ ସୋମବାର ପ୍ରବଳ ବର୍ଷା ପରିଲକ୍ଷିତ ହୋଇଥିଲା।
ସକାଳ ସାଢେ ୬ଟାରୁ ପ୍ରାୟ ସାଢେ ଟା ଯାଏଁ ଓ ଅପରାହ୍ନ ପ୍ରାୟ ୪ଟାରୁ ବର୍ଷା ଲାଗି ରହିଛି।
ଏହି ବର୍ଷା ଅନେକକଙ୍କ ପାଇଁ ଅଯଥା ଦୁଃଖ ଆଣିଦେଇଛି।
ବିଶେଷକରି ଇନ୍ଦିରାନଗର ଓ ମଛଲି ମାର୍କେଟ୍ବାସୀଙ୍କ ଦୁର୍ଦ୍ଦଶା ଦ୍ବିଗୁଣିତ ହୋଇଛି।
ଉଭୟ ବସ୍ତିର ପ୍ରାୟ ୫୦ରୁ ଅଧିକ ଘର ଜଳବନ୍ଦି ହୋଇରହିଛି।
ଗତବର୍ଷ ମଧ୍ୟ ଏହି ଅଞ୍ଚଳବାସୀ ସମାନ ଅବସ୍ଥା ଭୋଗିଥିଲେ।
ଏତଦ୍ବ୍ୟତୀତ ବିଭିନ୍ନ ବସ୍ତି, ବିଶେଷକରି ତଳିଆ ଅଞ୍ଚଳରେ ବସବାସ କରୁଥିବା ପରିବାର ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏହାସହ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ପଥ ପାର୍କିଂ ପୁଣି ବୁଡ଼ିଯାଇଥିଲା।
ସେଠାରେ ପାଣି ୩/୪ ଫୁଟ ପାଣି ଜମି ରହିବାରୁ ପାଖାପାଖି ୩୦ ଯାନବାହନ ବୁଡ଼ିଯାଇଥିଲା।
ଉକ୍ତ ଅଞ୍ଚଳ ଦେଇ ଯାଇଥିବା ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଯୋଗୁ ବର୍ଷା ପାଣି ନିଷ୍କାସିତ ନହୋଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।
ସେହିଭଳି ସ୍ମାର୍ଟସିଟିର ରାସ୍ତାଘାଟଗୁଡ଼ିକ ପୋଖରୀର ଭ୍ରମ ସୃଷ୍ଟି କରୁଥିବା ବେଳେ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି ଘଟିଛି।
Odisha flood 2026 ଓଡ଼ିଶାରେ ବନ୍ୟା ସ୍ଥିତି: ୪୪ଟି ବ୍ଲକ୍, ୨୪୩ଟି ପଞ୍ଚାୟତ ଏବଂ ୭୪୮ଟି ଗ୍ରାମ ପ୍ରଭାବିତ, ୨୨୬ଟି ଜଳବନ୍ଦୀ ସ୍ଥାନୀୟ ଗୁରୁଦ୍ବାରା ରୋଡ୍, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ୍ ସମେତ ରିଂ ରୋଡ୍ର ଟ୍ରାଫିକ୍ ଗେଟ୍, ଆର୍ଏସ୍ପି ପ୍ରଶାସନିକ ଭବନ ସମ୍ମୁଖ, ସାରନା ଛକ, ଏୟାର୍ଷ୍ଟ୍ରିପ୍ ରୋଡ୍ରେ ପାଣି ଜମା ହୋଇରହିଥିଲା।
ଫଳରେ ଗମନାଗମନ ବହୁମାତ୍ରାରେ ପ୍ରଭାବିତ ହୋଇଛି।
ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷ ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
