Heavy Rain: ପୋଲ ଭାସିଗଲା, ଅନେକ ଗାଁ ବିଚ୍ଛିନାଞ୍ଚଳ, ୪୫ ହଜାରରୁ ଅଧିକ ଲୋକ ପ୍ରଭାବିତ
"ଗୁଆହାଟୀ: ଅରୁଣାଚଳ ପ୍ରଦେଶ ଏବଂ ଆସାମରେ ପ୍ରବଳ ବର୍ଷା ଲାଗି ରହିଛି।
ପ୍ରବଳ ବର୍ଷା ଯୋଗୁ ଅଚାନକ ବନ୍ୟା ଏବଂ ଭୂସ୍ଖଳନ ହୋଇ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି।
ରାସ୍ତାଘାଟ, ପୋଲ ଏବଂ ସାଧାରଣ ଭିତ୍ତିଭୂମି ବ୍ୟାପକ କ୍ଷୟକ୍ଷତି ହୋଇଛି।
ଗତ ଗୋଟିଏ ସପ୍ତାହ ମଧ୍ୟରେ ବର୍ଷା ଜନିତ କାରଣ ପାଇଁ ଅରୁଣାଚଳ ପ୍ରଦେଶରେ ୪ ଜଣଙ୍କର ମୃତ୍ୟୁ ହୋଇଛି।Advertisment ବନ୍ୟା ଜଳ ଯୋଗୁ ଆସାମରେ ୪୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।
ଅରୁଣାଚଳ ପ୍ରଦେଶରେ ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ରହିଛି।
୧୨ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ପ୍ରମୁଖ ରାସ୍ତା ଗୁଡ଼ିକ ଭୂସ୍ଖଳନ ଯୋଗୁ ପୋତି ହୋଇଯିବାରୁ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।
ଏଥିଯୋଗୁ ପରିବହନ ଏବଂ ରିଲିଫ୍ ଅପରେସନ୍ରେ ବାଧା ଉପୁଜିଛି।
ଲୋୟର ଦିବାଙ୍ଗ ଭ୍ୟାଲି ଜିଲ୍ଲାରେ ଏକ ବଡ଼ ଉଦ୍ଧାର ଅପରେସନ୍ ପରିଚାଳନା କରାଯାଇଛି।
ସିସିରୀ ନଦୀ କୁଦରେ ୪ ଜଣ ଫସି ଯାଇଥିବାବେଳେ ସେମାନଙ୍କୁ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଦ୍ବାରା ଉଦ୍ଧାର କରାଯାଇଛି।
ଲଗାଣ ବର୍ଷା ମଧ ରୋଇଙ୍ଗ- ଆନିନି ରୋଡ୍ରେ ପ୍ରବଳ କ୍ଷୟକ୍ଷତି କରିଛି।
ଅଚାନକ ବନ୍ୟା ଯୋଗୁ ଏଠାରେ ଅନେକ ପୋଲ ଭସାଇ ନେଇଛି।
ପୂର୍ବ ସିଆଙ୍ଗ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ରୁକସିନ୍ ସବଡିଭିଜନ୍ରେ ବାଦଲଫଟା ବର୍ଷା ହେବା ଯୋଗୁ ଲେଡ଼ୁମ ଏବଂ କୋରାଙ୍ଗ ଗ୍ରାମରେ ଅଚାନକ ବନ୍ୟା ଆସି ଅନେକ ଘର କ୍ଷତିଗ୍ରସ୍ତ କରିଛି ଏବଂ ଅନେକ ଘର ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମିକୁ ବୁଡ଼ାଇ ଦେଇଛି।
ରେମା ପୋଲ ଭୁଶୁଡ଼ି ପଡ଼ିଥିବାବେଳେ ବୋକରାଙ୍ଗ ପୋଲ ବ୍ୟାପକ କ୍ଷୟକ୍ଷତି ହୋଇଛି।
ଏସଡିଆରଏଫ୍, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଭଲ୍ୟୁଣ୍ଟିୟରମାନେ ପ୍ରାୟ ୪୦ ବାସିନ୍ଦାଙ୍କୁ ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପଠାଇଛନ୍ତି।
ଅନ୍ୟପକ୍ଷେ କେୟି ପାନୟୋର ଜିଲ୍ଲାରେ ଗତ ସପ୍ତାହରୁ ନିଖୋଜ ଥିବା ୨ ଜଣଙ୍କୁ ଏବେ ବି ଉଦ୍ଧାରକାରୀ ଦଳ ଖୋଜୁଛନ୍ତି।
Assam:ଆସାମ ଓ ଅରୁଣାଚଳରେ ବର୍ଷା ବିତ୍ପାତ ପଡ଼ୋଶୀ ଆସାମରେ ବନ୍ୟା ସ୍ଥିତି ଅତ୍ୟନ୍ତ ଖରାପ୍ ରହିଛି।
ଆସାମରେ ୪୫,୫୦୦ରୁ ଅଧିକ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବାବେଳେ ଜଣେ ଲୋକ ନିଖୋଜ ଅଛନ୍ତି।
ଆସାମରେ ପ୍ରଭାବିତ ଜିଲ୍ଲା ଗୁଡ଼ିକ ହେଉଛି ଚିରାଙ୍ଗ, ଧେମାଜୀ, ଦିବ୍ରୁଗଡ଼, ଲଖିମପୁର ଏବଂ ନଳବରୀ।
ଏଥି ମଧ୍ୟରୁ ଧେମାଜୀ ସବୁଠାରୁ ଖରାପ୍ ଭାବେ ପ୍ରଭାବିତ ଜିଲ୍ଲା।
ଏଠାାରେ ୪୧ ହଜାରରୁ ଅଧିକ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି।
ଉଭୟ ଆସାମ ଏବଂ ଅରୁଣାଚଳପ୍ରଦେଶରେ ଉଦ୍ଧାର ଅପରେସନ୍ ଜୋରଦାର ହୋଇଛି।
"