Small Savings Schemes : ସୁକନ୍ୟା ସମୃଦ୍ଧି ଯୋଜନାରେ ୮.୨% ସୁଧ

Jun 30, 2026 - 20:12
Small Savings Schemes : ସୁକନ୍ୟା ସମୃଦ୍ଧି ଯୋଜନାରେ ୮.୨% ସୁଧ

"ନୂଆଦିଲ୍ଲୀ: ଆସନ୍ତା ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ୮.୨୦ ପ୍ରତିଶତ ସୁଧ ମିଳିବ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ତିନି ମାସ ଅବଧି ପାଇଁ ବିଭିନ୍ନ ସ୍ବଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ଘୋଷଣା କରାଯାଇଛି।

ଗତ ଏପ୍ରିଲ-ଜୁନ ତ୍ରୈମାସିକର ସୁଧକୁ ଆସନ୍ତା ତ୍ରୈମାସିକ ପାଇଁ ଅପରିବର୍ତ୍ତିତ ରଖାଯାଇଛି।Advertisment ସେହି ଅନୁସାରେ ଡାକ ଘର ସଞ୍ଚୟ ଖାତା ସୁଧ ୪ ପ୍ରତିଶତ, ବର୍ଷିକିଆ ମିଆଦୀ ଜମା ସୁଧ ୬.୯ ପ୍ରତିଶତ, ଦୁଇ ବର୍ଷିଆ ମିଆଦୀ ଜମା ସୁଧ ୭ ପ୍ରତିଶତ, ୩ ବର୍ଷିଆ ମିଆଦୀ ଜମା ସୁଧ ୭.୧ ପ୍ରତିଶତ ଓ ୫ ବର୍ଷିଆ ମିଆଦୀ ଜମା ସୁଧ ୭.୫ ପ୍ରତିଶତ ରହିଛି।

୫ ବର୍ଷିଆ ରିକରିଂ ଡିପୋଜିଟ୍‌ (ଆର୍‌ଡି) ଜମା ସୁଧ ୬.୭ ପ୍ରତିଶତ, ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍‌ ସୁଧ ୮.୨ ପ୍ରତିଶତ, ମାସିକ ଆୟ ଖାତା ସୁଧ ୭.୪ ପ୍ରତିଶତ, ଜାତୀୟ ସଞ୍ଚୟ ସାର୍ଟିଫିକେଟ ସୁଧ ୭.୭ ପ୍ରତିଶତ ଓ ପବ୍ଲିକ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ ସ୍କିମ୍‌ ସୁଧ ୭.୧ ପ୍ରତିଶତ ରହିଛି।

ପଣ୍ଡିତ ଦୀନ ଦୟାଲଙ୍କ ୧୦୪ତମ ଜୟନ୍ତୀ : ସୁକନ୍ୟା ସମୃଦ୍ଧି ଯୋଜନାର ଜମା ବହି ବଣ୍ଟନ "