Heavy humidity: ପ୍ରାକ୍ ମୌସୁମୀ ବର୍ଷା ସତ୍ତ୍ବେ ପ୍ରବଳ ଗୁଳୁଗୁଳି
"ଭୁବନେଶ୍ବର: ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷା ସତ୍ତ୍ବେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି।
ବିଶେଷ କରି ଆଜି ବାଲେଶ୍ବର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା ଓ ନୟାଗଡ଼ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅତିଷ୍ଠ କରିଥିଲା।
ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ଆଜି ୪୧.୬ ଡିଗ୍ରି, ବଲାଙ୍ଗୀରରେ ୪୧.୬ ଡିଗ୍ରି, ବୌଦ୍ଧରେ ୪୧.୨ ଡିଗ୍ରି, ବରଗଡ଼ରେ ୪୦.୬ ଡିଗ୍ରି, ହୀରାକୁଦ ଓ ତାଳଚେରରେ ୪୦ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଯାଇଛି।Advertisment Cricket: ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମ୍କୁ "ଡିମେରିଟ୍ ପଏଣ୍ଟ" ଆସନ୍ତା ୧୨ ତାରିଖ ଯାଏଁ ରାଜ୍ୟରେ ଗରମ ଓ ଗୁଳୁଗୁଳି ସ୍ଥିତି ଜାରି ରହିବ।
ଏଥିସହ ପ୍ରାକ୍-ମୌସୁମୀ ବର୍ଷା ଯୋଗୁଁ ବି ରାତି ତାପମାତ୍ରାରେ ହ୍ରାସ ଦେଖାଯାଇପାରେ ବୋଲି ଆଞ୍ଚଳିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅନ୍ୟପଟେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଉତ୍ତର-ପୂର୍ବ ରାଜ୍ୟ, ସମ୍ପୂର୍ଣ୍ଣ ସିକିମ୍ ଓ ହିମାଳୟ ପାଦଦେଶର ପଶ୍ଚିମବଙ୍ଗର କିଛି ଅଂଶରେ ସ୍ପର୍ଶ କରିଛି।
ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ସ୍ପର୍ଶ କରିପାରେ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ।
ଆସନ୍ତାକାଲି ସମଗ୍ର ଓଡ଼ିଶାରେ ପ୍ରାକ୍-ମୌସୁମୀ ବର୍ଷା ହୋଇପାରେ।
ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ।
ରାଜଧାନୀ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଆସନ୍ତାକାଲି ପାଗ ମେଘୁଆ ରହିବ।
Accident: ମହେନ୍ଦ୍ରଗିରି ମେଳା: ୩ଦିନରେ ତିନି ଶ୍ରଦ୍ଧାଳୁ ମୃତ, ୫୦ରୁ ଊର୍ଦ୍ଧ୍ବ ଆହତ"