India's development: ‘ଯୋଜନାର ଗତି ଓ ବିସ୍ତାର ବଢ଼ିଛି’: ଲୋକଙ୍କ ଚାହିବା ଅନୁଯାୟୀ ସରକାର ଯୋଜନା କରୁଛନ୍ତି

Jun 10, 2026 - 05:10
India's development: ‘ଯୋଜନାର ଗତି ଓ ବିସ୍ତାର ବଢ଼ିଛି’: ଲୋକଙ୍କ ଚାହିବା ଅନୁଯାୟୀ ସରକାର ଯୋଜନା କରୁଛନ୍ତି

"ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗତ ୧୨ବର୍ଷରେ ଦେଶର ପ୍ରତିଟି କ୍ଷେତ୍ରରେ ବିକାଶ ହୋଇଛି।

ବିକାଶ ଏମିତି ହେଉଛି ଯେ ଆମେ ବିକଶିତ ଭାରତ ଆଡ଼କୁ ଆଗଉଛେ।

୧୨ବର୍ଷରେ ଦେଶରେ ସଡ଼କ, ରେଳପଥ, ଜଳପଥ, ଆକାଶପଥରେ ସଂଯୋଗୀକରଣ ବଢ଼ିଛି।

ଦେଶରେ ବହୁତ ବଡ଼ ବଡ଼ ପ୍ରକଳ୍ପ ହୋଇଛି।

ଲୋକଙ୍କ ଜୀବନଶୈଳୀରେ ବଡ଼ ପରିବର୍ତ୍ତନ ହୋଇଛି।

ସବୁ ବର୍ଗର ଲୋକଙ୍କର ବିକାଶ ହୋଇଛି।

ଭାରତ ୫ଟ୍ରିଲିଅନ୍‌ ଡଲାର ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି।

କାରଣ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ଯୋଜନାଗୁଡ଼ିକର ଗତି ଓ ବିସ୍ତାର ବଢ଼ିଛି।

ସବୁ ବର୍ଗଙ୍କ ପାଇଁ ଯୋଜନା ହୋଇଛି, ସମସ୍ତଙ୍କ ନିକଟରେ ଯୋଜନା ପହଞ୍ଚିଛି।

Advertisment Narendra Modi: ଭାରତର ସବୁଠାରୁ ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ମୋଦୀ; ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା ଆଜି ଲୋକସେବା ଭବନ କନ‌ଭେନସନ୍‌ ସେଣ୍ଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହିପରି ଭାବେ ୧୨ବର୍ଷର ମୋଦୀ ସରକାରଙ୍କ ସଫଳତାକୁ ବଖାଣିଛନ୍ତି।

ସେ ପୂର୍ବର ୟୁପିଏ ସରକାର ଓ ବର୍ତ୍ତମାନର ଏନ୍‌ଡିଏ ସରକାରର କିଛି ଯୋଜନାକୁ ତୁଳନା କରି ମୋଦୀ କିପରି ଯୋଜନାଗୁଡ଼ିକୁ ଗତି ଦେଇଛନ୍ତି ଏବଂ ଦେଶର କୋଣ ଅନୁକୋଣରେ ପହଞ୍ଚାଇଛନ୍ତି ତାହା ବର୍ଣ୍ଣନା କରିଥିଲେ।

ଶ୍ରୀ ମେଘୱାଲ କହିଥିଲେ, ପୂର୍ବରୁ ଇନ୍ଦିରା ଆବାସ ଯୋଜନା ଥିଲା।

ଏଥିରେ ଗୋଟିଏ ଗୋଟିଏ ଗାଁରେ ବର୍ଷକୁ ୨ ରୁ ୩ଜଣଙ୍କୁ ଇନ୍ଦିରା ଆବାସ ମିଳୁଥିଲା।

ଏଥିରେ ୫୦ହଜାର ଟଙ୍କା ଦିଆଯାଉଥିବାବେଳେ ସରକାର ପରିବେଶ ନାଁରେ ୭ହଜାର ଟଙ୍କା କାଟି ହିତାଧିକାରୀଙ୍କୁ ୪୩ହଜାର ଟଙ୍କା ଦେଉଥିଲେ।

ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏହା ପିଏମ୍‌-ଆବାସ ହେଲା।

ପ୍ରତି ଗାଁରେ ୨୦୦ରୁ ୩୦୦ଜଣଙ୍କୁ ଘର ମିଳିଲା।

ଘର ପାଇଁ ୧ଲକ୍ଷ ୨୦ହଜାର ଟଙ୍କା ବି ଦିଆଗଲା।

ଏବେ ୪କୋଟି ଲୋକ ପିଏମ୍-ଆବାସ ପାଇଲେଣି।

ମୋଦୀଙ୍କ ଯୋଗୁଁ ଭାରତର ବିକାଶ ଆଗେଇଛି: ମୁଖ୍ୟମନ୍ତ୍ରୀ ଲୋକଙ୍କ ଚାହିବା ଅନୁଯାୟୀ ସରକାର ଯୋଜନା କରୁଛନ୍ତିଡବଲ୍‌ ଇଞ୍ଜିନ୍‌ ସରକାରରେ ଓଡ଼ିଶା  ବିକାଶର ନୂଆ ଉଚ୍ଚତା ଛୁଇଁଛି  ପୂର୍ବରୁ ନିର୍ମଳ ଯୋଜନା ଥିଲା।

ହେଲେ ଗୋଟେ ଗାଁ ସ୍ବଚ୍ଛ ନଥିଲା।

ମୋଦୀଜୀ ଆସିବା ପରେ ସ୍ବଚ୍ଛ ଭାରତ ଅଭିଯାନରେ ପ୍ରତି ଘରେ ଘରେ ପାଇଖାନା କଲେ।

୧୦କୋଟି ପାଇଖାନା ହେଲାଣି।

ରାସ୍ତାଘାଟରୁ ଆରମ୍ଭ କରି ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନ୍‌ ସବୁ ଏବେ ଚକାଚକ୍।

ସେହିପରି ହଜାରେ ଦିନରେ ୧୮ହଜାର ଗାଁରେ ବିଦ୍ୟୁତ୍‌ ସଂଯୋଗ ଦିଆଗଲା।

କାରଣ ମୋଦୀଜୀ ଯୋଜନାର ଗତି ଓ ବିସ୍ତାର ବଢ଼ାଇଲେ।

ପିଏମ୍‌-କିଷାନ ଭଳି ନୂଆ ଯୋଜନା ଆସିବା ପରେ ଏବେ ଏଥିରେ ୧୧କୋଟି କୃଷକ ଯୋଡ଼ି ହୋଇଗଲେଣି।

ସେହିପରି ୧୨ବର୍ଷରେ ୧୭୨୫ଟି ଅନାବଶ୍ୟକ ଆଇନକୁ ହଟାଇ ଦିଆଯାଇଛି।

ଇଂରେଜମାନେ ଆମକୁ ଦଣ୍ଡ ଦେବାକୁ ଭାରତୀୟ ଦଣ୍ଡ ସଂହିତା (ଅାଇପିସି) ଆଣିଥିଲେ।

କିନ୍ତୁ ମୋଦୀଜୀ ଭାରତୀୟଙ୍କୁ ନ୍ୟାୟ ଦେବାକୁ ଚାହୁଥିବାରୁ ଭାରତୀୟ ନ୍ୟାୟ ସଂହିତା ଆଣିଲେ।

ଇ-କୋର୍ଟ ବ୍ୟବସ୍ଥା ଆରମ୍ଭ କରିଲେ।

ଯେଉଁଥିରେ ଗୋଟିଏ ଦିନରେ ଜାମିନ ପାଉଥିବା ଲୋକ ଜେଲ୍‌ରୁ ମୁକୁଳିପାରୁଛି।

ଏହାସହ ମୋଦୀଜୀ ଦୁର୍ନୀତି, ବାଟମାରଣା କମାଇବାକୁ ଡିବିଟି ବ୍ୟବସ୍ଥା ଆରମ୍ଭ କଲେ।

ଏଥିରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଗଲା।

ଫଳରେ ପୂର୍ବରୁ ରାସନ୍ କାର୍ଡ, ଜାଲ୍ ଚାକିରି ଭଳି ବିଭିନ୍ନ ମାଧ୍ୟମରେ ଅଯୋଗ୍ୟଙ୍କୁ ଟଙ୍କା ମିଳୁଥିଲା।

ଡିବିଟି ଆସିବା ପରେ ୪.୩୧ଲକ୍ଷ କୋଟି ଟଙ୍କା ଲୁଟ୍‌କୁ ରୋକାଯାଇପାରିଲା।

ମୋଦୀଜୀ ୧୨ବର୍ଷରେ ବିଶ୍ବାସର, ବିକାଶର ଓ ଜନକଲ୍ୟାଣର ସରକାର ଭେଟି ଦେଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

PM Modi: ଜୁନ୍‌ ୧୦ରେ ମୋଦୀ ହେବେ ଦେଶର ସର୍ବାଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଆଜି କେନ୍ଦ୍ର ସରକାରଙ୍କ ନିରନ୍ତର, ସ୍ୱଚ୍ଛସେବା, ସୁଦୃଢ଼ ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର ଅଭିଯାତ୍ରାର ୧୨ ବର୍ଷ ଏବଂ ତୃତୀୟ ପାଳିର ଦୁଇଟି ଅସାଧାରଣ, ସଫଳ ବର୍ଷ ପୂର୍ଣ୍ଣ ହୋଇଛି।

ସବୁଠାରୁ ଗୌରବମୟ କଥା ହେଉଛି, ଆସନ୍ତାକାଲି ମୋଦୀଜୀ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ଶାସନ ମୁଖ୍ୟ ଭାବେ ସର୍ବାଧିକ ସମୟ (୪୩୯୯ ଦିନ) ସେବା କରିବାର ଏକ ଅଭୂତପୂର୍ବ, ନୂତନ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି।

ଏଥିପାଇଁ ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ତରଫରୁ ଆନ୍ତରିକ ଶୁଭେଚ୍ଛା।

ଏହାସହ ପ୍ରଧାନମନ୍ତ୍ରୀଙ୍କ ସଫଳତା ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ଦୁଇ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱ ଅନେକ ଭୂ-ରାଜନୈତିକ ଅସ୍ଥିରତା ଓ ଆହ୍ୱାନର ସମ୍ମୁଖୀନ ହୋଇଛି।

କିନ୍ତୁ ମୋଦୀଜୀଙ୍କ ସଂକଳ୍ପବଦ୍ଧ ନେତୃତ୍ୱ ଯୋଗୁଁ ଭାରତର ବିକାଶ ରଥ ଅଟକି ନାହିଁ।

ମୋଦୀଜୀଙ୍କ ଦିଗ୍‌ଦର୍ଶନରେ ଆଜି ଡବଲ୍‌ ଇଞ୍ଜିନ୍‌ ସରକାରରେ ଓଡ଼ିଶା ବିକାଶର ନୂଆ ଶିଖର ଛୁଇଁଛି।

ସମୃଦ୍ଧ ଓଡ଼ିଶା ଗଠନ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଛି।

ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ଅଭାବରୁ କେନ୍ଦ୍ରୀୟ ଯୋଜନା ସଫଳତାର ସହ କାର୍ଯ୍ୟନ୍ବୟନ ହେଉନଥିଲା।

ମାତ୍ର ଡବଲ୍‌ ଇଞ୍ଜିନ୍‌ ସରକାରରେ ସେ ସମସ୍ୟା ଆଉ ନାହିଁ।

ଲୋକଙ୍କୁ ପ୍ରତ୍ୟେକ ଯୋଜନାର ସୁଫଳ ମିଳୁଛି।

ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ସହାୟତାରେ ବାହୁଦାରେ ୨୧୫୦୦କୋଟି ଟଙ୍କାରେ ହେବାକୁ ଥିବା ବନ୍ଦର,  କେନ୍ଦ୍ରାପଡ଼ାରେ ୨୨୭୦୦କୋଟି ଟଙ୍କାରେ ମେଗା ଜାହାଜ ନିର୍ମାଣ କେନ୍ଦ୍ର, ୧୨୨୦୦ କୋଟି ଟଙ୍କାରେ ହେବାକୁ ଥିବା ନ୍ୟାସନାଲ ‌ୱାଟର୍‌ ୱେ, ବିଭିନ୍ନ ବିମାନବନ୍ଦର ପ୍ରକଳ୍ପ, ବିସିପିପିଇଆର୍ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ସହଯୋଗରେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହାସହ କିପରି କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ଲାଭବାନ ହେଉଛି ତା"ର ବିସ୍ତୃତ ସୂଚନା ଦେଇଥିଲେ।

ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ବାଗତ ଭାଷଣ ଦେଇଥିବାବେଳେ ମଞ୍ଚରେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମୁଖ୍ୟ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।"