Healthy Drinks: ଥକାପଣ ଓ ଦୁର୍ବଳତା ଦୂର କରିବ ଏହି ହେଲ୍ଦି ଡ୍ରିଙ୍କ, ହିମୋଗ୍ଲୋବିନ୍ ପାଇଁ ମଧ୍ୟ ଉପକାରୀ

Sep 13, 2026 - 15:37
Healthy Drinks: ଥକାପଣ ଓ ଦୁର୍ବଳତା ଦୂର କରିବ ଏହି ହେଲ୍ଦି ଡ୍ରିଙ୍କ, ହିମୋଗ୍ଲୋବିନ୍ ପାଇଁ ମଧ୍ୟ ଉପକାରୀ

"ଭୁବନେଶ୍ବର: ଦିନସାରା କାମ କରିବା ପରେ ଥକାପଣ ଲାଗିବା ସାଧାରଣ କଥା।

କିନ୍ତୁ ବାରମ୍ବାର ଦୁର୍ବଳ ଲାଗିବା, ଶୀଘ୍ର ଥକିଯିବା କିମ୍ବା ସିଡ଼ି ଚଢ଼ିବା ବେଳେ ଶ୍ୱାସ ଫୁଲିବା ଭଳି ସମସ୍ୟା ହେଲେ ଖାଦ୍ୟରେ ଆଇରନ୍‌, ପ୍ରୋଟିନ୍‌ ଭଳି ପୋଷକତତ୍ତ୍ୱର ଅଭାବ ଏକ କାରଣ ହୋଇପାରେ।

ଏଭଳି ସ୍ଥିତିରେ ପୋଷକତତ୍ତ୍ୱରେ ଭରପୂର ଖାଦ୍ୟକୁ ଦୈନନ୍ଦିନ ଡାଏଟ୍‌ରେ ସାମିଲ କରିବା ସ୍ବାସ୍ଥ୍ୟ ପ୍ରତି ଉପକାରୀ ହୋଇପାରେ।Advertisment  ପ୍ରସ୍ତୁତ କରନ୍ତୁ ଏହି ଡ୍ରିଙ୍କ ଏନେଇ ଏକ ହେଲ୍ଦି ଡ୍ରିଙ୍କ୍‌ର ରେସିପି ଚର୍ଚ୍ଚାରେ ରହିଛି।

ଏହା ପ୍ରସ୍ତୁତ କରିବା ପାଇଁ ୪ଟି ଖଜୁରୀ, ୭-୮ଟି କିସମିସ୍‌, ୨ଟି ଶୁଖିଲା ଅଞ୍ଜିର, ୪ଟି କାଜୁ, ଏକ ଚାମଚ କଖାରୁ ମଞ୍ଜି, ୭-୮ଟି ବାଦାମ ଓ ୨ଟି ଅଖରୋଟ ଆବଶ୍ୟକ।

ଏଥିରେ ଆବଶ୍ୟକ ଅନୁସାରେ କ୍ଷୀର କିମ୍ବା ଲାକ୍ଟୋଜ୍‌-ଫ୍ରି କ୍ଷୀର ଏବଂ ଦୁଇ ଚିମୁଟା କେଶର ମିଶାଇପାରିବେ।

ଏହି ଡ୍ରିଙ୍କ୍‌ ପ୍ରସ୍ତୁତ କରିବା ପାଇଁ ରାତିରେ ଖଜୁରୀ, କିସମିସ୍‌, ଅଞ୍ଜିର, କାଜୁ ଓ କଖାରୁ ମଞ୍ଜିକୁ ପାଣିରେ ଭିଜାଇ ରଖନ୍ତୁ।

ଅନ୍ୟ ଏକ ପାତ୍ରରେ ବାଦାମ ଓ ଅଖରୋଟକୁ ଭିଜାଇ ରାତିସାରା ରଖିବାକୁ ପଡ଼ିବ।

ସକାଳେ ବାଦାମର ଚୋପା ଛଡ଼ାଇ ଅଖରୋଟ ସହ ମିକ୍ସରରେ ପକାନ୍ତୁ।

ଏହାପରେ ରାତିରେ ଭିଜାଇ ରଖିଥିବା ଖଜୁରୀ, କିସମିସ୍‌, ଅଞ୍ଜିର ଓ ଅନ୍ୟ ସାମଗ୍ରୀକୁ ସେହି ପାଣି ସହ ମିକ୍ସରରେ ପକାନ୍ତୁ।

ଆବଶ୍ୟକ ଅନୁସାରେ କ୍ଷୀର କିମ୍ବା ପାଣି ଏବଂ କେଶର ମିଶାଇ ୧-୨ ମିନିଟ୍‌ ପର୍ଯ୍ୟନ୍ତ ଭଲ ଭାବେ ବ୍ଲେଣ୍ଡ କରନ୍ତୁ।

ପ୍ରସ୍ତୁତ ଡ୍ରିଙ୍କ୍‌କୁ ଗ୍ଲାସ୍‌ରେ ଢାଳି ଉପରେ କଟା ପିସ୍ତା ପକାଇ ପରଷିପାରିବେ।

ତେବେ ହିମୋଗ୍ଲୋବିନ୍‌ କମିବାର କାରଣ ସବୁବେଳେ କେବଳ ଖାଦ୍ୟରେ ଆଇରନ୍‌ର ଅଭାବ ନୁହେଁ।

ଲଗାତାର ଥକାପଣ, ଦୁର୍ବଳତା, ମୁଣ୍ଡ ବୁଲିବା କିମ୍ବା ଶ୍ୱାସ ଫୁଲିବା ଭଳି ସମସ୍ୟା ରହିଲେ ହିମୋଗ୍ଲୋବିନ୍‌ ପରୀକ୍ଷା କରାଇ ଡାକ୍ତରଙ୍କ ପରାମର୍ଶ ନେବା ଭଲ।

ସନ୍ତୁଳିତ ଖାଦ୍ୟ ସହ ଆବଶ୍ୟକ ହେଲେ ବିଶେଷଜ୍ଞଙ୍କ ପରାମର୍ଶରେ ଚିକିତ୍ସା ନେବା ଉଚିତ।

ବାରମ୍ବାର ଫାଟୁଛିକି ଗୋଇଠି?

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)