China: ଚା’ ବିକ୍ରି କରିବେ ନା କରିବେ ଯୁଦ୍ଧ? କର୍ମଚାରୀଙ୍କୁ ମିଲିଟାରୀ ଟ୍ରେନିଂ ଦେଲା ଚୀନ୍‌ର ମିଲ୍କ ଟି କମ୍ପାନି

Sep 13, 2026 - 15:37
China: ଚା’ ବିକ୍ରି କରିବେ ନା କରିବେ ଯୁଦ୍ଧ? କର୍ମଚାରୀଙ୍କୁ ମିଲିଟାରୀ ଟ୍ରେନିଂ ଦେଲା ଚୀନ୍‌ର ମିଲ୍କ ଟି କମ୍ପାନି

"ନୂଆଦିଲ୍ଲୀ: ନୂଆ ଚାକିରିରେ ଯୋଗଦେବା ପୂର୍ବରୁ କର୍ମଚାରୀଙ୍କୁ ଟ୍ରେନିଂ ଦେବା ସାଧାରଣ କଥା।

କିନ୍ତୁ ଚୀନ୍‌ର ଏକ ମିଲ୍କ ଟି କମ୍ପାନିର ଟ୍ରେନିଂ ପଦ୍ଧତି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି।

କମ୍ପାନି ନୂଆ କର୍ମଚାରୀଙ୍କୁ ମିଲିଟାରୀ ଶୈଳୀରେ ପ୍ରଶିକ୍ଷଣ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ସାଧାରଣତଃ ମିଲ୍କ ଟି ଷ୍ଟୋରରେ କର୍ମଚାରୀଙ୍କୁ ଗ୍ରାହକଙ୍କ ଅର୍ଡର ନେବା, ଡ୍ରିଙ୍କ୍‌ ପ୍ରସ୍ତୁତ କରିବା, ପେମେଣ୍ଟ ନେବା ଏବଂ ଭିଡ଼ ସମୟରେ ଦ୍ରୁତ କାମ କରିବା ଭଳି ଦାୟିତ୍ୱ ତୁଲାଇବାକୁ ପଡ଼େ।

ଏଥିପାଇଁ ଦଳଗତ ଭାବେ କାମ କରିବା ଓ ସମୟାନୁବର୍ତ୍ତିତା ଗୁରୁତ୍ୱପୂର୍ଣ୍ଣ।

Advertisment କମ୍ପାନି କହିଲା- ଶୃଙ୍ଖଳା ଓ ଟିମ୍‌ୱର୍କ ଜରୁରୀ କମ୍ପାନିର ଟ୍ରେନିଂରେ କର୍ମଚାରୀଙ୍କୁ ଏକାଠି ରଖି ବିଭିନ୍ନ ଗ୍ରୁପ୍‌ ଆକ୍ଟିଭିଟି ଓ ଶୃଙ୍ଖଳାଭିତ୍ତିକ ଅଭ୍ୟାସ କରାଯାଇଥିଲା।

କମ୍ପାନିର କହିବା ଅନୁସାରେ, ଏହାର ଉଦ୍ଦେଶ୍ୟ କର୍ମଚାରୀଙ୍କ ମଧ୍ୟରେ ଟିମ୍‌ୱର୍କ, ସମୟର ମୂଲ୍ୟ ଓ ଦାୟିତ୍ୱବୋଧ ବଢ଼ାଇବା।ତେବେ ଏହି ପ୍ରଶିକ୍ଷଣର ଫଟୋ ଓ ଭିଡିଓ ଚୀନ୍‌ର ସୋସିଆଲ ମିଡିଆରେ ଆସିବା ପରେ ଅନେକେ ଏହାକୁ ସାଧାରଣ କର୍ପୋରେଟ୍‌ ଟ୍ରେନିଂଠାରୁ ଭିନ୍ନ ବୋଲି କହିଛନ୍ତି।

କିଛି ୟୁଜର୍‌ଙ୍କ ମତରେ, ଶୃଙ୍ଖଳା ଶିଖାଇବା ଠିକ୍‌, କିନ୍ତୁ କର୍ମଚାରୀଙ୍କ ଉପରେ ଅତ୍ୟଧିକ ଚାପ ପକାଇବା ଠିକ୍‌ ନୁହେଁ।

ଅନ୍ୟପକ୍ଷରେ, କିଛି ଲୋକ କମ୍ପାନିର ଏହି ପଦକ୍ଷେପକୁ ସମର୍ଥନ ମଧ୍ୟ କରିଛନ୍ତି।

ସେମାନଙ୍କ ମତରେ, ଏଭଳି ପ୍ରଶିକ୍ଷଣର ଉଦ୍ଦେଶ୍ୟ କର୍ମଚାରୀଙ୍କୁ ଅସୁବିଧାରେ ପକାଇବା ନୁହେଁ; ବରଂ ଟିମ୍‌ୱର୍କ, ସମୟ ପରିଚାଳନା ଓ ଦାୟିତ୍ୱବୋଧ ବିକଶିତ କରିବା।

ଏହି ଘଟଣା ଏବେ କେବଳ ଏକ ମିଲ୍କ ଟି କମ୍ପାନିର ଟ୍ରେନିଂକୁ ନେଇ ଚର୍ଚ୍ଚାରେ ସୀମିତ ରହିନାହିଁ।

କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ କର୍ମଚାରୀଙ୍କ ସମ୍ମାନ ମଧ୍ୟରେ ସନ୍ତୁଳନ କିପରି ରହିବା ଉଚିତ, ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ହର୍ମୁଜ୍ ରେ ନୂତନ ପ୍ରବେଶ ଏବଂ ପ୍ରସ୍ଥାନ ପଥ ଉପରେ ସହମତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)