Health: ରୋଗୀସେବାରେ ଯୋଡ଼ିହେବ ଏକାଧିକ ନୂତନ ବ୍ୟବସ୍ଥା: ଏମ୍‌ସ ଭୁବନେଶ୍ବର

Aug 16, 2026 - 18:26
Health: ରୋଗୀସେବାରେ ଯୋଡ଼ିହେବ ଏକାଧିକ ନୂତନ ବ୍ୟବସ୍ଥା: ଏମ୍‌ସ ଭୁବନେଶ୍ବର

"ଭୁବନେଶ୍ୱର: ଦେଶପ୍ରେମର ଅପୂର୍ବ ପରିବେଶ ମଧ୍ୟରେ ଏମ୍ସ ଭୁବନେଶ୍ୱରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ସ୍ୱାସ୍ଥ୍ୟସେବା, ଚିକିତ୍ସା ଶିକ୍ଷା, ଗବେଷଣା ଏବଂ ନବସୃଜନ କ୍ଷେତ୍ରରେ ଉତ୍କର୍ଷତା ମାଧ୍ୟମରେ ଦେଶର ସେବା କରିବା ପାଇଁ ଅନୁଷ୍ଠାନ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିଛି।

Advertisment ଏହି ଉତ୍ସବରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ପ୍ରଫେସର (ଡ.) ଆଶୁତୋଷ ବିଶ୍ୱାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ।

ସମାବେଶକୁ ସମ୍ବୋଧିତ କରି ଡ.

ବିଶ୍ୱାସ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ହୃଦୟର ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଯାହାଙ୍କ ବଳିଦାନ ଏକ ସ୍ୱାଧୀନ ଭାରତର ଦୃଢ଼ ମୂଳଦୁଆ ସ୍ଥାପନ କରିଥିଲା।

ଲୋକଙ୍କ ହିତ ପାଇଁ ସ୍ୱାସ୍ଥ୍ୟସେବା, ଚିକିତ୍ସା ଶିକ୍ଷା, ଗବେଷଣା ଏବଂ ନବସୃଜନ କ୍ଷେତ୍ରକୁ ଆଗକୁ ନେବାରେ ଏମ୍ସ ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଆଲୋକପାତ କରିଥିଲେ।

ଅନୁଷ୍ଠାନର ଯାତ୍ରା ଏବଂ ଦେଶ ଗଠନରେ ଏହାର ଅବଦାନ ଉପରେ ମତ ରଖି ଡ.

ବିଶ୍ୱାସ କହିଥିଲେ ଯେ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତରେ ଏମ୍ସ ଭୁବନେଶ୍ୱର ଏକ ଉତ୍କର୍ଷ କେନ୍ଦ୍ର ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛି। 'ଇଣ୍ଡିଆ ଟୁଡେ-ଏମଡିଆରଏ ବେଷ୍ଟ ମେଡିକାଲ କଲେଜ ସର୍ଭେ ୨୦୨୬'ରେ ଏହି ଅନୁଷ୍ଠାନ ଭାରତର ଦଶମ ଶ୍ରେଷ୍ଠ ମେଡିକାଲ କଲେଜ ଏବଂ ଦେଶର 'ସର୍ବାଧିକ ଉନ୍ନତି କରିଥିବା ଶ୍ରେଷ୍ଠ ୫ଟି ମେଡିକାଲ କଲେଜ' ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ସେହିପରି ଜାତୀୟ ସ୍ତରରେ ମଧ୍ୟ ଏହି ସ୍ବାସ୍ଥ୍ୟ ପ୍ରତିଷ୍ଠାନ ନିଜର ଏଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଡ.

ବିଶ୍ୱାସ ପ୍ରକାଶ କରିଥିଲେ।

ଏହି ଅବସରରେ ଏମ୍ସ ଭୁବନେଶ୍ଵରରେ ରୋଗୀ ସେବାକୁ ଆହୁରି ଅଧିକ ସମାବେଶୀ କରିବା ନିମନ୍ତେ ଏକାଧିକ ନୂତନ ବ୍ୟବସ୍ଥା ଆରମ୍ଭ ହେବା ନେଇ ଡ.

ବିଶ୍ୱାସ ସୂଚନା ଦେଇଥିଲେ।

ଏହି ଅବସରରେ କର୍ତ୍ତବ୍ୟନିଷ୍ଠା ଏବଂ କର୍ମକୁଶଳତା ନିମନ୍ତେ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ମଧ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସମ୍ମାନିତ କରିଥିଲେ।

ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ପରିବେଶକୁ ଭାବମୟ କରିଥିଲା।

Abhijeet Dipke: ସ୍ୱାଧୀନତା ଦିବସ ଅବସରରେ ସ୍କୁଲ ବୁଲିଲେ ଅଭିଜିତ; ଆରମ୍ଭ କଲେ ନୂଆ ଅଭିଯାନ ଅନ୍ୟମାନଙ୍କ ମଧ୍ୟରେ, ଡିନ୍‌ ଡ.

ଦିଲ୍ଲୀପ କୁମାର ପରିଡ଼ା, ଡ.

ବୈଜୟନ୍ତୀମାଳା ମିଶ୍ର, ଡ.

ମନସ୍ଵିନୀ ମଙ୍ଗରାଜ, ମେଡିକାଲ୍ ଅଧୀକ୍ଷକ ଡ.

ପ୍ରଭାସ ରଞ୍ଜନ ତ୍ରିପାଠୀ, ଡିଡିଏ ଅଭିଜିତ ସରକାର ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ।

ଡିଡିଏ ଅଭିଜିତ ସରକାର ସମସ୍ତଙ୍କୁ କୃତଜ୍ଞତା ଜଣାଇ ଏମ୍ସ ଭୁବନେଶ୍ୱରର ସାମଗ୍ରୀକ ବିକାଶ ପାଇଁ ସମସ୍ତେ ସାମୂହିକ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media