Headmaster: ଅମ୍ବାଦଳା ପ୍ରଧାନ ଶିକ୍ଷକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଶିକ୍ଷକ, ଛାତ୍ରଛାତ୍ରୀଙ୍କ ଧାରଣା

Nov 14, 2026 - 15:35
Headmaster: ଅମ୍ବାଦଳା ପ୍ରଧାନ ଶିକ୍ଷକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଶିକ୍ଷକ, ଛାତ୍ରଛାତ୍ରୀଙ୍କ ଧାରଣା

ରାୟଗଡ଼ା(ଶିବ ପ୍ରସାଦ ଦୋରା): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ବାରା ପରିଚାଳିତ ଅମ୍ବାଦଳା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ପୁଣି ଅଭିଯୋଗ ।

ଏଥର ବିଦ୍ୟାଳୟର କାର୍ଯ୍ୟରତ ଜଣେ ଶିକ୍ଷକ ପ୍ରଧାନଶିକ୍ଷକ କୋଲା ବାମନମୂର୍ତିଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।

ଏହାକୁ ଦେଇ ବିଦ୍ୟାଳୟ ମଧ୍ୟରେ ଦେଖାଯାଇଛି ଉତ୍ତେଜନା।

ପ୍ରଧାନଶିକ୍ଷକଙ୍କ ବିରୋଧରେ ଧନ୍ଦାମୂଳକ ପ୍ରଶିକ୍ଷକ ଦେବବ୍ରତ ରାଉତ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।

କୌଣସି କାରଣକୁ ନେଇ ଆଜି ଶିଶୁ ଦିବସରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସମ୍ମୁଖରେ ଅପମାନିତ କରିବା ସହ ବିନା ନୋଟିସ୍‌ରେ କାର୍ଯ୍ୟରୁ ଅବ୍ୟାହତି ନିର୍ଦ୍ଦେଶ ଦେଇଥିଲେ ।

ଏହାକୁ ବିରୋଧ କରି ନ୍ୟାୟ ଦାବିରେ ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ ଧନ୍ଦାମୂଳକ ପ୍ରଶିକ୍ଷକ ଦେବବ୍ରତ ରାଉତ।

ତାଙ୍କୁ ସମର୍ଥନ ଜଣାଇ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଅନ୍ତେବାସୀ ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ।

ପ୍ରଧାନ ଶିକ୍ଷକ ବାମନମୂର୍ତିଙ୍କ ବିରୋଧରେ ଅମ୍ବାଦଳା ଥାନାରେ ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି ଧନ୍ଦାମୂଳକ ପ୍ରଶିକ୍ଷକ ଦେବବ୍ରତ ରାଉତ ।

Advertisment ଏଠାରେ ସୂଚନାଯୋଗ୍ୟଯେ ୨୦୧୯ରୁ ଉକ୍ତ ବିଦ୍ୟାଳୟରେ ଧନ୍ଦାମୂଳକ ପ୍ରଶିକ୍ଷକ ଭାବେ ଦେବବ୍ରତ ରାଉତ କାର୍ଯ୍ୟରତ ଅଛନ୍ତି ।ଦେବବ୍ରତ ରାଉତ ଅଭିଯୋଗ କରି କହିଛନ୍ତି ପ୍ରଧାନଶିକ୍ଷକ କୋଲା ବାମନ ମୂର୍ତ୍ତି ସେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ନଥିବାରୁ ଅଷ୍ଟମ ଶ୍ରେଣୀର ଅତିରିକ୍ତ କ୍ଲାସ୍ ନେବାକୁ ଅସମର୍ଥତା ପ୍ରକାଶ କରିବାରୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସମ୍ମୁଖରେ ଅପମାନିତ କରିଥିଲେ ।

ଏପରିକି ଡାକ୍ତରୀ ରିପୋର୍ଟ ସହ ଛୁଟି ଆବେଦନ କରିଥିଲେ ମଧ୍ୟ ତାହା ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି ଦେବବ୍ରତ।

ଗତ ୧୧ ତାରିଖରେ ବିନା କାରଣ ଦର୍ଶାଅ ନୋଟିସ୍‌ରେ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ନିର୍ଦ୍ଦେଶ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଧନ୍ଦାମୂଳକ ଶିକ୍ଷକଙ୍କୁ ଅପମାନିତ କରାଯାଇଥିବା ଜଣାପଡିବା ପରେ ପ୍ରତିବାଦରେ ଆଜି ଶିଶୁ ଦିବସରେ ପ୍ରଧାନ ଶିକ୍ଷକଙ୍କ ଏଭଳି ପଦକ୍ଷେପକୁ ବିରୋଧ କରି ଛାତ୍ର ଛାତ୍ରୀ ମଧ୍ୟ ଧାରଣାରେ ବସିଥିଲେ ।

ଘଟଣାକୁ ନେଇ ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ ସହ ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଥିବା ଜଣାପଡିଛି ।

ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଲଗାତାର ଅଭିଯୋଗ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଲଗାତାର ଅଭିଯୋଗ ହେଉଛି।

ଏପରିକି ବିଭାଗୀୟ ସି.ଆଇ ଓ ମୁନିଗୁଡା ଡବ୍ଲ୍ୟୁଇଓ ପ୍ରଧାନ ଶିକ୍ଷକଙ୍କ ବି‌ରୋଧରେ ରିପ‌ୋର୍ଟ ଲେଖି ବିଭାଗକୁ ପ୍ରଦାନ କରିଥିଲେ ।

କିନ୍ତୁ ଜିଲ୍ଲା ମଙ୍ଗଳ ବିଭାଗ ପ୍ରଧାନ ଶିକ୍ଷକଙ୍କୁ ସୁରକ୍ଷା ଦେଉଥିବ‌େ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଧିବାସୀ ।

ଅମ୍ବାଦଳା ପୁଲିସ ଛାତ୍ର ଛାତ୍ରୀଙ୍କୁ ଧାରଣାରୁ ଉଠିବାକୁ କହିଥିଲେ ଛାତ୍ରଛାତ୍ରୀ ଶୁଣିନଥିଲେ।

ପ୍ରଧାନ ଶିକ୍ଷକ ହଟାଓ ବିଦ୍ୟାଳୟ ବଞ୍ଚାଅ ନାରା ଦେଇ ଛାତ୍ରଛାତ୍ରୀମାନେ ପାଖାପାଖି ୩ଘଣ୍ଟା ଧରି ଧାରଣାରେ ବସିଛନ୍ତି।

Woman Dies: ବିଦ୍ୟୁତ୍ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)