Headlight Rules: ହାଇ-ବିମ୍ ହେଡ୍ଲାଇଟ୍ ଉପରେ ରୋକ ଲାଗିବ
"ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ିର ଅତ୍ୟଧିକ ତୀବ୍ର ହେଡଲାଇଟ୍ରୁ ସୃଷ୍ଟି ହେଉଥିବା ଚମକ ଯୋଗୁଁ ଦୁର୍ଘଟଣା ଆଶଙ୍କା ବଢ଼ୁଥିବାରୁ କେନ୍ଦ୍ର ସରକାର ହେଡଲାଇଟ୍ ସମ୍ପର୍କିତ ନିୟମକୁ ଆହୁରି କଡ଼ା କରିବାକୁ ଯୋଜନା କରୁଛନ୍ତି।
ନୂଆ ନିୟମରେ ଦୁଇଚକିଆ ଯାନଠାରୁ ଆରମ୍ଭ କରି କାର୍ ଓ ଭାରୀ ଯାନ ପର୍ଯ୍ୟନ୍ତ ବିିଭିନ୍ନ ପ୍ରକାର ଗାଡ଼ିର ଆଲୋକ ବ୍ୟବସ୍ଥା ପାଇଁ ନୂଆ ମାନଦଣ୍ଡ ଲାଗୁ ହେବ।
ପ୍ରସ୍ତାବିତ ପରିବର୍ତ୍ତନ ଅନୁସାରେ ଦୁଇଚକିଆ ଯାନରେ ଥିବା ଅଟୋମେଟିକ୍ ହେଡଲ୍ୟାମ୍ପ୍କୁ କେବଳ ଲୋ-ବିମ୍ ମୋଡ୍ରେ ଚାଲିବା ପାଇଁ ଅନୁମତି ଅଆଯିବ।
ଏହାଦ୍ୱାରା ସାମ୍ନାରୁ ଆସୁଥିବା ଚାଳକଙ୍କ ଆଖିରେ ଅତ୍ୟଧିକ ଆଲୋକ ପଡ଼ିବା ଓ ରାତିରେ ରାସ୍ତା ଭଲ ଭାବେ ଦେଖା ନ ଯିବା ସମସ୍ୟା କମିବ ବୋଲି ଆଶା କରାଯାଉଛି।Advertisment ଅନ୍ୟ ଚାଳକଙ୍କ ଆଖିରେ ସମସ୍ୟା ସୃଷ୍ଟି ହେଉଛି ଏହା ସହିତ ଗାଡ଼ିରେ ବ୍ୟବହୃତ ହାଇ-ଇଣ୍ଟେନ୍ସିଟି ହେଡଲାଇଟ୍ ଉପରେ ମଧ୍ୟ କଟକଣା ଲାଗିପାରେ।
ହେଡଲାଇଟ୍ର ରଙ୍ଗ ତାପମାତ୍ରା (କଲର ଟେମ୍ପରେଚର) ପାଇଁ ସୀମା ଧାର୍ଯ୍ୟ କରାଯିବାର ପ୍ରସ୍ତାବ ରହିଛି।
ଅତ୍ୟଧିକ ଧଳା କିମ୍ବା ତୀବ୍ର ଆଲୋକ ଯୋଗୁ ଅନ୍ୟ ଚାଳକଙ୍କ ଆଖିରେ ସମସ୍ୟା ସୃଷ୍ଟି ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ନିଆଯିବ।
ଗାଡ଼ିଗୁଡ଼ିକରେ ହାଇ-ବିମ୍ ୱାର୍ଣ୍ଣିଂ ସିଷ୍ଟମ୍ ରହିବାର ବ୍ୟବସ୍ଥା କରାଯିବ।
ଆବଶ୍ୟକତା ନଥିବା ବେଳେସେହାଇ-ବିମ୍ ବ୍ୟବହାର କଲେ ଏହି ବ୍ୟବସ୍ଥା ତାଙ୍କୁ ସତର୍କ କରାଇବ।
ଫଳରେ ରାତିରେ ଅନ୍ୟ ଯାନର ଚାଳକଙ୍କୁ ହେଡଲାଇଟ୍ର ତୀବ୍ର ଆଲୋକରୁ ହେଉଥିବା ଅସୁବିଧା ସାମନା କରିବାକୁ ପଡ଼ିବନି।
Karnataka Assembly: କର୍ଣ୍ଣାଟକ ବିଧାନସଭା ଘେରାଉ କରିବାକୁ ଉଦ୍ୟମ: ବିଜେପି ନେତା ସିଟି ରବି ଅଟକ ସେହିପରି ରାତିରେ, କୁହୁଡ଼ି, ବର୍ଷା ଭଳି ରାସ୍ତା ଠିକ୍ ଭାବେ ଦେଖାଯାଉ ନଥିବା ପରିସ୍ଥିତିରେ ଭାରୀ ଯାନ ଓ ବସ୍ଗୁଡ଼ିକୁ ପ୍ରମାଣିତ ରିଫଳେଟିଭ୍ ଟେପ୍ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇପାରେ।
ଏହା ଦୂରରୁ ଭାରୀ ଯାନକୁ ଚିହ୍ନଟ କରିବାରେ ପଛରୁ ଆସୁଥିବା ଯାନକୁ ସହାୟତା କରିବ।
ସରକାରଙ୍କ ଏହି ପ୍ରସ୍ତାବିତ ନିୟମର ମୁଖ୍ୟ ଲକ୍ଷ୍ୟ ହେଉଛି ହେଡଲାଇଟ୍ର ଅତ୍ୟଧିକ ଆଲୋକ ଯୋଗୁ ହେଉଥିବା ଚମକଜନିତ ଦୁର୍ଘଟଣା ହ୍ରାସ କରିବା ଏବଂ ରାତ୍ରିକାଳୀନ ସଡ଼କ ସୁରକ୍ଷା ବଢ଼ାଇବା।
ତେବେ ନିୟମଗୁଡ଼ିକ କେବେଠାରୁ ଲାଗୁ ହେବ ଏବଂ ପୁରୁଣା ଯାନଗୁଡ଼ିକ ଉପରେ ଏହା କିପରି ପ୍ରଭାବ ପକାଇବ ସେ ସମ୍ପର୍କରେ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଓ ବିସ୍ତୃତ ନିର୍ଦ୍ଦେଶନାମାକୁ ଅପେକ୍ଷା କରିବାକୁ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
