ISRO: ଇସ୍ରୋର ଘରୋଇକରଣ କରିବାକୁ ଯୋଜନା କରୁଛନ୍ତି ମୋଦୀ ସରକାର: କଂଗ୍ରେସର ବଡ଼ ଅଭିଯୋଗ

Aug 24, 2026 - 14:23
ISRO: ଇସ୍ରୋର ଘରୋଇକରଣ କରିବାକୁ ଯୋଜନା କରୁଛନ୍ତି ମୋଦୀ ସରକାର: କଂଗ୍ରେସର ବଡ଼ ଅଭିଯୋଗ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ମହାକାଶ କ୍ଷେତ୍ରରେ ଘରୋଇକରଣ ଏଜେଣ୍ଡା ଅନୁସରଣ କରୁଥିବା ଅଭିଯୋଗ କଂଗ୍ରେସ ପକ୍ଷରୁ ଅଣାଯାଇଛି।

ଘରୋଇ ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଭୂମିକାକୁ ସୀମିତ କରିବା ଉପରେ ଦଳ ପ୍ରଶ୍ନ ଉଠାଇଛି।

କଂଗ୍ରେସର ଯୋଗାଯୋଗ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଭାରତର ମହାକାଶ କାର୍ଯ୍ୟକ୍ରମରେ ଇସ୍ରୋର ଭବିଷ୍ୟତ ଭୂମିକା ବିଷୟରେ ସାମ୍ପ୍ରତିକ ରିପୋର୍ଟଗୁଡ଼ିକ ଛଅ ଦଶନ୍ଧି ଧରି ନିର୍ମିତ ସଂଗଠନର କ୍ଷମତା ଏବଂ ସମ୍ପତ୍ତି ଉପରେ ଚିନ୍ତା ସୃଷ୍ଟି କରିଛି।Advertisment ୧୯୬୯ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଇସ୍ରୋ ବିକ୍ରମ ସରାଭାଇ, ସତୀଶ ଧାୱନ, ବ୍ରହ୍ମ ପ୍ରକାଶ, ୟୁଆର ରାଓ, ଏପିଜେ ଅବଦୁଲ କଲାମ ଏବଂ ଅନ୍ୟାନ୍ୟ ବହୁ ବିଶିଷ୍ଟ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଜ୍ଞାନୀଙ୍କ ଦୃଷ୍ଟିକୋଣ, ସମର୍ପଣ ଏବଂ ନେତୃତ୍ୱ ଯୋଗୁଁ ଗତ ଛଅ ଦଶନ୍ଧି ଧରି ନିଜର କ୍ଷମତା ଏବଂ ଦକ୍ଷତା ପ୍ରତିବାଦନ କରିଥିବା ଇସ୍ରୋ ନେଇ ଏବେ ଚିନ୍ତା ସୃଷ୍ଟି ହୋଇଛି।

ଇସ୍ରୋ ୧୯୬୯ ମସିହାରେ ପ୍ରତିଷ୍ଠିତ ହୋଇଥିଲା, ବିକ୍ରମ ସରାଭାଇ ଏହାର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଏହାର ପ୍ରଥମ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ।

ରମେଶ ଅଭିଯୋଗ କରିଛନ୍ତି ଯେ ସରକାର ପରମାଣୁ ଶକ୍ତି କ୍ଷେତ୍ରରେ ଯେପରି କରିଥିଲେ ସେହିପରି ମହାକାଶ କାର୍ଯ୍ୟକ୍ରମରେ ମଧ୍ୟ ଘରୋଇକରଣ ଏଜେଣ୍ଡା ଅନୁସରଣ କରୁଛନ୍ତି।

ଏହା ଦ୍ବାରା ରକେଟ ବିକାଶ ଏବଂ ନିର୍ମାଣରେ ଇସ୍ରୋର ଉପସ୍ଥିତି ଗୁରୁତର ଭାବରେ ସୀମିତ ହେବ।

ଏହାର ଉପଗ୍ରହ-ସମ୍ବନ୍ଧୀୟ ସମ୍ପତ୍ତିର ଅଧିକାଂଶ ଲକ୍, ଷ୍ଟକ୍ ଏବଂ ବ୍ୟାରେଲ ହସ୍ତାନ୍ତର ଘରୋଇ କମ୍ପାନିଗୁଡ଼ିକୁ କରିବାକୁ ପଡିବ ବୋଲି ରମେଶ କହିଛନ୍ତି।

ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ପ୍ରାୟ ହଜାରେ କୋଟି ଟଙ୍କା ନିବେଶରେ ତାମିଲନାଡୁରେ ବିକଶିତ ହେଉଥିବା ଦ୍ୱିତୀୟ ମହାକାଶ କେନ୍ଦ୍ରକୁ ଏକ ଘରୋଇ କମ୍ପାନିକୁ ହସ୍ତାନ୍ତର କରାଯିବ।

ଏହା ଦ୍ବାରା ଆନ୍ଧ୍ରପ୍ରଦେଶର ଐତିହାସିକ ଶ୍ରୀହରିକୋଟା ମହାକାଶ କେନ୍ଦ୍ରର ଭବିଷ୍ୟତ କ"ଣ ହେବ ତାହା ଅନୁମାନ କରିହେଉଛି।

ଇସ୍ରୋ ଦେଶକୁ ଗର୍ବିତ କରିଛି।

ପ୍ରଧାନମନ୍ତ୍ରୀ ନିଜେ ଅନେକ ଥର ଏହାର ସଫଳତା ଉପରେ ଆଲୋକପାତ କରିଛନ୍ତି ବୋଲି ରମେଶ ଉଲ୍ଲେଖ କରିଛନ୍ତି।

ମହାକାଶ ଷ୍ଟାର୍ଟଅପ୍ ନିଶ୍ଚିତ ଭାବରେ ପ୍ରୋତ୍ସାହନ ଏବଂ ସମର୍ଥନ ପାଇବାକୁ ଯୋଗ୍ୟ।

କିନ୍ତୁ ଦୀର୍ଘ ସମୟ ଧରି ଘରୋଇ କ୍ଷେତ୍ର ସହିତ ଉତ୍ପାଦନକ୍ଷମ ସହଭାଗୀତା କରିଆସୁଥିବା ଇସ୍ରୋକୁ ଏବେ କାହିଁକି ଅକ୍ଷମ କରାଯିବ?

ଗତ କିଛି ମାସ ମଧ୍ୟରେ ୧୦୦ରୁ ୧୨୦ ପ୍ରମୁଖ ଇସ୍ରୋ କର୍ମଚାରୀ ଇସ୍ତଫା ଦେଇସାରିଛନ୍ତି।

ମୋଦୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଅକ୍ଟୋବର ୨୦୧୮ରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଜି ମାଧବନ ନାୟାର ମଧ୍ୟ ନୂତନ ଘରୋଇକରଣ ପ୍ରଚେଷ୍ଟା ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି ବୋଲି ରମେଶ କହିଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅନ୍ୟ ପାଞ୍ଚ ଜଣ ଜୀବିତ ବିଶିଷ୍ଟ ଅଧ୍ୟକ୍ଷ ମଧ୍ୟ କାହିଁକି କିଛି କହୁନାହାଁନ୍ତି ବୋଲି ରମେଶ ପ୍ରଶ୍ନ କରିଛନ୍ତି।

ଭାରତୀୟ ମହାକାଶ ଗବେଷଣା ସଂଗଠନ ଏବେ ଏହାର ରଣନୀତିରେ ସାମାନ୍ୟ ପରିବର୍ତ୍ତନ କରୁଛି।

ସଂସ୍ଥା ଏବେ ଗବେଷଣା, ବିକାଶ ଏବଂ ବଡ଼ ମହାକାଶ ମିଶନ ଉପରେ ଧ୍ୟାନ ଦେବ।

ଯେତେବେଳେ ଲଞ୍ଚ୍ ଯାନ ଏବଂ ନିୟମିତ ଉପଗ୍ରହ ନିର୍ମାଣ କାର୍ଯ୍ୟ ଘରୋଇ କ୍ଷେତ୍ରର କମ୍ପାନି କିମ୍ବା ପିଏସୟୁ ଗୁଡ଼ିକୁ ଦିଆଯିବ।

ଏହାକୁ ଭାରତୀୟ ମହାକାଶ ଶିଳ୍ପ ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

ଭାରତ ଆସନ୍ତା ବର୍ଷ ଏକ ମାନବଯୁକ୍ତ କକ୍ଷଯାନ ଉତ୍ କ୍ଷେପଣ କରିବାକୁ ପ୍ରସ୍ତୁତ ହେଉଛି ଏବଂ ୨୦୩୫ ସୁଦ୍ଧା ଏକ ଭାରତୀୟ ମହାକାଶ ଷ୍ଟେସନ କରିବାର ଯୋଜନା ରଖିଛି।

ଏହା ସହିତ ୨୦୪୦ ସୁଦ୍ଧା ଚନ୍ଦ୍ରରେ ଜଣେ ଭାରତୀୟ ନାଗରିକଙ୍କୁ ଅବତରଣ କରିବାର ସ୍ୱପ୍ନ ମଧ୍ୟ ଇସ୍ରୋ ଦେଖୁଛି।

ଭାରତରେ ବର୍ତ୍ତମାନ ପ୍ରାୟ ୪୫୦ଟି ମହାକାଶ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛନ୍ତି।

ଅପଷ୍ଟ୍ରିମ୍ ସେଗମେଣ୍ଟ ସମସ୍ତ କାର୍ଯ୍ୟକଳାପ, ଉତ୍ପାଦ ଏବଂ ଭିତ୍ତିଭୂମିକୁ ଅନ୍ତର୍ଭୁକ୍ତ କରେ ଯାହା ମହାକାଶ ସମ୍ପତ୍ତିର ବିକାଶ, ପରୀକ୍ଷଣ, ପ୍ରକ୍ଷେପଣ, ପରିଚାଳନା ଏବଂ ମହାକାଶ ପରିସ୍ଥିତିଗତ ସଚେତନତା ନିରୀକ୍ଷଣକୁ ସୁନିଶ୍ଚିତ କରି।

ଯେତେବେଳେ ଡାଉନଷ୍ଟ୍ରିମ୍ ସେଗମେଣ୍ଟରେ ସମସ୍ତ ଉପଗ୍ରହ-ନିର୍ଭରଶୀଳ ପ୍ରୟୋଗ, ସେବା ଏବଂ ଉପକରଣ ଅନ୍ତର୍ଭୁକ୍ତ ଯାହା ଏହି ବ୍ୟବସାୟକୁ ବୃଦ୍ଧି କରିବ।

ନୂଆ ରଣନୀତି ଅନୁସାରେ ଇସ୍ରୋ କୌଣସି ଲଞ୍ଚ୍ ଯାନ ଡିଜାଇନ୍ କିମ୍ବା ନିର୍ମାଣ କରିବ ନାହିଁ।

ଏହି ସମସ୍ତ କାର୍ଯ୍ୟ ଏବେ ଘରୋଇ କ୍ଷେତ୍ର କିମ୍ବା ସରକାରୀ କ୍ଷେତ୍ରର ଉପକ୍ରମ ଦ୍ୱାରା କରାଯିବ।

ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ରର ଅଧ୍ୟକ୍ଷ ପବନ ଗୋଏଙ୍କ ଏସମ୍ପର୍କରେ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Karnataka Assembly: କର୍ଣ୍ଣାଟକ ବିଧାନସଭା ଘେରାଉ କରିବାକୁ ଉଦ୍ୟମ: ବିଜେପି ନେତା ସିଟି ରବି ଅଟକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)