Happy: ପୁଣି ଆକାଶଙ୍କ ସହ ଖୁସି!

Sep 05, 2026 - 04:14
Happy: ପୁଣି ଆକାଶଙ୍କ ସହ ଖୁସି!

"ଭଉଣୀ ଜାହ୍ନବୀ କପୁରଙ୍କ ପରି ନିଜର ପ୍ରେମ ସଂପର୍କକୁ ନେଇ ବାରମ୍ବାର ଚର୍ଚ୍ଚାରେ ରହୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଖୁସି କପୁର।

ନିକଟରେ ସେ ତାଙ୍କ ପିଲାଦିନର ବନ୍ଧୁ ତଥା ପୂର୍ବତନ ପ୍ରେମିକ ଆକାଶ ମେହତାଙ୍କ ସହ ପୁଣି ଥରେ ପ୍ରେମ ସଂପର୍କରେ ବାନ୍ଧି ହୋଇଥିବା ଖବର ଆସିଛି।

ସିନେମା ଶିଳ୍ପରେ ପାଦ ଥାପିବା ପୂର୍ବରୁ ଖୁସି ଓ ଆକାଶଙ୍କ ସଂପର୍କକୁ ନେଇ ଚର୍ଚ୍ଚା ହେଉଥିଲା।

ପରେ ଖୁସିଙ୍କ ନାଁ "ଦ ଆର୍ଚିଜ୍‌"ର ସହ-ଅଭିନେତା ବେଦାଙ୍ଗ ରୈନାଙ୍କ ସହ ଯୋଡ଼ି ହୋଇଥିଲା।

ଯାହାକି ଆକାଶଙ୍କ ସହ ତାଙ୍କ ସଂପର୍କ ଖବରରେ ଏକ ପୂର୍ଣ୍ଣଚ୍ଛେଦ ଯୋଡ଼ିଥିଲା।

Advertisment Neglect: ନଗଡ଼ା ପାଖ ଗୁହିଆଶାଳ ରାଜସ୍ବ ଗାଁକୁ ନାହିଁ ରାସ୍ତା ପ୍ରାୟ ଦୁଇ ବର୍ଷ ଧରି ସମ୍ପର୍କରେ ରହିବା ପରେ ଚଳିତବର୍ଷ ଆରମ୍ଭରେ ଆକାଶ ଓ ଖୁସିଙ୍କ ବ୍ରେକ୍‌-ଅପ୍‌ ଖବର ସାମ୍ନାକୁ ଆସିଥିଲା।

ଏହା ଖୁସିଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ମଧ୍ୟ ବେଶ୍‌ ପ୍ରଭାବିତ କରିଥିଲା।

ଏବେ ଆକାଶଙ୍କ ସହ ଖୁସି ପୁଣି ସମ୍ପର୍କ ଯୋଡ଼ିଥିବା ନେଇ ଚର୍ଚ୍ଚା ହେଉଛି।

ସୂତ୍ର ଅନୁସାରେ, ବେଦାଙ୍ଗଙ୍କ ସହ ବ୍ରେକ୍‌-ଅପ୍‌ ପରେ ଖୁସି କିଛି ସମୟ ପାଇଁ ଏକାକୀ ରହିବାକୁ ପସନ୍ଦ କରୁଥିଲେ।

ବର୍ତ୍ତମାନ ସେ ଆକାଶଙ୍କ ସହ ପୁଣି ଥ‌େର ସଂପର୍କ ଯୋଡ଼ି ଖୁସି ଥିବା ଜାଣିବାକୁ ମିଳିଛି।

ଖୁସିଙ୍କ ଘନିଷ୍ଠ ବନ୍ଧୁ ଓ ପରିବାରର ଅନେକ ସଦସ୍ୟ ଆକାଶଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ଫଲୋ କରୁଥିବା କଥା ମଧ୍ୟ ରିପୋର୍ଟରେ ଉଲ୍ଲେଖ ହୋଇଛି।

ଜାହ୍ନବୀ କପୁର, ଅନନ୍ୟା ପାଣ୍ଡେ, ଅର୍ଜୁନ କପୁରଙ୍କ ସମେତ ଅନ୍ୟ କେତେକ ନାମ ଏହି ତାଲିକାରେ ଥିବା କୁହାଯାଇଛି।

ତେବେ ଖୁସି କିମ୍ବା ଆକାଶଙ୍କ ତରଫରୁ ଏହି ସମ୍ପର୍କକୁ ନେଇ କୌଣସି ଅାଧିକାରିକ ସ୍ପଷ୍ଟୀକରଣ ଆସିନାହିଁ।

Baitarani river: ଧାମରାରେ କୂଳ ଲଂଘିଲା ବୈତରଣୀ; ନଦୀ ଆଁରେ ଗଲାଣି ୨୧ ପରିବାର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)