Hanuman Temple: ବୁଲଡୋଜର-କ୍ରେନ୍‌ ବି ହଟାଇପାରିଲାନି ହନୁମାନଙ୍କ ମୂର୍ତ୍ତି

Sep 10, 2026 - 21:01
Hanuman Temple: ବୁଲଡୋଜର-କ୍ରେନ୍‌ ବି ହଟାଇପାରିଲାନି ହନୁମାନଙ୍କ ମୂର୍ତ୍ତି

"ଉଜ୍ଜୟିନୀ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ "ଦଣ୍ଡାୟମାନ ହନୁମାନ"ଙ୍କ ମୂର୍ତ୍ତିକୁ ସ୍ଥାନାନ୍ତର କରିବା ଘଟଣା ଏବେ ଚର୍ଚ୍ଚାରେ।

ସିଂହସ୍ଥ ମହାକୁମ୍ଭ ୨୦୨୮ ପାଇଁ ରାସ୍ତା ସମ୍ପ୍ରସାରଣ କାମ ଚାଲିଥିବା ବେଳେ ପ୍ରାୟ ୧୭୦ ବର୍ଷ ପୁରୁଣା ଏହି ଐତିହାସିକ ମନ୍ଦିରକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ଉଦ୍ୟମ କରିଥିଲା।

ମନ୍ଦିରର ଅନ୍ୟାନ୍ୟ ଅଂଶ ହଟାଯାଇଥିଲେ ମଧ୍ୟ ମୂର୍ତ୍ତିକୁ ହଟାଇବାରେ ପ୍ରଶାସନ ସଫଳ ହୋଇପାରିନାହିଁ।

କଣ୍ଠାଲ ଛକରୁ ଛତ୍ରୀ ଛକ ମଧ୍ୟରେ ରାସ୍ତା ସମ୍ପ୍ରସାରଣ କାମ ଚାଲିଛି।

ଏହାର ଅଂଶ ଭାବେ ସତୀ ଗେଟ୍‌ ନିକଟରେ ଥିବା ଖଡେ ହନୁମାନ ମନ୍ଦିରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଗତ ଚାରି ଦିନ ଧରି ଉଦ୍ୟମ ଚାଲିଥିଲା।

ନଗର ନିଗମ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରୀ କ୍ରେନ୍‌, ଜେସିବି ଏବଂ ଅନ୍ୟ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇଥିଲେ ମଧ୍ୟ ମୂର୍ତ୍ତିଟି ନିଜ ସ୍ଥାନରୁ ହଲିନଥିବା ଦାବି କରାଯାଇଛି।Advertisment ସିଂହସ୍ଥ ମହାକୁମ୍ଭ ୨୦୨୮ ପାଇଁ ରାସ୍ତା ସମ୍ପ୍ରସାରଣ ମୂର୍ତ୍ତି ସ୍ଥାନାନ୍ତର ଉଦ୍ୟମକୁ ନେଇ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି।

ମନ୍ଦିରର ପୂଜକ ମହେଶ ବୈରାଗୀ କହିଛନ୍ତି ଯେ, ଭକ୍ତଙ୍କ ଭାବନାକୁ ଦୃଷ୍ଟିରେ ରଖି ଏବେ ମନ୍ଦିର ସ୍ଥାନାନ୍ତର ନେଇ ନିଷ୍ପତ୍ତି କେବଳ ହନୁମାନଙ୍କ ଇଚ୍ଛାରେ ହେବ ବୋଲି ସେ ମନେ କରୁଛନ୍ତି।

ମେସିନ୍‌ରେ ମୂର୍ତ୍ତି ହଟିପାରୁନଥିବା ଖବର ପରେ ମନ୍ଦିରରେ ଭକ୍ତଙ୍କ ଭିଡ଼ ମଧ୍ୟ ବଢ଼ିଥିବା କୁହାଯାଇଛି।

ପୂଜକଙ୍କ ଅଭିଯୋଗ ଅନୁସାରେ, ମନ୍ଦିର ସ୍ଥାନାନ୍ତର ପୂର୍ବରୁ କିଛି ଶର୍ତ୍ତ ରଖାଯାଇଥିଲା।

ଯେଉଁ ସ୍ଥାନକୁ ମନ୍ଦିରକୁ ନିଆଯିବ, ସେହି ଜମିର କାଗଜପତ୍ର ଦେବା ସହ ମୂର୍ତ୍ତି ହଟାଇବା ପୂର୍ବରୁ ଲିଖିତ ଭାବେ ଜଣାଇବାକୁ ସେ ଦାବି କରିଥିଲେ।

କିନ୍ତୁ ତାଙ୍କୁ ଠିକ୍‌ ଭାବେ ଅବଗତ ନକରି ହଠାତ୍‌ ମୂର୍ତ୍ତି ସ୍ଥାନାନ୍ତର କାମ ଆରମ୍ଭ କରାଯାଇଥିବା ସେ କହିଛନ୍ତି।

ଖଡେ ହନୁମାନଙ୍କୁ ସ୍ଥାନୀୟ ଭକ୍ତମାନେ "ଡାକ୍ତର ହନୁମାନ" ଭାବେ ମଧ୍ୟ ମାନନ୍ତି।

ପୂଜା ଓ ପ୍ରସାଦ ଦ୍ୱାରା ଛୋଟ ପିଲାଙ୍କ ରୋଗ ଭଲ ହୋଇଯାଏ ବୋଲି ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି।

ଏହି ଧାର୍ମିକ ଆସ୍ଥା ଯୋଗୁଁ ମୂର୍ତ୍ତିକୁ ଅନ୍ୟତ୍ର ନେବା ପରିବର୍ତ୍ତେ ରାସ୍ତା ସମ୍ପ୍ରସାରଣ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହେଉଛି।

ବର୍ତ୍ତମାନ ମୂର୍ତ୍ତିକୁ ବର୍ଷା ଓ ଅନ୍ୟାନ୍ୟ ସମ୍ଭାବ୍ୟ କ୍ଷତିରୁ ସୁରକ୍ଷା ଦେବା ପାଇଁ କ୍ୟାନୋପି ଲଗାଯାଇଛି।

ଅନ୍ୟପଟେ, ମୂର୍ତ୍ତି ସ୍ଥାନାନ୍ତରକୁ ନେଇ ବିରୋଧ ବଢ଼ିବା ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ଏହି ଘଟଣା ସିଂହସ୍ଥ ୨୦୨୮ ପ୍ରସ୍ତୁତି ମଧ୍ୟରେ ବିକାଶ କାମ ଓ ଧାର୍ମିକ ଆସ୍ଥା ମଧ୍ୟରେ ଥିବା ସମନ୍ୱୟର ପ୍ରଶ୍ନକୁ ସାମ୍ନାକୁ ଆଣିଛି।

Odisha CM: ୟୁଏଇ ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)