BSP: ଆକାଶ ଆନନ୍ଦଙ୍କୁ ବିଏସ୍‌ପିରୁ ବିଦା କଲେ ମାୟାବତୀ

Sep 10, 2026 - 20:46
BSP: ଆକାଶ ଆନନ୍ଦଙ୍କୁ ବିଏସ୍‌ପିରୁ ବିଦା କଲେ ମାୟାବତୀ

"ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ଗୁରୁବାର ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ଦଳରୁ ସମ୍ପୂର୍ଣ୍ଣ ଭାବେ ବିଦା କରିଛନ୍ତି।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଦଳରେ ଏହି ବଡ଼ ପରିବର୍ତ୍ତନ ହୋଇଛି।

ଗତ ସପ୍ତାହରେ ଆକାଶଙ୍କୁ ବିଏସ୍‌ପିର ଜାତୀୟ ସଂଯୋଜକ ପଦରୁ ହଟାଯାଇଥିଲା।

ଏବେ ତାଙ୍କୁ ଦଳର ସଦସ୍ୟତା ଓ ସମସ୍ତ ଦାୟିତ୍ୱରୁ ମଧ୍ୟ ହଟାଇ ଦିଆଯାଇଛି।Advertisment ଆକାଶଙ୍କ ଶ୍ୱଶୁର ତଥା ବିଏସ୍‌ପିର ପୂର୍ବତନ ରାଜ୍ୟସଭା ସାଂସଦ ଅଶୋକ ସିଦ୍ଧାର୍ଥ ବୁଧବାର ମାୟାବତୀଙ୍କ ପରାମର୍ଶ ପରେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଥିଲେ।

ଆକାଶଙ୍କୁ ଦଳରେ ସ୍ୱାଧୀନ ଭାବେ କାମ କରିବାର ସୁଯୋଗ ଦେବା ପାଇଁ ଅଶୋକଙ୍କୁ ରାଜନୀତି ଛାଡ଼ିବାକୁ ମାୟାବତୀ ସର୍ତ୍ତ ରଖିଥିଲେ।

ଅଶୋକ ଏହି ଶର୍ତ୍ତ ମାନିବା ପରେ ଆକାଶଙ୍କୁ ଦଳରେ ପୁଣି ସକ୍ରିୟ କରାଯିବ ବୋଲି ଆଶା କରାଯାଉଥିଲା।

ହେଲେ ଏହାର କିଛି ସମୟ ପରେ ମାୟାବତୀ ତାଙ୍କୁ ଦଳରୁ ହିଁ ବିଦା କରି ଦେଇଛନ୍ତି।

ମାୟାବତୀ ଏକ୍ସରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦଳର ଲୋକଙ୍କ ମତ ହେଉଛି ଆକାଶଙ୍କୁ ଆଜିଠାରୁ ସମ୍ପୂର୍ଣ୍ଣ ଭାବେ ଦଳରୁ ମୁକ୍ତ କରିଦିଆଯିବା ଉଚିତ।

ଏହାପରେ ସେ ନିଜ ଇଚ୍ଛାରେ ସ୍ୱାଧୀନ ଭାବେ ରହିପାରିବେ।

ଆକାଶଙ୍କୁ ଦଳରୁ ବାହାର କରିବାର କାରଣ ଦର୍ଶାଇ ମାୟାବତୀ କହିଛନ୍ତି, ସେ ଦଳ ଓ ବହୁଜନ ଆନ୍ଦୋଳନର ସ୍ୱାର୍ଥ ଅପେକ୍ଷା ପାରିବାରିକ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।

ଏଭଳି ମନୋଭାବ ରଖି ସେ ଦଳ ପାଇଁ ଠିକ୍‌ ଭାବେ କାମ କରିପାରିବେ ନାହିଁ।

ଅଶୋକ ସିଦ୍ଧାର୍ଥଙ୍କ ରାଜନୀତିରୁ ଅବସର ନିଷ୍ପତ୍ତିକୁ ମାୟାବତୀ ସ୍ୱାଗତ କରିଥିଲେ ମଧ୍ୟ ଏହା ବିଳମ୍ବରେ ନିଆଯାଇଥିବା ପଦକ୍ଷେପ ବୋଲି କହିଛନ୍ତି।

BSP Mayawati: ପୁଣି ପଲଟି ମାରିଲେ ମାୟାବତୀ: କହିଲେ, ଆକାଶ ଆନନ୍ଦ ଏବେ ଅପରିପକ୍ୱ ବଡ଼ ଦାୟିତ୍ବ ଦେବା ଠିକ୍ ନୁହେଁ ଦଳର ବୃହତ୍ତର ସ୍ୱାର୍ଥ, ବହୁଜନ ଆନ୍ଦୋଳନ ଏବଂ ଆକାଶଙ୍କ ଭବିଷ୍ୟତ ପାଇଁ ତାଙ୍କୁ ଅବସର ନେବାକୁ କୁହାଯାଇଥିଲା ବୋଲି ସେ କହିଛନ୍ତି।

ଆକାଶ ମଧ୍ୟ ନିଜ ଶ୍ୱଶୁରଙ୍କ ସହ ସମ୍ପର୍କକୁ ଦଳୀୟ ସ୍ୱାର୍ଥଠାରୁ ଅଧିକ ଗୁରୁତ୍ୱ ଦେଉଥିବା ମାୟାବତୀ ଅଭିଯୋଗ କରିଛନ୍ତି।

ଏପରିକି ବିଏସ୍‌ପିର ଏକ ପୋଷ୍ଟକୁ ଆକାଶ ପୁନଃ ପ୍ରସାର କରିନଥିବା କଥାକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ଉତ୍ତରପ୍ରଦେଶ ସମେତ ଉତ୍ତରାଖଣ୍ଡ ଓ ପଞ୍ଜାବର ଆଗାମୀ ନିର୍ବାଚନ ବିଏସ୍‌ପି ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଦଳରେ ଆକାଶଙ୍କୁ ନେଇ ଏହି ନୂଆ ନିଷ୍ପତ୍ତି ରାଜନୈତିକ ଚର୍ଚ୍ଚା ବଢ଼ାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)