Rahul Gandhi : ରାହୁଲ ଗାନ୍ଧୀଙ୍କୁ ୨୦୧୮ ମାନହାନି ମାମଲାରୁ ମିଳିଲା ମୁକ୍ତି
ସୁଲତାନପୁର: ଉତ୍ତରପ୍ରଦେଶର ସୁଲତାନପୁରସ୍ଥିତ ସ୍ୱତନ୍ତ୍ର ସାଂସଦ-ବିଧାୟକ ଅଦାଲତ ସୋମବାର କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ୨୦୧୮ର ଏକ ଆପରାଧିକ ମାନହାନି ମାମଲାରୁ ମୁକ୍ତ କରିଛନ୍ତି।
ବର୍ତ୍ତମାନର କେନ୍ଦ୍ର ଗୃହମନ୍ତ୍ରୀ ତଥା ତତ୍କାଳୀନ ବିଜେପି ଜାତୀୟ ସଭାପତି ଅମିତ ଶାହଙ୍କ ସମ୍ପର୍କରେ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ଏହି ମାମଲା ହୋଇଥିଲା।
ଅଭିଯୋଗ ପ୍ରମାଣିତ ହୋଇ ନ ପାରିବାରୁ ଅଦାଲତ ତାଙ୍କୁ ମୁକ୍ତ କରିଥିବା ଜଣାପଡ଼ିଛି।
Advertisment ଆହୁରି ପଢନ୍ତୁ : Central Government: ଇ୧୦୦ ଇନ୍ଧନକୁ ମିଳିଲା ଅନୁମତି ଅତିରିକ୍ତ ସିଭିଲ୍ ଜଜ୍ ଶୁଭମ୍ ବର୍ମା ଏହି ମାମଲାରେ ରାୟ ଶୁଣାଇଥିଲେ।
ରାୟ ଘୋଷଣା ସମୟରେ ରାହୁଲ ନିଜେ ଅଦାଲତରେ ଉପସ୍ଥିତ ଥିଲେ।
ନିଷ୍ପତ୍ତି ପରେ ତାଙ୍କ ସମର୍ଥକମାନେ ଖୁସି ପ୍ରକାଶ କରିଥିଲେ।
କଂଗ୍ରେସ ମଧ୍ୟ ଏହି ରାୟକୁ ସ୍ୱାଗତ କରି ସତ୍ୟର ବିଜୟ ହୋଇଥିବା କହିଛି।
ଏହି ମାମଲା ୨୦୧୮ ମସିହା ଅଗଷ୍ଟ ୪ ତାରିଖରେ ସ୍ଥାନୀୟ ବିଜେପି ନେତା ବିଜୟ ମିଶ୍ରଙ୍କ ଅଭିଯୋଗ ଆଧାରରେ ଦାଏର ହୋଇଥିଲା।
ସେ ସୁଲତାନପୁର ଜିଲ୍ଲା ସମବାୟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଥିଲେ।
୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବେଙ୍ଗାଲୁରୁରେ ଏକ ସଭାରେ ରାହୁଲ ଅମିତ ଶାହଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା।
ଆହୁରି ପଢନ୍ତୁ : Purchase: ଗ୍ୟାରେଣ୍ଟି ଏବଂ ୱାରେଣ୍ଟି ମଧ୍ୟରେ ପ୍ରକୃତ ପାର୍ଥକ୍ୟ କ'ଣ?
କିଣାକିଣି କରିବା ସମୟରେ ଜାଣିବା ଜରୁରୀ ୫ଟି ମୁଖ୍ୟ କଥା ମାମଲାର ଶେଷ ପର୍ଯ୍ୟାୟ ଶୁଣାଣିରେ ରାହୁଲଙ୍କ ଓକିଲ ମନ୍ତବ୍ୟ ଦିଆଯାଇଥିବା ସ୍ୱୀକାର କରିଥିଲେ ମଧ୍ୟ ଏହା ପଛରେ କାହାକୁ ଅପମାନିତ କରିବାର ଉଦ୍ଦେଶ୍ୟ ନ ଥିବା ଯୁକ୍ତି ରଖିଥିଲେ।
ମନ୍ତବ୍ୟକୁ ତାହାର ପ୍ରକୃତ ପ୍ରସଙ୍ଗରୁ ଅଲଗା କରି ଉପସ୍ଥାପନ କରାଯାଇଥିବା ମଧ୍ୟ ଓକିଲ କହିଥିଲେ।
ଅନ୍ୟପକ୍ଷରେ, ଅଭିଯୋଗକାରୀଙ୍କ ଓକିଲ ରାହୁଲ ମନ୍ତବ୍ୟ ଦେଇଥିବା ସ୍ୱୀକାର କରିଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଯୁକ୍ତି ବାଢ଼ିଥିଲେ।
୨୦୨୪ ଫେବ୍ରୁଆରିରେ ରାହୁଲ ଅଦାଲତରେ ଆତ୍ମସମର୍ପଣ କରିବା ପରେ ଜାମିନ ପାଇଥିଲେ।
ସେହି ବର୍ଷ ଜୁଲାଇରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।
ମାମଲାରେ ତାଙ୍କ କଣ୍ଠସ୍ୱର ନମୁନା ମେଳ କରିବା ପାଇଁ ୨୦୨୬ ମାର୍ଚ୍ଚରେ ଆବେଦନ ହୋଇଥିଲା।
ତେବେ ମେ ମାସରେ ତଳ ଅଦାଲତ ଏହାକୁ ଖାରଜ କରିଥିଲେ।
ପରବର୍ତ୍ତୀ ସମୟରେ ଜିଲ୍ଲା ଅଦାଲତ ଓ ଆହ୍ଲାବାଦ ହାଇକୋର୍ଟରେ ଏହାକୁ ନେଇ ହୋଇଥିବା ଆବେଦନ ମଧ୍ୟ ଖାରଜ ହୋଇଥିଲା।
ଅକ୍ଟୋବର ୬ରୁ ମାମଲାର ଶେଷ ଶୁଣାଣି ଆରମ୍ଭ ହୋଇ ୧୨ ତାରିଖରେ ଶେଷ ହୋଇଥିଲା।
ଏହା ପରେ ଅଦାଲତ ଆଜି (ଅକ୍ଟୋବର ୨୬ରେ) ରାୟ ଶୁଣାଇବାକୁ ଦିନ ଧାର୍ଯ୍ୟ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
