Half marathon: ସତାରା ହିଲ୍‌ ହାଫ୍‌ ମାରାଥନ୍‌ରେ ଦୁଃଖୀଶ୍ୟାମ ଦ୍ବିତୀୟ

Sep 09, 2026 - 01:08
Half marathon: ସତାରା ହିଲ୍‌ ହାଫ୍‌ ମାରାଥନ୍‌ରେ ଦୁଃଖୀଶ୍ୟାମ ଦ୍ବିତୀୟ

"ଭୁବନେଶ୍ବର: ରାଜ୍ୟର ଭେଟେରାନ୍‌ ମାରାଥନ୍ ରନର୍‌ ଦୁଃଖୀଶ୍ୟାମ ପାଢ଼ୀ ନିଜ ସଫଳତାର କ୍ୟାବିନେଟ୍‌ରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି।ମହାରାଷ୍ଟ୍ରରେ ଅନୁଷ୍ଠିତ ସତାରା ହିଲ୍‌ ହାଫ୍‌ ମାରାଥନ୍‌ରେ ଶ୍ରୀ ପାଢ଼ୀ ୭୫ରୁ ଊର୍ଧ୍ବ ବୟସ ବର୍ଗରେ ଦ୍ବିତୀୟ ସ୍ଥାନ ଦଖଲ କରିଛନ୍ତି।

୨୧ କିଲୋମିଟର୍‌ ବିଶିଷ୍ଟ ଏହି ଆହ୍ବାନଭରା ମାରାଥନ୍‌ ରେସ୍‌କୁ ଶ୍ରୀ ପାଢ଼ୀ ୨ ଘଣ୍ଟା ୩୩.୪୩ ମିନିଟ୍‌ ସମୟରେ ଶେଷ କରିଥିଲେ।

ଏଥି ସହ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ସେ ଏହି ଗୌରବ ଅର୍ଜନ କରିଛନ୍ତି।Advertisment ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ମୋଟ ୭୭୧୬ ଜଣ ଏହି ହାଫ୍‌ ମାରାଥନ୍ ପ୍ରତିଯୋଗିତାକୁ ଫିନିସ୍‌ କରିଥିଲେ।

ଦୁଃଖୀଶ୍ୟାମଙ୍କ ପାଇଁ ଏହା ବ୍ୟକ୍ତିଗତ ୧୪୦ତମ ସମ୍ପୂର୍ଣ୍ଣ ରେସ୍‌ ଏବଂ ୪୪ତମ ପୋଡିୟମ୍‌ ଫିନିସ୍‌ ସଫଳତା ହୋଇଛି।

ବିଶ୍ବର ଶୀର୍ଷ ୧୦ ହାଫ୍‌ ମାରାଥନ୍‌ ମଧ୍ୟରେ ସତାରା ପରିଗଣିତ ହେଉଥିବାରୁ ଦୁଃଖୀଶ୍ୟାମ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି। "ସମ୍ବାଦ" ପରିବାରର ନିରଂତର ସମର୍ଥନ ଲାଗି ସେ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)