100th scuba dive: ଟାଇଗର୍ ସାର୍କଙ୍କ ଗହଣରେ ୧୦୦ତମ ସ୍କୁବାଡାଇଭ୍
ସମ୍ବଲପୁର: ଦୁବାଇରେ ରହୁଥିବା ଓଡ଼ିଶାର ଜଣାଶୁଣା ସ୍କୁବା ଡାଇଭର୍ ପ୍ରିୟଦର୍ଶୀ ପାଣିଗ୍ରାହୀ ଗଭୀର ସମୁଦ୍ରରେ ନିଜର ୧୦୦ତମ ଡାଇଭିଂ ସଂପୂର୍ଣ୍ଣ କରିଛନ୍ତି। ମାଳଦ୍ବୀପରେ ବହୁ ସଂଖ୍ୟକ ଟାଇଗର୍ ସାର୍କଙ୍କ ଉପସ୍ଥିତିରେ ପ୍ରିୟଦର୍ଶୀଙ୍କ ଏହି ଡାଇଭିଂ ବେଶ୍ ରୋମାଞ୍ଚଭରା ଥିଲା। ୧୦୦ତମ ଡାଇଭ୍ ସହ ପ୍ରିୟଦର୍ଶୀଙ୍କ ସୌଖୀନ ଡାଇଭର୍ କ୍ୟାରିୟର୍ରେ ଆଉ ଏକ ମାଇଲ୍ଖୁଣ୍ଟ ଯୋଡ଼ିହୋଇଛି। ମାଳଦ୍ବୀପର ଫୁଭାମୁଲା ଦ୍ବୀପ ନିକଟ ଗଭୀର ସମୁଦ୍ରରେ ପ୍ରିୟଦର୍ଶୀ ଏହି ଡାଇଭିଂ କରିଥିବାବେଳେ ତାଙ୍କ ସହ ଝିଅ ତିସ୍ୟା ପାଣିଗ୍ରାହୀ ସାଥୀ ଡାଇଭର୍ ଥିଲେ। ଭୂମଧ୍ୟରେଖାର ଠିକ୍ ତଳେ ଅବସ୍ଥିତ ଫୁଭାମୁଲାକୁ ବିଶ୍ବର ‘ଟାଇଗର୍ ସାର୍କ ରାଜଧାନୀ’ କହାଯାଏ। ପାଣିକୁ ଓହ୍ଲାଇବା ପରେ ଉଭୟ ବାପଝିଅ ବିଭିନ୍ନ ଆକାରର ଟାଇଗର୍ ସାର୍କଙ୍କ ମଧ୍ୟରେ ଘେରି ହୋଇ ଯାଇଥିଲେ।
Health: ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ
ଉଭୟଙ୍କର ଅତି ନିକଟରୁ ଖୁବ୍ ବଡ଼ବଡ଼ ସାର୍କ ଅତିକ୍ରମ କରିବା ସେମାନଙ୍କୁ ବେଶ୍ ରୋମାଞ୍ଚିତ କରିଥିଲା ବୋଲି ପ୍ରିୟଦର୍ଶୀ କହିଛନ୍ତି। କିଛି ସାର୍କଙ୍କ ଲମ୍ବ ପ୍ରାୟ ୧୫ ଫୁଟ୍ ଏବଂ ଓଜନ ୫ କ୍ବିଣ୍ଟାଲ ପର୍ଯ୍ୟନ୍ତ ଥିଲା। ୨୦୧୨ରୁ ସ୍କୁବା ଡାଇଭିଂ ଆରମ୍ଭ କରି ୧୪ ବର୍ଷ ମଧ୍ୟରେ ୧୦୦ ଡାଇଭ୍ ଶେଷ କରିଥିବା ପ୍ରିୟଦର୍ଶୀଙ୍କ ଅନୁସାରେ ସମୁଦ୍ରତଳ ତାଙ୍କୁ ଜୀବନରେ ଅନେକ କିଛି ଶିକ୍ଷା ଦେଇଛି। ରାଜ୍ୟର କନିଷ୍ଠତମ ସ୍କୁବା ଡାଇଭର୍ ଭାବେ କୃତିତ୍ବ ଅର୍ଜନ କରିଥିବା ଝିଅ ତିସ୍ୟାଙ୍କ ଉପସ୍ଥିତି ଏହି ଡାଇଭ୍କୁ ଅଧିକ ସ୍ମରଣୀୟ କରିଛି ବୋଲି ସେ ‘ସମ୍ବାଦ’କୁ କହିଛନ୍ତି।
Maoists surrender: ଆତ୍ମସମର୍ପଣ କରି ବି ୧୫ବର୍ଷ ଜେଲରେ କାଟିଲି: ମାଓନେତା ଆଜାଦ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
