Guest Teacher Recruitment ପ୍ରତ୍ୟାହାର ହେଲା ଯାଜପୁର ଜିଲ୍ଲାର ଅତିଥି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି

Jul 06, 2026 - 22:24
Guest Teacher Recruitment ପ୍ରତ୍ୟାହାର ହେଲା ଯାଜପୁର ଜିଲ୍ଲାର ଅତିଥି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି

"ଯାଜପୁର( ମନୋଜ କୁମାର):  ସରକାରୀ ଅନୁମୋଦନ ବିନା ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଅତିଥି ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଥିବା ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି।

ବିଭାଗର ଅତିରିକ୍ତ ସଚିବ ଗିରୀଶ ଚନ୍ଦ୍ର ସିଂହ ୩ ଜୁଲାଇରେ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖି ୩ ଦିନ ମଧ୍ୟରେ ଏହାର ସ୍ପଷ୍ଟୀକରଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment ଉକ୍ତ ଚିଠିରେ ବିଭାଗ ପକ୍ଷରୁ ଦର୍ଶାଯାଇଛି, ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ବ୍ଲକ୍ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଅତିଥି ଶିକ୍ଷକ ବ୍ୟବସ୍ଥା ଜାରି ରଖିବା ପ୍ରସ୍ତାବ ଏବେବି ସରକାରଙ୍କ ନିକଟରେ ବିଚାରାଧୀନ ରହିଛି।

ନୂତନ ନିଯୁକ୍ତି ଆରମ୍ଭ କରିବା ପାଇଁ ବିଭାଗ ପକ୍ଷରୁ କୌଣସି ଔପଚାରିକ ଅନୁମତି, କାର୍ଯ୍ୟନିର୍ବାହୀ ଆଦେଶ କିମ୍ବା ଅନୁମୋଦନ ଜାରି କରାଯାଇନାହିଁ।

ତେଣୁ ବିଭାଗର ଅନୁମୋଦନ ବିନା ତଥା ଏହି ମାମଲା ବିଚାରାଧୀନ ରହିଥିବା ବେଳେ ଜିଲ୍ଲାସ୍ତରରେ ଏଭଳି ବିଜ୍ଞପ୍ତି ଜାରି କରିବା ଗୁରୁତର ପ୍ରଶାସନିକ ତ୍ରୁଟି ଓ କ୍ଷମତାର ଅପବ୍ୟବହାର ଅଟେ।

କେଉଁ କ୍ଷମତା ବଳରେ ଓ କେଉଁ ପରିସ୍ଥିତିରେ ଏପରି ଅତିଥି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ କରାଗଲା, ସେନେଇ ଲିଖିତ ଜବାବ ଦେବାକୁ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଅତିଥି ଶିକ୍ଷକ ନିଯୁକ୍ତି ଯୋଜନା ଭେଳିକି; ନିୟମିତ ମିଳୁନି ଦରମା, କେବେ ୪ ମାସ ତ, କେବେ ୨ ବର୍ଷ ଏପଟେ ବିଭାଗ ଠାରୁ ଏପରି ସ୍ପଷ୍ଟୀକରଣ ମଗାଯିବା ପରେ ଯାଜପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆଜି (୬ ଜୁଲାଇ)ରେ ପୂର୍ବରୁ ଜାରି କରାଯାଇଥିବା ୩୦ ଜୁନର ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଇଛି।

ସମସ୍ତ ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ, ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଏବଂ ସଂସ୍କୃତଟୋଲର ପ୍ରଧାନଶିକ୍ଷକମାନଙ୍କୁ ପରବର୍ତ୍ତୀ ସରକାରୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଅତିଥି ଶିକ୍ଷକ ନିଯୁକ୍ତି ସମ୍ପର୍କିତ କୌଣସି ଆବେଦନ କିମ୍ବା ପ୍ରସ୍ତାବ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଘଟଣା ପରେ ଚଳିତ ଶିକ୍ଷାବର୍ଷରେ ଅତିଥି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।