GTA 6: ଜିଟିଏ ୬: ପ୍ରଥମଥର ମୁଖ୍ୟ ଚରିତ୍ରରେ ମହିଳା
ଭିଡିଓ ଗେମ୍ ଦୁନିଆରେ 'ଗ୍ରାଣ୍ଡ୍ ଥେପ୍ଟ ଅଟୋ' ବା 'ଜିଟିଏ'ର କ୍ରେଜ୍ କାହାରିକୁ ଅଛପା ନାହିଁ।
ବହୁ ବର୍ଷର ପ୍ରତୀକ୍ଷା ପରେ ନିକଟରେ 'ଜିଟିଏ ୬' ଉନ୍ମୋଚିତ ହୋଇଛି।
ଏ ନେଇ ଭିଡିଓଗେମ୍ ଖେଳାଳିଙ୍କ ମଧ୍ୟରେ ଉତ୍ସାହର ସୀମା ନାହିଁ।
ଏହି ଭିଡିଓଗେମ୍ର ପାଖାପାଖି ତିନି ଦଶନ୍ଧିର ଇତିହାସରେ ଏକ ନୂଆ ପରିବର୍ତ୍ତନ ଦେଖାବାକୁ ମିଳିଛି।
ତାହା ହେଲା, ପ୍ରଥମଥର ଲାଗି 'ଜିଟିଏ'ର କାହାଣୀରେ ଜଣେ ମହିଳା ଚରିତ୍ର ମୁଖ୍ୟ ଭୂମିକାରେ ଅଛନ୍ତି।
ସେ ଚରିତ୍ର ହେଉଛନ୍ତି- ଲୁସିଆ କାମିନୋସ୍।
Advertisment Kalinga ghati: ସୀମାରେ ଯାତ୍ରୀଙ୍କ ଦୁର୍ଦ୍ଦଶା; ହଇରାଣ ହେଲେ ରୋଗୀ-ସାଧାରଣ ଜନତା ଲୁସିଆ ଜଣେ ସାଧାରଣ ଗେମ୍ ଚରିତ୍ର ନୁହନ୍ତି।
ତାଙ୍କ କାହାଣୀରେ ରହିଛି ସଂଘର୍ଷ, ସାହସ ଓ ନିଜ ସ୍ୱପ୍ନ ପୂରଣ କରିବାର ଜିଦ୍।
ଗେମ୍ର କାହାଣୀ ଅନୁଯାୟୀ ପରିବାର ସପକ୍ଷରେ ଲଢ଼ିବାକୁ ଯାଇ ସେ ଜେଲ୍ରେ ପହଞ୍ଚିଥିଲେ।
ଏବେ ଜେଲ୍ରୁ ବାହାରିବା ପରେ ନିଜ ମା'ଙ୍କ ଅଧୁରା ସ୍ୱପ୍ନ ପୂରଣ କରିବାକୁ ଚାହୁଛନ୍ତି।
ହେଲେ ଏଥିପାଇଁ ସେ ଖାଲି ଭାଗ୍ୟ ଉପରେ ଭରସା କରୁନାହାନ୍ତି, ବରଂ ବୁଦ୍ଧି ଖଟାଇ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛନ୍ତି।
Smuggling: ଏନଭିଡିଆ ଚିପ୍ ଚୋରାଚାଲାଣ ପଛରେ ଲି ମିଙ୍ଗ୍ : ଆଲିସ ହୁଆଙ୍ଗ କେବଳ ବାହ୍ୟ ଚେହେରା ଥିଲେ ଏହି ଗେମ୍ରେ ଲୁସିଆଙ୍କ ସହ ଜେସନ୍ ଡୁଭାଲ୍ ଅନ୍ୟତମ ମୁଖ୍ୟ ଚରିତ୍ରରେ ଅଛନ୍ତି।
ଦୁହେଁ ମିଶି ଅପରାଧ ଦୁନିଆରେ ନିଜ ରାସ୍ତା ତିଆରି କରୁଛନ୍ତି।
ଖେଳାଳିମାନେ ନିଜ ଇଚ୍ଛା ଅନୁସାରେ ଲୁସିଆ ଓ ଜେସନ୍ଙ୍କ ମଧ୍ୟରୁ ପସନ୍ଦର ଚରିତ୍ରକୁ ବାଛି ଏହି ଗେମ୍ ଖେଳିପାରିବେ।
ଏପରିକି ଦୁହିଁଙ୍କ ସମ୍ପର୍କ ପ୍ରେମିକପ୍ରେମିକାର ହେବ ନା ବନ୍ଧୁତା ମଧ୍ୟରେ ସୀମିତ ରହିବ, ତାହା ମଧ୍ୟ ଖେଳାଳିଙ୍କ ଉପରେ ନିର୍ଭର କରିଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
