GST Team Raids ଶ୍ରୁତି ତମାଖୁରେ ଜିଏସ୍‌ଟି ଟିମ୍‌ର ଚଢ଼ାଉ

Oct 07, 2026 - 18:11
GST Team Raids ଶ୍ରୁତି ତମାଖୁରେ ଜିଏସ୍‌ଟି ଟିମ୍‌ର ଚଢ଼ାଉ

"ତମାଖୁ ଉତ୍ପାଦନ ବନ୍ଦ ନିର୍ଦ୍ଦେଶ ପରେ ବି ଉତ୍ପାଦନ ଜାରି ରହିଥିବା ଅଭିଯୋଗ, ଜୟେଶ ଗଠାନୀଙ୍କୁ ପଚରାଉଚରା ଜାରିAdvertisment ସମ୍ବଲପୁର: କଲେକ୍ଟରଙ୍କ ନିର୍ଦ୍ଦେଶ ପରେ "ଶ୍ରୁତି ତମାଖୁ" ସହ ଜଡ଼ିତ ଏକାଧିକ କାର୍ଯ୍ୟାଳୟ ଓ ଗୋଦାମ ଓ କାରଖାନାରେ ରାଜ୍ୟ ଜିଏସ୍‌ଟି ପକ୍ଷରୁ ଚଢ଼ାଉ ହୋଇଛି।

ବିଭାଗୀୟ ଟିମ୍ ପକ୍ଷରୁ ଦସ୍ତାବିଜ, ଉତ୍ପାଦନ ଏବଂ ଅନ୍ୟାନ୍ୟ ରେକର୍ଡର ଯାଞ୍ଚ କରାଯାଉଥିବା ସୂଚନା ମିଳିଛି।

Environmentalist: ପରିବେଶ ଯୋଦ୍ଧା: "ତମାଖୁ ଛାଡ଼ନ୍ତୁ, ବୃକ୍ଷ ଲଗାନ୍ତୁ" ସୂଚନା ଅନୁଯାୟୀ, ତମାଖୁ ଉତ୍ପାଦନ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା।

ନିର୍ଦ୍ଦେଶକୁ ଅମାନ୍ୟକରି କମ୍ପାନୀ ପକ୍ଷରୁ ଉତ୍ପାଦନ ଜାରି ରହିଥିବା ନେଇ ଅଭିଯୋଗ ଉଠିଥିଲା।

ଏହି ଅଭିଯୋଗ ଭିତ୍ତିରେ ଜିଲ୍ଲାପାଳ ଜିଏସ୍‌ଟିକୁ ଯାଞ୍ଚ ପାଇଁ କହିଥିଲେ।

GST collection: ଓଡ଼ିଶାରେ ଜିଏସ୍‌ଟି ଆଦାୟ ୭% କମିଲା କେବଳ ଏହାନୁହେଁ କୋର୍ଟଙ୍କ ଆଦେଶକୁ ମଧ୍ୟ କମ୍ପାନୀ ଉଲ୍ଲଂଘନ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

ଏହି ଦିଗକୁ ନେଇ ମଧ୍ୟ ସମ୍ପୃକ୍ତ ଅଧିକାରୀମାନେ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି।

କମ୍ପାନୀର ମାଲିକ ଜୟେଶ ଗଠାନୀଙ୍କୁ ଜିଏସ୍‌ଟି ଅଧିକାରୀମାନେ ପଚରାଉଚରା ଜାରି ରଖିଛନ୍ତି।

ତମାଖୁ ଉତ୍ପାଦନ, ଦସ୍ତାବିଜ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ କାରବାର ସମ୍ପର୍କରେ ଅଧିକାରୀମାନେ ତଥ୍ୟ ନେଉଥିବା ଜଣାପଡ଼ିଛି।

GST Collection: ଅଗଷ୍ଟରେ ୧.୯୯ ଲକ୍ଷ କୋଟିର ଜିଏସ୍‌ଟି ଆଦାୟଏନେଇ ଯାଞ୍ଚ ଅଧିକାରୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ଯାଞ୍ଚ ଶେଷ ହେବା ପରେ ହିଁ ନିୟମ ଉଲ୍ଲଂଘନ ହୋଇଛି କି ନାହିଁ ଏବଂ ଆଗକୁ କେଉଁ ପଦକ୍ଷେପ ନିଆଯିବ, ତାହା ସ୍ପଷ୍ଟ ହେବ ବୋଲି କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)