Grocery Store Fire ସର୍ଟ ସର୍କିଟ୍‌ରେ ଦୋକାନ ପୋଡ଼ି ପାଉଁଶ

Aug 10, 2026 - 19:14
Grocery Store Fire ସର୍ଟ ସର୍କିଟ୍‌ରେ ଦୋକାନ ପୋଡ଼ି ପାଉଁଶ

"ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ମୁଖ୍ୟ ଦୈନିକ ବଜାରର ଏକ ତେଜରାତି ଦୋକାନରେ ବିଳମ୍ବିତ ରାତ୍ରରେ ବିଦ୍ୟୁତ୍‌ ସର୍ଟ ସର୍କିଟ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।

ତେବେ ସେଠାରେ କାର୍ଯ୍ୟରତ ଥିବା କିଛି ହୋମଗାର୍ଡ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଆଁ ଅନ୍ୟ ଦୋକାନକୁ ବ୍ୟାପିପାରିନଥିଲା।

Advertisment ସର୍ଟସର୍କିଟ୍‌ରୁ ନିଆଁଲାଗି ବିସ୍ଫୋରଣ: ଭୀମ ଭୋଇ ମେଡିକାଲ କଲେଜ ଅନ୍ଧାରସୂଚନା ଅନୁଯାଇ ଡାବୁଗାଁ ସଦର ଦୈନିକ ବଜାର ମୁଖ୍ୟ ଛକରେ ଥିବା ଟୁକୁ ଜେନା ତେଜରାତି ଦୋକାନ ରବିବାର ରାତ୍ର ବନ୍ଦ କରି ଘରକୁ ଯାଇଥିଲେ।

ରାତି ପ୍ରାୟ ୨ ଘଣ୍ଟା ସମୟରେ ଦୋକାନ ମଧ୍ୟରେ ଧୂଆଁ ବାହାରିଥିଲା।

ତାରିଣୀ ଛକରେ କାର୍ଯ୍ୟରତ ହୋମଗାର୍ଡମାନେ- ପ୍ରଶାନ୍ତ ଶର୍ମା, ସରୋଜ ଦାସ, ଅଶୋକ ପାଢ଼ୀ, ପ୍ରଦିପ ସିଂ, କଳା ସୁନ୍ଦର ନାୟକ ଓ ରାଜୁ ଭତରା ପ୍ରମୁଖ ଦୈନିକ ବଜାରରେ ନିଆଁ ଲାଗିଥିବା ପ୍ରଥମେ ଜାଣି ପାରିଥିଲେ।

ଉପସ୍ଥିତ ବୁଦ୍ଧି ଖଟାଇ ପ୍ରଥମେ ବିଦ୍ୟୁତ୍‌ ଓ ପରେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ।

ବିଦ୍ୟୁତ କର୍ମଚାରୀ ମାନେ ତୁରନ୍ତ ଆସି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ପରେ ଅଗ୍ନିଶମ କର୍ମଚାରୀ ଦୀର୍ଘ ଦେଢ଼ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media