Goldy Brar Named Most-Wanted Fugitive: ମୋଷ୍ଟ ୱାଣ୍ଟେଡ୍ ତାଲିକାର ପ୍ରଥମ ସ୍ଥାନରେ ଗୋଲ୍ଡି ବରାଡ଼, ଧରାଇଦେଲେ ମିଳିବ ୨.୩୩ କୋଟି ଟଙ୍କା
ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ଼ ପାଇଁ ବଢ଼ିଲା ଅଡ଼ୁଆ।
ଆମେରିକା ପରେ ଏବେ କାନାଡାରେ ମଧ୍ୟ ତାକୁ ଧରିବା ପାଇଁ ତନାଘନା ଆରମ୍ଭ ହୋଇଛି।
କାନାଡାର ତଦନ୍ତକାରୀ ସଂସ୍ଥା ଓ ପୋଲିସ ଗୋଲ୍ଡି ବରାଡ଼ର ସନ୍ଧାନ ଜୋରଦାର କରିଛନ୍ତି।
କାନାଡାର BOLO ପ୍ରୋଗ୍ରାମ ପକ୍ଷରୁ ପ୍ରକାଶିତ ନୂଆ ଟପ୍-୨୫ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ତାଲିକାରେ ଗୋଲ୍ଡି ବରାଡ଼କୁ ପ୍ରଥମ ସ୍ଥାନରେ ରଖାଯାଇଛି।
Advertisment ତାକୁ ଧରିବା ପାଇଁ ସୂଚନା ଦେଲେ ୨.୫ ଲକ୍ଷ କାନାଡିଆନ୍ ଡଲାର ଅର୍ଥାତ୍ ପ୍ରାୟ ୨ କୋଟି ୩୩ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ।
ଏହି ପୁରସ୍କାର ୨ ନଭେମ୍ବର ୨୦୨୭ ପର୍ଯ୍ୟନ୍ତ ଉପଲବ୍ଧ ରହିବ।
ନଭେମ୍ବର ୧୯, ୨୦୨୬ରେ BOLO ପ୍ରୋଗ୍ରାମ ପକ୍ଷରୁ ଗୋଲ୍ଡି ବରାଡ଼କୁ ନେଇ ଏହି ଘୋଷଣା କରାଯାଇଛି।
ଗୋଲ୍ଡିର ପ୍ରକୃତ ନାମ ସତିନ୍ଦରଜିତ ସିଂହ।
କାନାଡାରେ ୨୦୨୩ ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡରେ ତା' ବିରୋଧରେ ଅଭିଯୋଗ ରହିଛି।
କାନାଡା କିମ୍ବା ଆମେରିକାରେ ଗୋଲ୍ଡିକୁ ଗିରଫ ସହ ତାର ସହଯୋଗୀ କରନବୀର ସିଂହଙ୍କ ବିଷୟରେ ସୂଚନା ଦେଲେ ମଧ୍ୟ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି।
Advertisment କାନାଡାର ୱିନିପେଗ୍ ସହରରେ ୩୯ ବର୍ଷୀୟ ସୁଖଦୂଲ ସିଂହ ଗିଲ୍ଙ୍କ ହତ୍ୟା ମାମଲାରେ ଗୋଲ୍ଡି ବରାଡ଼ ଓ କରନବୀର ସିଂହ ମୁଖ୍ୟ ଅଭିଯୁକ୍ତ।
ପୋଲିସ ସୂଚନା ଅନୁସାରେ, ୨୦ ସେପ୍ଟେମ୍ବର ୨୦୨୩ ସକାଳ ପ୍ରାୟ ୧୦ଟା ସମୟରେ ୱିନିପେଗ୍ର ଉତ୍ତର-ପଶ୍ଚିମ ଅଞ୍ଚଳର ହାଜେଲଟନ୍ ଡ୍ରାଇଭ୍ରେ ଥିବା ଏକ ଘର ଉପରକୁ ଗୁଳିମାଡ଼ ହୋଇଥିଲା।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ୩୯ ବର୍ଷୀୟ ସୁଖଦୂଲ ସିଂହ ଗିଲ୍ଙ୍କ ମୃତଦେହ ଠାବ କରିଥିଲା।
ଏହି ଘଟଣାରେ ୱିନିପେଗ୍ ପୋଲିସର ହୋମିସାଇଡ୍ ୟୁନିଟ୍ ତଦନ୍ତ ଆରମ୍ଭ କରିଥିଲା।
ଏଥିରେ ରୟାଲ୍ କାନାଡିଆନ୍ ମାଉଣ୍ଟେଡ୍ ପୋଲିସ (RCMP), ମାନିଟୋବା ଜଷ୍ଟିସ୍ ଏବଂ ଅନ୍ୟାନ୍ୟ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହଯୋଗ କରିଥିଲେ।
ଦୀର୍ଘ ତଦନ୍ତ ପରେ ମଧ୍ୟ ଉଭୟ ଅଭିଯୁକ୍ତଙ୍କ ସନ୍ଧାନ ମିଳିନାହିଁ।
୨୩ ଫେବୃଆରୀ ୨୦୨୬ରେ ଗୋଲ୍ଡି ବରାଡ଼ ଓ କରନବୀର ସିଂହଙ୍କ ବିରୋଧରେ ଅଭିଯୋଗ ଆଣିବାକୁ ଅନୁମତି ମିଳିଥିଲା।
ଉଭୟଙ୍କ ବିରୋଧରେ ଫାଷ୍ଟ ଡିଗ୍ରୀ ମର୍ଡର ଏବଂ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିବା ଅଭିଯୋଗ ଲଗାଯାଇଛି।
ପୋଲିସ ସେମାନଙ୍କୁ ଧରାଇବା ପାଇଁ ପୁରସ୍କାର ଘୋଷଣା କରିବା ସହ ପୋଲିସ ଲୋକଙ୍କୁ ସତର୍କ କରାଇ କହିଛି ଯେ, ଉଭୟ ଅଭିଯୁକ୍ତ ଅସ୍ତ୍ରଶସ୍ତ୍ର ଧରିଥାଇପାରନ୍ତି ଏବଂ ବିପଜ୍ଜନକ ହୋଇପାରନ୍ତି।
ତେଣୁ ଲୋକଙ୍କୁ ସେମାନଙ୍କ ପାଖକୁ ଯିବାକୁ ବାରଣ କରାଯାଇଛି।
କୌଣସି ସୂଚନା ମିଳିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି।
କାନାଡା ପୂର୍ବରୁ ଆମେରିକା ମଧ୍ୟ ଗୋଲ୍ଡି ବରାଡ଼ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଥିଲା।
୭ ଜୁଲାଇ ୨୦୨୬ରେ ଆମେରିକୀୟ ଆଟର୍ଣ୍ଣି କାର୍ଯ୍ୟାଳୟ 'ଅପରେସନ୍ ହାର୍ଡ ବଲ୍'ର ଫଳାଫଳ ଘୋଷଣା କରିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
