Gold Prices Rising Again: ଆଜି ପୁଣି ବଢିଗଲା ସୁନା ଦର, ରୁପା ଦର ଅପରିବର୍ତ୍ତିତ

Nov 23, 2026 - 14:21
Gold Prices Rising Again: ଆଜି ପୁଣି ବଢିଗଲା ସୁନା ଦର, ରୁପା ଦର ଅପରିବର୍ତ୍ତିତ

ଲଗାତାର କିଛି ଦିନ ଧରି ସୁନା ଦରରେ ହ୍ରାସ ଘଟିବା ପରେ ଆଜି ପୁଣି ବୃଦ୍ଧି ଦେଖିବାକୁ ମିଳିଛି।

୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୩୫୦ ଟଙ୍କା ବଢ଼ିଛି।

ଅନ୍ୟପଟେ ୨୪ କ୍ୟାରେଟ୍ ସୁନା ଦରରେ ମଧ୍ୟ ବୃଦ୍ଧି ହୋଇଛି।

୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ଦର ୧,୧୬,୦୦୦ ଟଙ୍କାରେ ପହଞ୍ଚିଛି।

ସେହିପରି ୨୪ କ୍ୟାରେଟ୍ ସୁନା ଦର ୧,୪୮୦ ଟଙ୍କା ବୃଦ୍ଧି ଘଟି ୧୦ ଗ୍ରାମ୍ ପିଛା ଦର ୧,୨୬,୫୬୦ ଟଙ୍କା ହୋଇଛି।

୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ୍ ପିଛା ୧୧୦୦ ଟଙ୍କା ବଢି ୯୪,୯୧୦ ଟଙ୍କା ହୋଇଛି।

Advertisment ଅନ୍ୟପଟେ ରୁପା ଦର ଗତ ତିନି ଦିନ ଧରି ଅପରିବର୍ତ୍ତିତ ରହିଛି।

ରୁପା ଦର ବର୍ତ୍ତମାନ ୧ କେଜି ପିଛା ୧,୭୫,୦୦୦ ଟଙ୍କା ରହିଛି।

କାହିଁକି ବଢ଼ିଲା ସୁନା ଦର?

ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ସୁଧହାର ବୃଦ୍ଧି କରିବା ନେଇ ନିବେଶକଙ୍କ ଆଶଙ୍କା କମିଛି।

ପୂର୍ବରୁ ସୁଧହାର ଅଧିକ ବୃଦ୍ଧି ପାଇବାର ଯେଉଁ ଆକଳନ କରାଯାଉଥିଲା, ତାହା ଏବେ କମିଛି।

Advertisment ସେହିପରି ଗତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରାୟ ୯ ପ୍ରତିଶତ ହ୍ରାସ ପାଇଥିଲା।

ଏହା ଗତ ୮ ମାସ ମଧ୍ୟରେ ସବୁଠାରୁ ବଡ଼ ସାପ୍ତାହିକ ହ୍ରାସ ଥିଲା।

କିନ୍ତୁ ସୋମବାର ଦିନ ଅନ୍ତର୍ଜାତୀୟ ବଜାରରେ ସୁନା ଦର ପୁଣି ବଢ଼ିବା ଆରମ୍ଭ କରିଛି।

ରିପୋର୍ଟ ଅନୁସାରେ, ସ୍ପଟ୍ ଗୋଲ୍ଡ ଦର ପ୍ରାୟ ୨.୯ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପିଛା ୩,୬୩୫.୮୦ ଡଲାରରେ ପହଞ୍ଚିଥିଲା।

ଷ୍ଟକ୍ ମାର୍କେଟରେ ହ୍ରାସ ଏବଂ ଅର୍ଥନୈତିକ ମାନ୍ଦାବସ୍ଥାକୁ ନେଇ ଆଶଙ୍କା ଦେଖାଦେଇଛି।

ଏଭଳି ସ୍ଥିତିରେ ନିବେଶକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ମାଧ୍ୟମ ଭାବେ ଦେଖୁଛନ୍ତି।

ଫଳରେ ସୁନା କିଣିବା ପ୍ରତି ଆଗ୍ରହ ବଢ଼ିଛି।

ଗତ ସପ୍ତାହରେ ସୁନା ଦରରେ ବଡ଼ ଧରଣର ହ୍ରାସ ହୋଇଥିବାରୁ ଅନେକ ଗ୍ରାହକ କମ୍ ଦରରେ ସୁନା କିଣିବାକୁ ଆଗ୍ରହ ଦେଖାଇଛନ୍ତି।

ବିଶେଷକରି ବିବାହ ଋତୁ ଆରମ୍ଭ ହୋଇଥିବାରୁ ଅଳଙ୍କାର କିଣାକିଣି ମଧ୍ୟ ଚାଲିଛି।

ଏହା ମଧ୍ୟ ବଜାରରେ ସୁନାର ଚାହିଦାକୁ ପ୍ରଭାବିତ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)