Secret Cargo Exposed: ଚୀନରୁ ବାଂଲାଦେଶ ଯାଉଥିଲା ମିସାଇଲ୍ ସାମଗ୍ରୀ, ଇଣ୍ଡୋନେସିଆ ଧରିଲା ୪୦୫ ଟନ୍‌ର କାର୍ଗୋ

Nov 23, 2026 - 14:21
Secret Cargo Exposed: ଚୀନରୁ ବାଂଲାଦେଶ ଯାଉଥିଲା ମିସାଇଲ୍ ସାମଗ୍ରୀ, ଇଣ୍ଡୋନେସିଆ ଧରିଲା ୪୦୫ ଟନ୍‌ର କାର୍ଗୋ

ଚୀନରୁ ବାଂଲାଦେଶ ଯାଉଥିଲା ମିସାଇଲ୍ ତିଆରି ସାମଗ୍ରୀ।

ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଇଣ୍ଡୋନେସିଆ ନୌସେନା ହାତରେ ଧରାପଡ଼ିଲା ଏକ ସନ୍ଦିଗ୍ଧ ଜାହାଜ।

ଜାହାଜରୁ ମିଳିଲା ୪୦୫ ଟନ୍‌ର ରାସାୟନିକ ପଦାର୍ଥ ଏବଂ ଲକ୍ଷ ଲକ୍ଷ ଅଣପଞ୍ଜିକୃତ ସିମ୍ କାର୍ଡ।

ଏତେ ପରିମାଣର ମିସାଇଲ୍ ନିର୍ମାଣ ସାମଗ୍ରୀ କାହିଁକି ବାଂଲାଦେଶ ଯାଉଥିଲା?

ଏହା ପଛରେ କାହାର ହାତ ରହିଛି?

ଏବେ ଏହାକୁ ନେଇ ଆରମ୍ଭ ହୋଇଛି ତଦନ୍ତ।

Advertisment ବାଂଲାଦେଶର ଗଣମାଧ୍ୟମ ରିପୋର୍ଟ ଅନୁସାରେ, MV Star Lines ନାମକ କୋମୋରୋସ୍ ପତାକାଧାରୀ ଜାହାଜଟି ଚୀନର ଲିଆନ୍ୟୁଙ୍ଗାଙ୍ଗ ବନ୍ଦରରୁ ବାଂଲାଦେଶର ମଙ୍ଗଳା ବନ୍ଦର ଅଭିମୁଖେ ଯାଉଥିଲା।

ନଭେମ୍ବର ୭ ତାରିଖରେ ଉତ୍ତର ସୁମାତ୍ରାର ବେଲୱାନ୍ ନିକଟ ଇଣ୍ଡୋନେସିଆ ଜଳସୀମାରେ ଏହାକୁ ଅଟକାଇଥିଲା ନୌସେନା।

ନଭେମ୍ବର ୨୦ରେ ଏହି ଜବତ ସମ୍ପର୍କରେ ଅଧିକାରୀମାନେ ସୂଚନା ଦେଇଥିଲେ।

ରିପୋର୍ଟ ଅନୁସାରେ, ଜାହାଜଟି ବିନା ଅନୁମତିରେ ବେଲୱାନ୍ ଜଳସୀମାରେ ଅଟକିଥିଲା।

ଏହାର ଗତିବିଧି ମଧ୍ୟ ସନ୍ଦେହଜନକ ଥିଲା।

ରେଡିଓ ଯୋଗେ ଯୋଗାଯୋଗ କରିବା ସତ୍ତ୍ୱେ ଜାହାଜରୁ କୌଣସି ଉତ୍ତର ମିଳିନଥିଲା।

ଏହାପରେ ନୌସେନାର ପାଟ୍ରୋଲିଂ ଜାହାଜ ଏହାକୁ ଅଟକାଇ ଯାଞ୍ଚ କରିଥିଲା।

Advertisment ଜାହାଜରୁ ମିଳିଲା ୪୦୫ ଟନ୍ ରାସାୟନିକ ପଦାର୍ଥ ଜାହାଜରେ ଥିବା ୩୬ଟି କଣ୍ଟେନର ଯାଞ୍ଚ ବେଳେ ୧୫ଟି କଣ୍ଟେନରରୁ ୪୦୫ ଟନ୍ ସୋଡିୟମ୍ ପରକ୍ଲୋରେଟ୍ ମିଳିଥିଲା।

ଏହା ରକେଟ୍ ଓ ମିସାଇଲ୍ ପ୍ରୋପେଲାଣ୍ଟ ତିଆରିରେ ବ୍ୟବହୃତ ଏକ ଶକ୍ତିଶାଳୀ ଅକ୍ସିଡାଇଜିଂ ରାସାୟନିକ ପଦାର୍ଥ।

ଏହା ନିଜେ ବିସ୍ଫୋରକ ନୁହେଁ, କିନ୍ତୁ ଜଳନ ପ୍ରକ୍ରିୟାକୁ ସମର୍ଥନ କରିଥାଏ।

ଇଣ୍ଡୋନେସିଆ ନୌସେନାର ରିୟର ଆଡମିରାଲ୍ ଡେନି ସେପ୍ଟିଆନ୍‌ଙ୍କ କହିବା ଅନୁସାରେ, ଜବତ ହୋଇଥିବା ରାସାୟନିକ ପଦାର୍ଥର ପରିମାଣ ପ୍ରାୟ ୧୦୦ଟି ମିସାଇଲ୍ ତିଆରି ପାଇଁ ଯଥେଷ୍ଟ ହୋଇପାରେ।

ଏହା ସହ ୫୪ଟି ପ୍ୟାଲେଟ୍‌ରେ ଲକ୍ଷ ଲକ୍ଷ ଅଣପଞ୍ଜିକୃତ ଖାଲି 4G LTE ସିମ୍ କାର୍ଡ ମଧ୍ୟ ମିଳିଛି।

ବାଂଲାଦେଶକୁ କାହିଁକି ଯାଉଥିଲା ଏହି ସାମଗ୍ରୀ?

ବାଂଲାଦେଶରେ ଛୋଟ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ନିର୍ମାଣ ଶିଳ୍ପ ଥିଲେ ମଧ୍ୟ ସୋଡିୟମ୍ ପରକ୍ଲୋରେଟ୍ ବ୍ୟବହାର କରି ରକେଟ୍ ଓ ମିସାଇଲ୍ ନିର୍ମାଣ ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ ବୋଲି ରିପୋର୍ଟରେ ଦାବି କରାଯାଇଛି।

ତେଣୁ ଏତେ ପରିମାଣର ସାମଗ୍ରୀ କିଏ ମଗାଇଥିଲା, ତାହା ଏବେ ବଡ଼ ପ୍ରଶ୍ନ।

ଅନ୍ୟପଟେ ଜାହାଜର ପଞ୍ଜୀକରଣ କାଗଜପତ୍ରରେ ମଧ୍ୟ ଅସଙ୍ଗତି ମିଳିଛି।

କାଗଜପତ୍ରରେ ପଞ୍ଜୀକରଣ ଅବଧି ୨୦୨୭ ଅକ୍ଟୋବର ପର୍ଯ୍ୟନ୍ତ ଥିବା ଦର୍ଶାଯାଇଥିଲେ ମଧ୍ୟ ଏହାର ସ୍ଥିତି ସ୍ଥଗିତ ଥିବା ଜଣାପଡ଼ିଛି।

ଜାହାଜର ମାଲିକ, ମାଲ୍ ପଠାଇଥିବା ସଂସ୍ଥା ଓ ବାଂଲାଦେଶରେ ଏହାକୁ ଗ୍ରହଣ କରିବାକୁ ଥିବା ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

ଉଲ୍ଲେଖଯୋଗ୍ୟ, ମଙ୍ଗଳା ବନ୍ଦର ନିକଟରେ ଚୀନ୍ ନିଜର ଆର୍ଥିକ ଉପସ୍ଥିତି ବଢ଼ାଉଛି।

ଏହି ବନ୍ଦରର ଆଧୁନିକୀକରଣ ପାଇଁ ଚୀନ୍ ପ୍ରାୟ ୩୩୬ ନିୟୁତ ଡଲାର ଋଣ ମଧ୍ୟ ଦେଇଛି।

ଏଭଳି ସ୍ଥିତିରେ ଚୀନରୁ ଆସିଥିବା ଏହି ସନ୍ଦିଗ୍ଧ କାର୍ଗୋକୁ ନେଇ ଏବେ ଆଞ୍ଚଳିକ ସୁରକ୍ଷା ମହଲରେ ଚର୍ଚ୍ଚା ବଢ଼ିଛି।

କିନ୍ତୁ ଏହି ସାମଗ୍ରୀର ପ୍ରକୃତ ଉଦ୍ଦେଶ୍ୟ କ'ଣ ଥିଲା, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)