Gold and Silver Rates Fall: ଖୁସି କରିଦେଲା ସୁନା-ରୂପା ଦର; ଗଲା ୬ ମାସରେ ରେକର୍ଡ ଭଙ୍ଗା ଶସ୍ତା, ସୁନା ୧୦ ଗ୍ରାମକୁ ଲକ୍ଷେ ୨୫ ହଜାର
ପୁଣି ଥରେ ରେକର୍ଡ ଭାଙ୍ଗିଲା ସୁନା ଓ ରୁପା।
ଏଥର ତଳ ମୁହାଁରେ ସବୁଠୁ ଆଗରେ।
ଅର୍ଥାତ ଗଲା ୬ ମାସରେ ସବୁଠୁ ଶସ୍ତା ହୋଇଛି ସୁନା।
ଆଜି ୭୫୦ ଟଙ୍କା ଖସି ଲକ୍ଷେ ୨୫ ହଜାରରେ ସୁନା ବିକ୍ରି ହେଉଥିବା ବେଳେ ରୁପା ବି ନିଜ ଚମକ ହରାଉଛି।
୨ ଲକ୍ଷରୁ ଖସି ଲକ୍ଷେ ୯୦ରେ କିଲୋ ପହଞ୍ଚିଛି ସିଲଭରର।
ଆଗକୁ ବାହାଘର ସିଜନ୍ ଥିବାରୁ ଏହାର ପ୍ରଭାବ ନିବେଶକଙ୍କ ଉପରେ ପଡ଼ିପାରେ।
Advertisment ଯାହା ଆକଳନ ହେଉଥିଲା ତାହା ସତ ହେଲା।
ପୁଣି ଥରେ ଖସିଗଲା ସୁନା ଦର।
ସୁନା ଆଜି ଆଉ ଥରେ ଶସ୍ତା ହୋଇଛି।
୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ଖସିଛି ୭୫୦ ଟଙ୍କା।
ଫଳରେ ୧ ଲକ୍ଷ ୨୫ ହଜାରକୁ ପହଞ୍ଚିଛି ଗୋଲ୍ଡ।
୨୪ କ୍ୟାରେଟ୍ ବି ସେଇ ତୁଳନାରେ ଖସି ଯାଇଛି।
୮୨୦ ଟଙ୍କା ଖସି ପହଞ୍ଚିଛି ୧ ଲକ୍ଷ ୩୬ ହଜାର ଟଙ୍କାରେ।
ଫଳରେ ଜୁଏଲାରୀ ଦୋକାନ ଖୋଲୁ ଖୋଲୁ ଭିଡ଼ ଦେଖିବାକୁ ମିଳିଛି।
ରାଜ୍ୟ ବିଭିନ୍ନ ସହରରେ ସୁନା କିଣିବାକୁ ଲୋକଙ୍କ ନାହିଁ ନଥିବା ଆଗ୍ରହ।
ଖାଲି ସୁନା ନୁହେଁ ସିଲଭର୍ ବି ନିଜ ଚମକ ହରାଇଛି।
ଆଜି ପୁଣି ଥରେ ରୁପା କିଲୋ ପିଛା ୫ ହଜାର ଟଙ୍କା ଖସିଛି।
ଯାହା ଫଳରେ ୨ ଲକ୍ଷରୁ ସିଧା ଖସି ରୁପା ୧ ଲକ୍ଷ ୯୦ ହଜାରରୁ ତଳେ ରହିଛି।
ଗଲା କିଛି ଦିନ ଧରି ଏଇ ଟ୍ରେଣ୍ଡ ଦେଖିବାକୁ ମିଳିଛି।
ଗଲା ୬ ମାସ ମଧ୍ୟରେ ୟେ ସବୁଠୁ କମ୍ ଦର ଯାହା ବଜାରରେ ବିକ୍ରି ହେଉଛି।
Advertisment ଆଗାମୀ କିଛି ଦିନ ମଧ୍ୟରେ ବାହାଘର, ବ୍ରତଘର ଆରମ୍ଭ ହେବ।
ସୁନା, ରୁପାର ଚାହିଦା ରହିବ।
ଏସବୁ ଭିତରେ ସୁନା, ରୁପା ଦର ଖସିବା କିଛିଟା ଆଶ୍ବସ୍ତ କରିଛି ସାଧାରଣଲୋକଙ୍କୁ।
କିନ୍ତୁ ଏସବୁ ଭିତରେ ନିବେଶକ ଟିକିଏ ଚିନ୍ତାରେ।
କରିବେ କ'ଣ ଏବେ କିଣିବେ ନା ଅପେକ୍ଷା କରିବେ।
କାରଣ ୬ ମାସ ତଳେ ସୁନା ଦେଢ଼ ଲକ୍ଷ ପାର କରିବା ଆକଳନ ଥିଲା, ସେମିତି ରୁପା ୪ ଲକ୍ଷ ମୁହାଁ ଥିଲା।
ଟ୍ରେଣ୍ଡ ଦେଖିଲେ ଲାଗୁଛି ଆହୁରି କିଛିଟା କମିବ ଏଇ ନଭେମ୍ବରରେ।
ସବୁଠୁ ବଡ଼ କାରଣ କୁହାଯାଉଛି ଟ୍ରମ୍ପ।
ଆମେରିକା ମିଡ୍ ଟର୍ମ୍ ନିର୍ବାଚନ ପରେ ବିଶ୍ବ ବଜାରରେ ସ୍ଥିରତା ଆସିଛି, ତେଲ ଦର କମିଛି, ଯୁଦ୍ଧ ସ୍ଥିତି ସୁଧାର ଆସିଛି।
ଫଳରେ ନିବେଶକ ଖୁସ୍ ଓ ଡଲାର ଉପର ମୁହାଁ, ଯାହାର ସିଧା ପ୍ରଭାବ ସୁନା, ରୁପା ଉପରେ ପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
