Godavari River: ପୋଲ ଉପରେ ଛୁଆକୁ ଛାଡ଼ି ନଦୀକୁ ଡେଇଁ ପଡ଼ିଲେ ବାପା-ମା’
"ନୂଆଦିଲ୍ଲୀ: ସାଧାରଣତଃ ପିତାମାତାମାନେ ନିଜେ କଷ୍ଟ ସହି ଯାଇଥାଆନ୍ତି କିନ୍ତୁ ସନ୍ତାନ ଉପରେ କୌଣସି ପ୍ରକାର ଆଞ୍ଚ ଆସିବା ପାଇଁ ଦିଅନ୍ତି ନାହିଁ।
କିନ୍ତୁ ଆନ୍ଧ୍ରପ୍ରଦେଶରେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି।
ଦମ୍ପତି ନିଜର ଶିଶୁକୁ ରାସ୍ତାରେ ଏକୁଟିଆ ଛାଡ଼ି ଦେଇ ଗୋଦାବରୀ ନଦୀକୁ ଡେଇଁ ଜୀବନ ହାରି ଦେଇଛନ୍ତି।
Advertisment ପୁଲିସ ସୂତ୍ରରୁ ପ୍ରକାଶ, ମୃତ ଦମ୍ପତି ୨୯ ବର୍ଷୀୟ ଡୋଡା ସାଇ ଏବଂ ୨୮ ବର୍ଷୀୟ ଶିରିଶା ଭାବରେ ଚିହ୍ନଟ କରାଯାଇଛି।
ଦମ୍ପତି ଭେଲପୁରୁ ଗାଁର ବାସିନ୍ଦା ଥିଲେ।
ଗୁରୁବାର ରାତି ପ୍ରାୟ ୧୦ଟାରେ ଦମ୍ପତି ତାଙ୍କ ଛୋଟ ପିଲା ସହିତ ସ୍କୁଟିରେ ଗୋଦାବରୀ ନଦୀର ପୋଲ ଉପରେ ଯାଇ ପହଞ୍ଚିଥିଲେ।
ଶିଶୁକୁ ସ୍କୁଟି ନିକଟରେ ଛାଡ଼ି ଦେଇ ନିର୍ଦ୍ଦୟ ବାପାମା" ଦ୍ବୟ ଗୋଦାବରୀ ନଦୀର ପ୍ରଖର ସ୍ରୋତକୁ ଡେଇଁ ପଡ଼ିଥିଲେ।
ଅନ୍ଧକାର ରାତିରେ ବାପାମା"ଙ୍କୁ ନପାଇ ଶିଶୁ ଜଣକ ଅତି ବିକଳରେ କାନ୍ଦିବାକୁ ଲାଗିଥିଲା।
ମା"......
ମା", ବାପା....ବାପା ବୋଲି ବାରମ୍ବାର ଡାକ ପକାଉଥାଏ।
ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକମାନେ କାନ୍ଦୁଥିବା ପିଲାଟିକୁ ଦେଖି ପୁଲିସକୁ ଖବର ଦେଇଥିଲେ।
ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପିଲା ଏବଂ ସ୍କୁଟି ଉଭୟକୁ ନିଜ ହେପାଜତକୁ ନେଇଥିଲା।
ପରେ ପିଲାଟିକୁ ପୁଲିସ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲା।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପିଲାଟିର ବାପା ଡ୍ରାଇଭର ଭାବରେ କାମ କରୁଥିଲେ।
ରିପୋର୍ଟ ଅନୁଯାୟୀ ସେ ଋଣ ଏବଂ ଆର୍ଥିକ ବୋଝ ଯୋଗୁଁ ଚିନ୍ତିତ ଥିଲେ।
ତେଣୁ ଦମ୍ପତି ଏଭଳି ପଦକ୍ଷେପ ନେଇଛନ୍ତି।
ତଥାପି ପୁଲିସ ଆନୁଷ୍ଠାନିକ ଭାବରେ ଆର୍ଥିକ ଦୁର୍ଦ୍ଦଶାକୁ ଏକମାତ୍ର କାରଣ ବୋଲି ବିଚାର କରୁନାହିଁ।
ତଦନ୍ତ ଚାଲିଛି।
ମହମ୍ମଦ ସିରାଜଙ୍କୁ ରାଖୀ ବାନ୍ଧିଲେ ଜନାଇ ଭୋସଲେ, ସ୍ନେହଭରା ପୋଷ୍ଟ ଭାଇରାଲ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
