Global Oil: ରୁଷ୍‌ରୁ ତେଲ କିଣିବ ଆମେରିକା, ଟ୍ରମ୍ପଙ୍କ ଘୋଷଣାକୁ ଜେଲେନସ୍କିଙ୍କ ସମାଲୋଚନା

Oct 10, 2026 - 22:06
Global Oil: ରୁଷ୍‌ରୁ ତେଲ କିଣିବ ଆମେରିକା, ଟ୍ରମ୍ପଙ୍କ ଘୋଷଣାକୁ ଜେଲେନସ୍କିଙ୍କ ସମାଲୋଚନା

"ୱାସିଂଟନ: ଆମେରିକା ସହ ବିଶ୍ବ ବଜାରକୁ ରୁଷ୍‌ ଡିଜେଲ ଯୋଗାଇବ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏହି ଘୋଷଣା କରିଛନ୍ତି।

ବିଶ୍ବ ବଜାରରେ ଅଶୋଧିତ ତେଲ ଦରକୁ କମାଇବା ଲାଗି ରୁଷ୍‌ ରାଜି ହୋଇଛି।

ଟ୍ରମ୍ପ ପ୍ରଶାସନ ରୁଷ୍‌ ତେଲ ଉପରେ ଲଗାଇଥିବା କଟକଣାକୁ ଅସ୍ଥାୟୀ ଭାବେ ଉଠାଇ ଦେଇଛି।

ଆସନ୍ତାବର୍ଷ ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ରୁଷ୍‌ ଡିଜେଲ ଉପରୁ ଆମେରିକା କଟକଣା ହଟାଇଥିବା କୁହାଯାଉଛି।Advertisment ଆମେରିକାରେ ନଭେମ୍ବର ୩ ତାରିଖରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅଛି।

ଡିଜେଲ ଦର ଉଚ୍ଚା ରହିଥିବାରୁ ଏହା ରିପବ୍ଲିକାନ ଦଳର କଂଗ୍ରେସ ସଦସ୍ୟମାନଙ୍କୁ ଅଡ଼ୁଆରେ ପକାଇବ।

ଟ୍ରମ୍ପଙ୍କ ଏହି ଘୋଷଣା ପରେ ଆମେରିକାରେ ଡିଜେଲ ଦର କମିଥିଲେ ମଧ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଦରକୁ କମ୍‌ ସ୍ତରରେ ରଖିବା ଲାଗି ଏହା ଯଥେଷ୍ଟ ନୁହେଁ।

ପୁଟିନଙ୍କ ସହିତ ଭ୍ଲାଦିମିରଙ୍କ ଆଲୋଚନା ସାମାଜିକ ଗଣମାଧ୍ୟମରେ ଟ୍ରମ୍ପ କହିଛନ୍ତି ଯେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ତାଙ୍କର ଅତ୍ୟନ୍ତ ସଫଳ ଆଲୋଚନା ହୋଇଛି।

ରୁଷ୍‌ ତୁରନ୍ତ ଆମେରିକା ଓ ବିଶ୍ବ ବଜାରକୁ ୩ ଲକ୍ଷ ମେଟ୍ରିକ ଟନରୁ ଅଧିକ ଡିଜେଲ ଯୋଗାଇ ଦେବାକୁ ରାଜି ହୋଇଛି।

ଏହା ପରେ ନଭେମ୍ବରରେ ୫ ଲକ୍ଷ ଟନ୍ ଏବଂ ତା ପରେ ୧ ନିୟୁତ ଟନ ଡିଜେଲ ରୁଷ୍‌ ଯୋଗାଇବ ବୋଲି ଟ୍ରମ୍ପ କହିଛନ୍ତି।

୨୦୨୨ ମସିହାରୁ ୟୁକ୍ରେନ ସହିତ ଯୁଦ୍ଧ ଚଳାଇଥିବାରୁ ରୁଷ୍‌ର ତେଲ କମ୍ପାନିଗୁଡ଼ିକ ଉପରେ ଆମେରିକା ୨୦୨୫ ଅକ୍ଟୋବରରେ କଟକଣା ଲଗାଇଥିଲା।

କିନ୍ତୁ ଆମେରିକା ଓ ବିଶ୍ବ ବଜାରକୁ ପୁଟିନ ଡିଜେଲ ଯୋଗାଇବା ଫଳରେ ଯେଉଁ ରାଜସ୍ବ ମିଳିବ ସେଥିରେ ପୁଟିନ ୟୁକ୍ରେନ ଯୁଦ୍ଧକୁ ଚଳାଇ ରଖିବାରେ ଅଧିକ ସମର୍ଥ ହେବେ।

ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଆମେରିକାର ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି।

ପୁଟିନଙ୍କୁ ଦିଆଯାଇଥିବା ଉପହାର ବିଶ୍ବ ପାଇଁ କୌଣସି ସୁବିଧା ବା ଶାନ୍ତି ଆଣିବ ନାହିଁ ବୋଲି ସେ ମତ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)