Girl Student Death: ସେବାଶ୍ରମରେ ଅଭାବନୀୟ ଘଟଣା: ଚାଲିଗଲା ସପ୍ତମ ଶ୍ରେଣୀର ଛାତ୍ରୀଙ୍କ ଜୀବନ, କାରଣ ଅସ୍ପଷ୍ଟ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଅର୍କେଲ ଥାନା ଅନ୍ତର୍ଗତ ପର୍କନମାଳା ସେବାଶ୍ରମରେ ଅଭାବନୀୟ ଘଟଣା।
ସପ୍ତମ ଶ୍ରେଣୀର ଜଣେ ଛାତ୍ରୀ ଙ୍କ ମୃତ୍ୟୁ ହୋଇଛି।
ମୃତ ଛାତ୍ରୀ ହେଉଛନ୍ତି ନାକାମାମୁଡ଼ି ପଞ୍ଚାୟତର ରଶ୍ମିତା ହନ୍ତାଳ।
Advertisment କିଛି ଦିନ ଧରି ଅସୁସ୍ଥ ଥିଲେ ଛାତ୍ରୀ ସୂଚନା ଅନୁସାରେ, ରଶ୍ମିତା କିଛି ଦିନ ଧରି ଅସୁସ୍ଥ ଥିବାବେଳେ ଗତକାଲି ରାତିରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା।
ତୁରନ୍ତ ତାଙ୍କୁ କୁଡୁମୁଲୁଗୁମ୍ମା ଚିକିତ୍ସାଳୟକୁ ନିଆଯାଇଥିଲା।
ହେଲେ ସେଠାରେ ଡାକ୍ତର ରଶ୍ମିତାଙ୍କୁ ମୃତ ଘୋଷଣା କରିଥିଲେ।
ବର୍ତ୍ତମାନ ଛାତ୍ରୀଙ୍କ ମୃତଦେହ ଚିକିତ୍ସାଳୟରେ ରହିଥିବାବେଳେ ପରିବାର ଲୋକଙ୍କୁ ଖବର ଦିଆଯାଇଛି।
ତେବେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ କ'ଣ, ତାହା ସ୍ପଷ୍ଟ ହୋଇନାହିଁ।
Robbery Attempt: ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ମାଳ- ଟିଟିଲାଗଡ଼ ରାସ୍ତାରେ ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ ବିଫଳ, ଥାନାରେ ଏତଲା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
