Gidipabali Landslide: ଗିଡ଼ିପାବାଲି ଭୂସ୍ଖଳନ: ଦିନକରେ ମିଳିଲା ୫ ମୃତଦେହ, ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

Nov 06, 2026 - 05:52
Gidipabali Landslide: ଗିଡ଼ିପାବାଲି ଭୂସ୍ଖଳନ: ଦିନକରେ ମିଳିଲା ୫ ମୃତଦେହ, ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଭଞ୍ଜନଗର/ଘୁ.ଉଦୟଗିରି: ଗିଡ଼ିପାବାଲିରେ ଆଜି ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଦିନକରେ ୫ଟି ଶବ ମିଳିଛି।

ଫଳରେ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

ଆଜି ମିଳିଥିବା ୫ଟି ଶବ ଗୋଟିଏ ପରିବାରର ସଦସ୍ୟ ବୋଲି ସୂଚନା ମିଳିଛି।

ମୃତକମାନେ ହେଲେ ବିଜୟ ପ୍ରଧାନ ଓ ପତ୍ନୀ ଭୂମିକା ପ୍ରଧାନ, ୭ ବର୍ଷର ପୁଅ ଅରୁଣ ପ୍ରଧାନ, ୬ ବର୍ଷର ଝିଅ ବିଜୟଲକ୍ଷ୍ମୀ ପ୍ରଧାନ ଓ ଏକବର୍ଷର ଝିଅ ଜୟଲକ୍ଷ୍ମୀ ପ୍ରଧାନ।

ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା ଏହି ସୂଚନା ଦେଇଛନ୍ତି।

ସେମାନଙ୍କ ଶବକୁ ସଂପର୍କୀୟମାନେ ଚିହ୍ନଟ କରିଥିଲେ।

ଏହି ସମୟରେ କାନ୍ଦବୋବାଳିରେ ଉକ୍ତ ସ୍ଥାନ ଫାଟି ପଡ଼ିଥିଲା।

ମୃତ ବିଜୟଙ୍କ ଭାଇ ଅଜୟ ପ୍ରଧାନ ମୁଖାଗ୍ନି ଦେଇ ଅନ୍ତିମ ସତ୍କାର କରିଥିଲେ।

Advertisment ଗୋଟିଏ ପରିବାରର ବାପାମାଆ ଓ ତିନି ସନ୍ତାନ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ଆଜି ଭୋର ସମୟରେ ଓଡ୍ରାଫ୍‌ ଓ ଡିଭିଏଫ୍‌ ବାହିନୀର ଏକ ୮୦ ଜଣିଆ ଦଳ ଉଦ୍ଧାର କାର୍ଯ୍ୟରେ ବାହାରିଥିବା ବେଳେ ୨୦ ଗ୍ରାମବାସୀ ବି ଏଥିରେ ସାମିଲ ହୋଇଥିଲେ।

ମୃତଦେହଗୁଡ଼ିକୁ ପ୍ରାୟ ୧୫ରୁ ୨୦ ଫୁଟ ତଳୁ ଉଦ୍ଧାର କରାଯାଇଛି।

ଭୂସ୍ଖଳନରେ ନିଖୋଜ ୧୩ ଜଣଙ୍କୁ ଖୋଜିବା ପାଇଁ ରେଳବାଇ ଇଞ୍ଜନିୟର ଟିମ୍‌, ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବାହିନୀର ୧୦ଟି ଟିମ୍‌ ସହ ସନ୍ଧାନୀ କୁକୁରଙ୍କୁ ନିୟୋଜିତ କରାଯାଇଥିଲା।

ସୋମବାର ସୁଦ୍ଧା ଗ୍ରାମର ରବି ମଲ୍ଲିକ ଓ ତାଙ୍କ ଜ୍ବାଇଁ ସନମାନ ପ୍ରଧାନଙ୍କ ମୃତଦେହ ମିଳିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)