Ghost car: ରାତିସାରା ଭୂତ କାର୍‌ର ଉତ୍ପାତ!

Nov 23, 2026 - 05:12
Ghost car: ରାତିସାରା ଭୂତ କାର୍‌ର ଉତ୍ପାତ!

ଚୀନରେ ଏକ ଇଲେକ୍ଟ୍ରିକ୍ କାର୍‌ ଠିକ୍ ଜାଗାରେ ପାର୍କିଂ କରିବା ଲାଗି ରାତିସାରା ଉଦ୍ୟମ କରି ଚର୍ଚ୍ଚା ପରିସରକୁ ଆସିଛି।

ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଲୋକେ ଏହାକୁ 'ଭୂତ କାର୍' ବୋଲି ଆଖ୍ୟା ଦେଇଛନ୍ତି।

ଚୀନ୍‌ର ଆନହୁଇ ପ୍ରଦେଶର ଏକ ଆବାସିକ କୋଠାର ପାର୍କିଂ ସ୍ଥଳରେ ଏହି ଘଟଣା ଘଟିଛି।

ରାତି ପ୍ରାୟ ୩ଟାରେ ଜଣେ ସୁରକ୍ଷାକର୍ମୀ ଅସ୍ୱାଭାବିକ ଶବ୍ଦ ଶୁଣି ତଳକୁ ଆସିଥିଲେ।

ସେଠାରେ ଏକ ଚାଳକବିହୀନ ଇଲେକ୍ଟ୍ରିକ୍ କାର୍‌ ବାରମ୍ବାର ଆଗପଛ ହୋଇ ପାର୍କିଂ କରିବାକୁ ଚେଷ୍ଟା କରୁଥିବା ଦେଖିଥିଲେ।

Advertisment Kalinga ghati: ସୀମାରେ ଯାତ୍ରୀଙ୍କ ଦୁର୍ଦ୍ଦଶା; ହଇରାଣ ହେଲେ ରୋଗୀ-ସାଧାରଣ ଜନତା ପରଦିନ ଗାଡ଼ିର ମାଲିକ ଏହାର ସିଷ୍ଟମ୍ ରେକର୍ଡ ଯାଞ୍ଚ କରିବାରୁ ରାତିସାରା ଅଟୋମେଟିକ୍ ପାର୍କିଂ ବ୍ୟବସ୍ଥା ୮୬୮ ଥର ସକ୍ରିୟ ହୋଇଥିବା ଜାଣିବାକୁ ପାଇଥିଲେ।

ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଅନ୍ୟ କେତେକ ଗାଡ଼ିରେ ମଧ୍ୟ ସ୍ୱୟଂଚାଳିତ ପାର୍କିଂ ବ୍ୟବସ୍ଥା ଠିକ୍ ଭାବେ କାମ କରୁ ନ ଥିବା ନେଇ ଚର୍ଚ୍ଚା ଚାଲିଛି।

ତେବେ ଏହି ଘଟଣା ପଛରେ ସଫ୍‌ଟୱେର୍‌ ତ୍ରୁଟି, ସେନ୍‌ସର୍‌ ସମସ୍ୟା ଅଥବା ପାର୍କିଂ ସ୍ଥାନକୁ ଠିକ୍ ଭାବେ ଚିହ୍ନଟ କରି ନପାରିବା ଭଳି କାରଣ ଥାଇପାରେ ବୋଲି ଆଶଙ୍କା କରାଯାଉଛି।

ତେବେ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

ସ୍ୱୟଂଚାଳିତ ଡ୍ରାଇଭିଂ ଓ ପାର୍କିଂ ସିଷ୍ଟମ୍ ଗାଡ଼ି ଚାଳନାକୁ ସହଜ କରିବା ପାଇଁ ଉଦ୍ଦିଷ୍ଟ ହୋଇଥିବାବେଳେ ଏଭଳି ଘଟଣା ଏହି ପ୍ରଯୁକ୍ତିର ନିର୍ଭରଯୋଗ୍ୟତା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।

Smuggling: ଏନଭିଡିଆ ଚିପ୍ ଚୋରାଚାଲାଣ ପଛରେ ଲି ମିଙ୍ଗ୍‌ : ଆଲିସ ହୁଆଙ୍ଗ କେବଳ ବାହ୍ୟ ଚେହେରା ଥିଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)