Germany:ଜର୍ମାନୀକୁ ଝଟ୍କା: ସ୍ଲୋଟରବେକ୍ ବାଦ୍
"ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ବକପ୍ରେ ଜର୍ମାନୀକୁ ବଡ଼ ଝଟ୍କା ଲାଗିଛି।
ଏହି ଦଳ ପ୍ରମୁଖ ରକ୍ଷଣଭାଗ ଖେଳାଳି ନିକୋ ସ୍ଲୋଟରବେକ୍ଙ୍କ ଗୋଇଠିରେ ଗୁରୁତର ଆଘାତ ଲାଗିବା ପରେ ଚଳିତ ବିଶ୍ବକପ୍ରୁ ବାଦ୍ ପଡ଼ିଛନ୍ତି ସେ।
ଶନିବାର ଗ୍ରୁପ୍-ଇ"ର ଆଇଭରିକୋଷ୍ଟ ବିପକ୍ଷ ଦ୍ବିତୀୟ ମ୍ୟାଚ୍ ଆରମ୍ଭର କିଛି ସମୟ ମଧ୍ୟରେ ସ୍ଲୋଟରବେକ୍ ଆହତ ହୋଇଥିଲେ।
ସେହି ଯନ୍ତ୍ରଣାରେ ସେ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଖେଳିଥିଲେ।
ପ୍ରଥମାର୍ଦ୍ଧ ପରେ ଆଣ୍ଟୋନିଓ ରୁଏଡିଜର ବଦଳ ଖେଲାଳି ଭାବେ ପଡ଼ିଆରେ ପ୍ରବେଶ କରିଥିଲେ।Advertisment ଆହୁରି ପଢନ୍ତୁ: YogaDay: ଗ୍ରିଡ୍କୋ ଓ ଓପିଟିସିଏଲ୍ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ଏହି ମ୍ୟାଚ୍କୁ ଜର୍ମାନୀ ୨-୧ରେ ଜିତି ନକ୍ଆଉଟ୍ ସ୍ଥାନ ନିଶ୍ଚିତ କରିଥିଲା।
ରବିବାର ସ୍ଲୋଟରବେକ୍ଙ୍କ ସ୍କାନ୍ ପରେ ତାଙ୍କ ବାମ ଗୋଇଠି ଲିଗାମେଣ୍ଟ୍ରେ ସମସ୍ୟା ଥିବା ଜଣା ପଡ଼ିଥିଲା।
ସୁସ୍ଥ ହେବାକୁ ମାସେରୁ ଅଧିକ ଲାଗିଯିବ।
ତେଣୁ ପୂରା ପ୍ରତିଯୋଗିତାରୁ ତାଙ୍କୁ ବାଦ୍ ଦିଆଯାଇଛି।
ପ୍ରତିଯୋଗିତା ଆରମ୍ଭ ହୋଇଥିବାରୁ ତାଙ୍କ ସ୍ଥାନରେ କୌଣସି ଖେଳାଳିଙ୍କୁ ପ୍ରଶିକ୍ଷକ ଜୁଲିଆନ୍ ନାଗେଲ୍ସମ୍ୟାନ୍ ନେଇ ପାରିବେ ନାହିଁ। ""ସେ ଜଣେ ଭଲ ଡିଫେଣ୍ଡର।
ତାଙ୍କୁ ଆମେ ଫିଲ୍ଡରେ ନିଶ୍ଚିତ ମିସ୍ କରିବୁ।
ଖେଳିବେନି ହେଲେ ସେ ଦଳ ସହ ରହିବେ।
ପିଚ୍ ବାହାରେ ତାଙ୍କ ଉପସ୍ଥିତ ଆମ ଖେଳାଳିଙ୍କ ମନୋବଳ ବଢ଼ାଇବ।
ଆମ ପାଖରେ ଏବେ ସେଣ୍ଟ୍ରୋଲ ଡିଫେଣ୍ଡର ଜୋନାଥନ ତା, ଆଣ୍ଟୋନିଓ ରୁଏଡଗର, ୱାଲଡର ଆଣ୍ଟୋନ ଓ ମଲିକ ଥିଓ ଥିବାରୁ ଅସୁବିଧା ହେବନି"" ବୋଲି ପ୍ରଶିକ୍ଷକ କହିଛନ୍ତି।
"