GDP Growth: ଭାରତର ଅଭିବୃଦ୍ଧି କାହାଣୀ ବିଶ୍ୱ ପାଇଁ ଆତ୍ମବିଶ୍ୱାସ ଓ ନୂତନ ସୁଯୋଗର ଉତ୍ସ ହୋଇଛି: ମୋଦୀ

Sep 03, 2026 - 17:15
GDP Growth: ଭାରତର ଅଭିବୃଦ୍ଧି କାହାଣୀ ବିଶ୍ୱ ପାଇଁ ଆତ୍ମବିଶ୍ୱାସ ଓ ନୂତନ ସୁଯୋଗର ଉତ୍ସ ହୋଇଛି: ମୋଦୀ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭରଙ୍କ ସହିତ ବ୍ୟାପକ ଆଲୋଚନା କରିବା ସମୟରେ ସଦ୍ୟତମ ତ୍ରୈମାସିକରେ ଭାରତର ୭.୮ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧିକୁ ଆଲୋକପାତ କରି କହିଛନ୍ତି ଯେ, ଭାରତର ଅଭିବୃଦ୍ଧି କାହାଣୀ ବିଶ୍ୱ ପାଇଁ ଆତ୍ମବିଶ୍ୱାସ ଓ ନୂତନ ସୁଯୋଗର ଉତ୍ସ ପାଲଟିଛି।

ଡି ୱେଭରଙ୍କ ସହିତ ସାକ୍ଷାତ ପରେ ମୋଦୀ କହିଛନ୍ତି ଯେ, ବିଶ୍ୱ ଅନିଶ୍ଚିତତା, ଦ୍ୱନ୍ଦ୍ୱ ଓ ଖାଦ୍ୟ, ଇନ୍ଧନ ଓ ଯୋଗାଣ ଶୃଙ୍ଖଳରେ ବାଧା ସତ୍ତ୍ୱେ ଭାରତର ଅର୍ଥନୀତି ଏହାର ଗତି ବଜାୟ ରଖିଛି।Advertisment ଭାରତ ଓ ବେଲଜିୟମ ବାଣିଜ୍ୟ, ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସ୍ୱଚ୍ଛ ଶକ୍ତି ଓ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ବିସ୍ତାର କରିବାକୁ ରାଜି ହୋଇଥିବାବେଳେ ମୋଦୀଙ୍କ ଏହି ମନ୍ତବ୍ୟ ଆସିଛି।

ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗକୁ ଦ୍ୱିପାକ୍ଷିକ ସମ୍ପର୍କର "ମୁଖ୍ୟ ସ୍ତମ୍ଭ" ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ଦୁଇ ଦେଶ ସାମରିକ ଆଦାନପ୍ରଦାନ ଏବଂ ତାଲିମ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି।

ସେ କହିଛନ୍ତି ଯେ, ସରକାର ଓ ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ଚୁକ୍ତିନାମା ପ୍ରତିରକ୍ଷା ସହ-ବିକାଶ ଓ ସହ-ଉତ୍ପାଦନ ପାଇଁ ସୁଯୋଗ ସୃଷ୍ଟି କରିବ।

ଭାରତ ଓ ବେଲିଜିୟମ୍‌ ଆସନ୍ତା ୫ ବର୍ଷରେ ଦ୍ବିପାକ୍ଷିକ କାରବାରକୁ ଦ୍ବିଗୁଣିତ କରିବାକୁ ରାଜି ହୋଇଛନ୍ତି।

କ୍ୟାବିନେଟ୍‌ରୁ ବିଦା ହେଲେ କୋଣ୍ଡା ସୁରେଖା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)