Ganjam Flood Aftermath: ବନ୍ୟାର ୧୮ ଦିନ ପରେ ବି ବାସହରାଙ୍କ ଦୁର୍ଦ୍ଦଶା; ଗୋଟିଏ କୋଠରୀରେ ୧୦ ପରିବାର
ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ଯିବାର ୧୮ ଦିନ ବିତିଗଲାଣି।
ହେଲେ ଏବେ ବି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ବନ୍ୟାରେ ସର୍ବସ୍ୱ ହରାଇଥିବା ୧୦ଟି ପରିବାର।
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡ଼ା ଗାଁର ଏକାଧିକ ପରିବାର ଘରଦ୍ୱାର ହରାଇବା ପରେ ଏବେ ନିକଟସ୍ଥ ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହୁଛନ୍ତି।
Advertisment ପ୍ରଶାସନ ପକ୍ଷରୁ ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ପାଲ, କମ୍ବଳ ଓ ୫୦ କିଲୋ ଚାଉଳ ମଧ୍ୟ ପ୍ରଦାନ କରାଯାଇଛି।
ହେଲେ ଗୋଟିଏ ମାତ୍ର କୋଠରୀରେ ୧୦ଟି ପରିବାରର ରହିବା ଏବେ ବଡ଼ ସମସ୍ୟା ପାଲଟିଛି।
ଜାଗା ଅଭାବରୁ ଦିନରେ ଏଣେତେଣେ ଆଶ୍ରୟ ନେବାକୁ ପଡ଼ୁଛି।
ବନ୍ୟାର ୧୮ ଦିନ ପରେ ବି ବାସହରାଙ୍କ ଦୁର୍ଦ୍ଦଶା ଘରଦ୍ୱାର ହରାଇ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୧୦ଟି ପରିବାର ଗୋଟିଏ କୋଠରୀରେ ଜୀବନ ବିତାଉଛନ୍ତି ୧୦ ପରିବାର ରନ୍ଧା ଖାଦ୍ୟ, ପାଲ ଓ ଚାଉଳ ମିଳୁଛି, ମିଳୁନି ସ୍ଥାୟୀ ଆଶ୍ରୟ ଧରାକୋଟ ବ୍ଲକ ଜାହାଡ଼ା ଗାଁରେ ବନ୍ୟା ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ପ୍ରଶାସନର ସହାୟତା ଅପେକ୍ଷାପେ ବାସହରା ପରିବାର Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
