Ganjam Administration Goes Into Action Mode: ବାତ୍ୟା ଭୟରେ ହାଇଆଲର୍ଟ, ଆକ୍ସନ ମୋଡ୍ରେ ଗଞ୍ଜାମ ପ୍ରଶାସନ
ବଢ଼ୁଛି ବାତ୍ୟା ଭୟ, ଆଗୁଆ ପ୍ରସ୍ତୁତିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ।
ଡହ ଓ ଭଞ୍ଜନଗର ଜଳଭଣ୍ଡାରର ଗେଟ୍ ଖୋଲିବାକୁ ଆସିଛି ଚିଠି ।
ଭଞ୍ଜନଗର ଜଳଭଣ୍ଡାର ୮୪.୦୭ ଓ ଡହ ଜଳଭଣ୍ଡାର ୯୦.୬୬ ପ୍ରତିଶତ ପୂର୍ଣ୍ଣ ।
ପ୍ରବଳ ବର୍ଷା ଆଶଙ୍କାରେ ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଗେଟ୍ ।
ଏପଟେ ଲୋହରାଖଣ୍ଡି ନଦୀକୂଳିଆ ବାସିନ୍ଦାଙ୍କୁ ସତର୍କ କରାଇଛି ପ୍ରଶାସନ ।
ନଦୀ ନିକଟକୁ ପଶୁପକ୍ଷୀଙ୍କୁ ନ ଛାଡ଼ିବାକୁ ଅପିଲ୍ ।
Advertisment ସେପଟେ ୧୬ ତାରିଖ ସୁଦ୍ଧା ସମୁଦ୍ରରୁ ଫେରିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ।
ପାଚିଲା ଫସଲ ଶୀଘ୍ର ଅମଳ କରିନେବାକୁ ଚାଷୀଙ୍କୁ ପରାମର୍ଶ ।
ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।
ଆଶ୍ରୟସ୍ଥଳୀରେ ପାନୀୟ ଜଳ, ଖାଦ୍ୟ, ଆଲୋକ ଓ ଶୌଚାଳୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ତତ୍ପରତା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
