Ganja Seized ମାଲକାନଗିରିରୁ ୩୦୮ କିଲୋ ଗଞ୍ଜେଇ ଜବତ, ରାଜସ୍ଥାନର ୨ ଚାଲାଣକାରୀ ଗିରଫ

Aug 18, 2026 - 17:30
Ganja Seized ମାଲକାନଗିରିରୁ ୩୦୮ କିଲୋ ଗଞ୍ଜେଇ ଜବତ, ରାଜସ୍ଥାନର ୨ ଚାଲାଣକାରୀ ଗିରଫ

"ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା):  ମାଲକାନଗିରିରୁ ରାଜସ୍ଥାନକୁ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ମୋଟୁରୁ ଛତିଶଗଡ଼ର କୋଣ୍ଟା ରାସ୍ତାରେ କୋଣ୍ଟା ପୁଲିସ ଚଢାଉ କରି ଏକ ପିକଅପ୍ ଭ୍ୟାନରୁ ଶତାଧିକ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛି।

Advertisment Ganja Seized in Sonepur ଧରାପଡ଼ିଲା ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ, ଫେରାର୍‌‌ ହୋଇଗଲେ ମାଫିଆ ବିଶେଷ ସୂତ୍ରରୁ ଛତିଶଗଡ଼ର କୋଣ୍ଟା ପୁଲିସ ଖବର ପାଇଥିଲା ଯେ ମାଲକାନଗିରିରୁ ଏକ ପିକ ଅପ୍ ଭ୍ୟାନ ମୋଟୁ ରାସ୍ତା ଦେଇ ଛତିଶଗଡ଼ରେ ପଶିବ।

ଏହି ଗଞ୍ଜେଇ ରାଜସ୍ଥାନକୁ ଚାଲାଣ କରାଯାଉଛି।

ପୁଲିସ ତୁରନ୍ତ ମୋଟୁ ଓ କୋଣ୍ଟା ରାସ୍ତାରେ ପେଟ୍ରୋଲିଂ ଆରମ୍ଭ କରିଥିଲା।

ଆଜି (ମଙ୍ଗଳବାର) ସକାଳ ୬ଟା ବେଳେ ପିକ୍‌ ଅପ୍ ଭ୍ୟାନ କ୍ଷୀପ୍ର ଗତିରେ ଆସୁଥିବା ଦେଖି କୋଣ୍ଟା ପୁଲିସ ଅଟକାଇ ଯାଞ୍ଚ କରିଥିଲା।

ଗାଡିର ଉପରେ ଲୁଣ ବସ୍ତା ରଖି ତଳେ ଗଞ୍ଜେଇ ବସ୍ତା ରଖାଯାଇଥିଲା।

ପ୍ରାୟ ୧୫୦ ପ୍ୟାକେଟ ଗଂଜେଇ ରହିଥିବା ପୁଲିସ ଦେଖିଥିଲା।

ସେଥିରୁ ୩୦୮ କିଲୋ ଗଂଜେଇ ଜବତ କରାଯାଇଥିଲା।

ଏଥିସହ ରାଜସ୍ଥାନର ଦୁଇ ଜଣ ଚାଲାଣକାରୀକୁ ଗିରଫ କରାଯାଇଥିଲା।

Ganja Seize: ୨୫୧ କେଜି ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ୫୪ ଲକ୍ଷ ଟଂକା ହେବ ବୋଲି କୁହାଯାଇଛି।

ଗିରଫ ଦୁଇ ଆସାମୀ ହେଲେ ରାଜସ୍ଥାନର ଭିଲଵାଡା ଗ୍ରାମର ଶିବ କୁମାର ପ୍ରଜାପତି(୨୪) ଏବଂ ଉଦୟ ରାମ ବଲଇ(୨୪)।

ଦୁଇ ଆସାମୀକୁ ଆଜି କୋର୍ଟ ଚାଲାଣ କରାଯାଇଥିବା କୋଣ୍ଟା ପୁଲିସ କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media