Ganja seized: ଓଡ଼ିଶାରୁ ମହାରାଷ୍ଟ୍ରକୁ ଗଂଜେଇ ଚାଲାଣ; ଫସିଲେ ୨ ମାଫିଆ

Aug 13, 2026 - 17:24
Ganja seized: ଓଡ଼ିଶାରୁ ମହାରାଷ୍ଟ୍ରକୁ ଗଂଜେଇ ଚାଲାଣ; ଫସିଲେ ୨ ମାଫିଆ

"କାଲିମେଳା (ଦୁଃଶାସନ ମହାପାତ୍ର): ଗଂଜେଇ ଚୋରା ଚାଲାଣ କରିବାକୁ ଏବେ ମାଫିଆମାନେ ଭିନ୍ନ ଶୈଳୀ ଆପଣେଇଛନ୍ତି।

ମାଲକାନଗିରିରୁ ମହରାଷ୍ଟ୍ରକୁ ଏକ ଆମ୍ବୁଲାନ୍ସ ରେ ଗଂଜେଇ ଚାଲାଣ ବେଳେ ମାଫିଆମାନେ ପୁଲିସ ହାବୁଡ଼ରେ ପଡ଼ିଯାଇଛନ୍ତି।

ଆମ୍ବୁଲାସର ସିକ୍ରେଟ ଚାମ୍ବର ଭିତରେ ୨୦୦ କିଲୋରୁ ଅଧିକ ଗଂଜେଇ ମହାରାଷ୍ଟ୍ରକୁ ଚାଲାଣ କରାଯାଉଥିବା ବେଳେ କାଲିମେଳା ପୁଲିସ ଫାସରେ ଫସିଯାଇଛନ୍ତି।

ସୁଧାକୋଣ୍ଡା ଜଙ୍ଗଲରୁ ଏହି ଆମ୍ବୁଲାସଟିକୁ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଦୁଇଜଣ ଅନ୍ତଃ ରାଜ୍ୟ ଗଂଜେଇ ମାଫିଆ ଗିରଫ ହୋଇଛନ୍ତି।

ଅଭିଯୁକ୍ତମାନେ ମହାରାଷ୍ଟ୍ରର ବାସିନ୍ଦା।

ଜବତ ଗଂଜେଇର ମୂଲ୍ୟ ୨୦ରୁ ୩୦ଲକ୍ଷ ଟଙ୍କା ହେବାର ଅନୁମାନ କରାଯାଉଛି।

Advertisment ସୂଚନାଯୋଗ୍ୟ, ମାଲକାନଗିରିର ଉପାନ୍ତ ଅଞ୍ଚଳରୁ ରାଜ୍ୟର ବିଭିନ୍ନ ସ୍ଥାନ ସହିତ ବାହାର ରାଜ୍ୟକୁ ଗଂଜେଇ ଚାଲାଣ ହେଉଥିବା ଖବର ବାରମ୍ବାର ଆସୁଛି।

ପୁଲିସ ଏବଂ ଅବକାରୀ ବିଭାଗର ଘନଘନ ଚଢ଼ଉ ସତ୍ତ୍ବେ ମାଫିଆମାନେ ଏହି କଳାକାରନାମା ଜାରି ରଖିଛନ୍ତି।

ନିକଟରେ ପୁଲିସ ହାବୁଡ଼ରେ ଅନ୍ତଃରାଜ୍ୟ ଗଂଜେଇ ମାଫିଆ ଧରାପଡ଼ିଥିଲେ।

ସେମାନଙ୍କର ଠାରୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ଗଂଜେଇ ଜବତ ହୋଇଥିଲା।

ପିକ୍‌ଅପ୍‌ ସହ ସ୍ଥାନୀୟ ଅଞ୍ଚଳର ୨ ଜଣ ଗଂଜେଇ ମାଫିଆ ଗିରଫ ହୋଇଥିଲେ। ganja smuggling case ୨ ସ୍କୋର୍ପିଓ ସହ ୧୫ ଲକ୍ଷ ଟଙ୍କାର ଗଂଜେଇ ଜବତ ସେହିପରି ଗତ ୫ ତାରିଖ ଦିନ ବିଶ୍ୱସ୍ତ ସୂତରୁ ଖବର ପାଇ ବଦଳିଗୁଡା ଘାଟି ନିକଟରୁ ୩୨୦ କିଲୋ ଗଂଜେଇ ଜବତ କରିବାରେ ସଫଳ ହୋଇଥିଲା କାଲିମେଳା ପୁଲିସ।

ଏକ ପିକ୍‌ଅପ୍‌ରେ ଏହି ବିପୁଳ ପରିମାଣର ଗଂଜେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ଯାଉଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ି ଯାଇଥିଲେ।

ଏହି ଅନ୍ତଃ ରାଜ୍ୟ ଗଂଜେଇ ରାକେଟ ପଛରେ ବାହାର ରାଜ୍ୟର ଗଂଜେଇ ମାଫିଆଙ୍କ ହାତ ଥିବାର ପୁଲିସ ଅନୁମାନ କରି ଅନୁସନ୍ଧାନ ଜାରି ରଖିଛି।

ଗତ ଜୁଲାଇ ମାସ ୧୦ ତାରିଖରେ ଏହି ବଦଳିଗୁଡା ଘାଟି ନିକଟରୁ କାଲିମେଳା ପୁଲିସ ୧୦ କୁଇଣ୍ଟାଲରୁ ଉର୍ଧ୍ଵ ଗଂଜେଇ ଜବତ କରିବାରେ ସଫଳ ହୋଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media