ମହାରାଷ୍ଟ୍ରରେ ସୁଖବୀରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

Aug 13, 2026 - 17:27
ମହାରାଷ୍ଟ୍ରରେ ସୁଖବୀରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ବାଦଲଙ୍କ ଉପରେ ଆକ୍ରମଣ। ମହାରାଷ୍ଟ୍ରରେ ସୁଖବୀରଙ୍କୁ ଧାରୁଆ ଅସ୍ତ୍ରରେ ହୋଇଛି ଆକ୍ରମଣ। ସୁଖବୀରଙ୍କ ଡାହାଣ ହାତରେ ଲାଗିଛି ଗୁରୁତର ଆଘାତ। ନାନ୍ଦେଦ ମାତା ସାହିବ କୌର ଅଞ୍ଚଳର ଏକ ଗୁରୁଦ୍ବାରରେ ହୋଇଛି ଆକ୍ରମଣ। ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀରଙ୍କୁ ଜଣେ ନିହାଙ୍ଗ ଆକ୍ରମଣ କରିଥିବା ସୂଚନା ମିଳିଛି। ପଞ୍ଜାବରୁ ନାନ୍ଦେଦକୁ ଆସିବା ପରେ ପରେ ଏହି ଆକ୍ରମଣ ହୋଇଥିଲା। ସୁଖବୀରଙ୍କୁ ଚିକିତ୍ସା ଲାଗି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁଖବୀର ବିପଦମୁକ୍ତ ଥିବା ସୂଚନା ମିଳିଛି। ସୁଖବୀରଙ୍କ ନିରାପତ୍ତା ଦାୟିତ୍ବରେ ଥିବା ଇନ୍ସପେକ୍ଟର ସନ୍ତୋଷ କେନ୍ଦ୍ରେଙ୍କ ଉପରେ ବି ଆକ୍ରମଣ ହୋଇଛି। ସେ ବି ଆହତ ହୋଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media