Ganja Seize: ୨୫୧ କେଜି ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ
"ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଆର୍.ଉଦୟଗିରି ଥାନା ପୁଲିସ ବୁଧବାର ଏକ ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣ ଉପରେ ଚଢ଼ାଉ କରି ୨୫୧ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି।
ଏହି ଘଟଣାରେ ଆର୍.ଉଦୟଗିରି ଥାନାରେ କେସ୍ ନମ୍ବର ୧୪୩/୨୦୨୬ରେ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ii)(ସି) ଅନୁଯାୟୀ ମାମଲା ରୁଜୁ କରାଯାଇଛି।
Advertisment ପୁଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୯ଟା ୩୦ ମିନିଟ୍ରେ ଆର୍.ଉଦୟଗିରି ଥାନାର ଉପନିରୀକ୍ଷକ ଲକ୍ଷ୍ମଣ ବେଶ୍ରା ଓ ଅନ୍ୟ ପୁଲିସ କର୍ମଚାରୀମାନେ ସମ୍ବଲପୁର, କିରାମା, ନିଧିଗୁଡ଼ି ଓ ତବରସାହି ଅଞ୍ଚଳରେ ପାଟ୍ରୋଲିଂ ଏବଂ ଚଢ଼ାଉ ଡ୍ୟୁଟିରେ ଥିବାବେଳେ ତବରସାହି ଗ୍ରାମ ପଛପଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ମହଜୁଦ ରଖି ଚୋରାଚାଲାଣ କରାଯାଉଥିବା ନେଇ ବିଶ୍ୱସନୀୟ ସୂଚନା ପାଇଥିଲେ।
ଆହୁରି ପଢନ୍ତୁ: outhern Philippines: ଦକ୍ଷିଣ ଉପକୂଳରେ ୬.୩ ତୀବ୍ରତାଯୁକ୍ତ ଭୂମିକମ୍ପ ଏହାପରେ ପୁଲିସ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରିଥିଲା।
ସେଠାରେ ଦୁଇ ଜଣ ବ୍ୟକ୍ତି ୮ଟି ଜରି ବ୍ୟାଗ୍ରେ ଗଞ୍ଜେଇ ପ୍ୟାକିଂ କରୁଥିବା ଦେଖି ପୁଲିସକୁ ଦେଖି ଜଙ୍ଗଲ ଭିତରକୁ ପଳାଇବାକୁ ଉଦ୍ୟମ କରିଥିଲେ।
ପୁଲିସ ସେମାନଙ୍କୁ ପିଛା କରି କାବୁ କରିଥିଲା।
ଗିରଫ ଦୁଇ ଅଭିଯୁକ୍ତ ହେଲେ ତବରସାହି ଗ୍ରାମର ଅବିନାଥ ରାଇକା (୪୪) ଓ ଜାଖ୍ୟା ଗମାଙ୍ଗ (୫୫)।
ସେମାନଙ୍କ ନିକଟରୁ ୨ କ୍ୱିଣ୍ଟାଲ ୫୧ କେଜି ୨୦୦ ଗ୍ରାମ ଅର୍ଥାତ୍ ମୋଟ ୨୫୧ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।
ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବୁଧବାର ସ୍ଥାନୀୟ ଅଦାଲତରେ ହାଜର କରାଯିବ ବୋଲି ଆର୍.ଉଦୟଗିରି ଥାନା ପକ୍ଷରୁ ସୂଚନା ମିଳିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।