Judgement: ଆଖି ଚିକିତ୍ସା ପାଇଁ ଅଭିଷେକଙ୍କ ବିଦେଶ ଯିବାକୁ ଅନୁମତି ଦେଲେନି କଲିକତା ହାଇକୋର୍ଟ
"କୋଲକାତା: ଚିକିତ୍ସା ପାଇଁ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଅଭିଷେକ ବନାର୍ଜୀଙ୍କୁ ବିଦେଶ ଯିବାକୁ କଲିକତା ହାଇକୋର୍ଟ ଅନୁମତି ଦେଲେନି।
ଅଭିଷେକ ଜରୁରୀ ଭିତ୍ତିରେ ଆଖି ଚିକିତ୍ସା ପାଇଁ ବିଦେଶ ଯିବାକୁ ଅନୁମତି ମାଗିଥିଲେ।
କିନ୍ତୁ କୋର୍ଟ ମନା କରି ଦେଇଛନ୍ତି।
ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ମଧ୍ୟ କୋର୍ଟ ସମାନ ପ୍ରକାରର ଏକ ଆବେଦନକୁ ଖାରଜ କରିଥିଲେ।
Advertisment ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଜଣିକିଆ ଖଣ୍ଡପୀଠ କହିଛନ୍ତି , ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବିରୋଧୀ ଦଳ ନେତା ଓ କର୍ମୀଙ୍କୁ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପୁଲିସ ମାମଲାର ସମ୍ମୁଖୀନ ହେଉଥିବା ୪୦ ବର୍ଷୀୟ ଅଭିଷେକ ବନାର୍ଜୀଙ୍କର ଦେଶ ଛାଡ଼ିବାର କୌଣସି ଆବଶ୍ୟକତା ଅଛି ବୋଲି କୋର୍ଟ ଦେଖିପାରୁନାହାନ୍ତି।
ଭାରତରେ ମଧ୍ୟ ଚିକିତ୍ସା ଉପଲବ୍ଧ ବୋଲି କୋର୍ଟ କହିଛନ୍ତି।
ବିଚାରପତି ଭଟ୍ଟାଚାର୍ଯ୍ୟ କହିଛନ୍ତି, ୨୦୧୬ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ଆଖିରେ ଆଘାତ ପାଇଥିବା ଅଭିଷେକ ବନାର୍ଜୀ କେଉଁଠି ଚିକିତ୍ସା ହେଉଛନ୍ତି ତାହା ମୁଖ୍ୟ ବିଷୟ ନୁହେଁ ବରଂ ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବା ଅଧିକ ଗୁରୁତ୍ୱପୂର୍ଣ୍ଣ।
ଉଲ୍ଲେଖଯୋଗ୍ୟ ଗତ ଜୁଲାଇ ୨୦ରେ ମଧ୍ୟ ଏହି ସମାନ ଖଣ୍ଡପୀଠ ଅଭିଷେକଙ୍କ ଆବେଦନକୁ ଖାରଜ କରି କହିଥିଲେ ଯେ କୋଲକାତାରେ ଅନେକ ପ୍ରତିଷ୍ଠିତ ଚକ୍ଷୁ ଚିକିତ୍ସା କେନ୍ଦ୍ର ରହିଛି।
ଉଲ୍ଲେଖଯୋଗ୍ୟ ଏପ୍ରିଲ ୨୭ରେ ଏକ ଜନସଭାରେ ବିରୋଧୀ ଦଳର ନେତା ଓ କର୍ମୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ରୁଜୁ ହୋଇଥିବା ମାମଲାରେ ଅଭିଷେକ ବନାର୍ଜୀଙ୍କୁ ଅକ୍ଟୋବର ୬ ପର୍ଯ୍ୟନ୍ତ ବଳପୂର୍ବକ କାର୍ଯ୍ୟାନୁଷ୍ଠାନରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ସହ ଅଦାଲତ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ ଏବଂ ଅଦାଲତଙ୍କ ଅନୁମତି ବିନା ବିଦେଶ ଯାତ୍ରା ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବିଚାରପତି ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ତଦନ୍ତ ଚାଲିଥିବା ସମୟରେ ଅଭିଷେକଙ୍କୁ ବିଦେଶ ଯିବାର ଅନୁମତି ଦେବାକୁ ଅଦାଲତ ଇଚ୍ଛୁକ ନୁହନ୍ତି।
ସେ ପଶ୍ଚିମବଙ୍ଗ ସରକାରଙ୍କ ଏସଏସକେଏମ୍ ହସ୍ପିଟାଲର ଚକ୍ଷୁ ବିଭାଗର ମୁଖ୍ୟଙ୍କ ନିକଟରେ ପରୀକ୍ଷା କରାଇବେ।
ସେଠାରେ ତାଙ୍କ ଆଖିର ସମସ୍ୟାର ଚିକିତ୍ସା ସମ୍ଭବ କି ନାହିଁ, ସେହି ବିଷୟରେ ବିଶେଷଜ୍ଞ ମତ ଦେବେ।
Abhishek Banerjee: ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ ଉପରେ ଚାଲିଲା ବୁଲଡୋଜର ଅଦାଲତ କହିଛନ୍ତି ଯେ, ଏସଏସକେଏମ୍ ହସ୍ପିଟାଲର ରିପୋର୍ଟ ଆସିବା ପରେ ହିଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ତେବେ ଡାଏମଣ୍ଡ ହାର୍ବର ଲୋକସଭା ସାଂସଦ ଅଭିଷେକ ବନାର୍ଜୀ ସୁପ୍ରିମକୋର୍ଟରେ ଆବେଦନ କରି କହିଥିଲେ ଯେ, ତାଙ୍କ ବିରୋଧରେ ଥିବା ସମସ୍ତ ମାମଲାରେ ସେ ତଦନ୍ତରେ ସହଯୋଗ କରିଛନ୍ତି ଏବଂ ତାଙ୍କୁ ଆବଶ୍ୟକ ଚିକିତ୍ସାରୁ ବଞ୍ଚିତ କରାଯିବା ଉଚିତ ନୁହେଁ।
ସୋମବାର ସୁପ୍ରିମକୋର୍ଟ କଲିକତା ହାଇକୋର୍ଟକୁ ଏକ ସପ୍ତାହ ମଧ୍ୟରେ ଏହି ଆବେଦନର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।