Gang rape: ତ୍ରିପୁରାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

Aug 16, 2026 - 17:38
Gang rape: ତ୍ରିପୁରାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

"ଅଗରତାଲା: ତ୍ରିପୁରାର ଗୋମତୀ ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ତ୍ରିପୁରା ପୁଲିସ ୨ ଜଣଙ୍କୁ ଗିରଫ କରିଥିବାବେଳେ ୪ ଜଣ ନାବାଳକଙ୍କୁ ଅଟକ ରଖିଛି।

ପ୍ରାପ୍ତବୟସ୍କ ସନ୍ଦିଗ୍ଧଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଯାଇଥିଲାବେଳେ ଚାରି ଜଣ ନାବାଳକଙ୍କୁ ଶନିବାର ବାଳ ସୁଧାର ଗୃହକୁ ପଠାଯାଇଥିଲା।

Advertisment ପୁଲିସ କହିଛି ଯେ, ଦୁଷ୍କର୍ମ ଘଟଣା ଅଗଷ୍ଟ ୧ ତାରିଖରେ ଘଟିଥିଲା।

ପୀଡିତା (୧୬ ବର୍ଷରୁ ଅଧିକ ବୟସ) ଏକା ଘରକୁ ଫେରୁଥିବାବେଳେ ରାସ୍ତାରେ ଛିଡ଼ା ହୋଇଥିବା ଅଭିଯୁକ୍ତମାନେ ତାଙ୍କୁ ଜୋରଜବରଦସ୍ତ ଜଙ୍ଗଲକୁ ନେଇ ଯାଇ ଗଣଦୁଷ୍କର୍ମ କରିଥିଲେ।

ପୀଡ଼ିତାଙ୍କ ପରିବାର ଲୋକ ଅଗଷ୍ଟ ୧୪ ତାରିଖରେ ଗଣଦୁଷ୍କର୍ମ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ, ଯାହା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଦୁଇ ବୟସ୍କ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଓ ୧୬ ରୁ ୧୭ ବର୍ଷ ବୟସର ଚାରି ଜଣ ନାବାଳକଙ୍କୁ ଗିରଫ କରିଥିଲା।

Rape: ମହୀଶୂରରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଲୁଟ୍‌ ଗତବର୍ଷ ମହିଳାଙ୍କ ବିରୋଧରେ ମୋଟ ୬୬୭ ଅପରାଧ ମାମଲା ରୁଜୁ ହୋଇଥିବାବେଳେ ୪୨୬ ଜଣ ଲୋକ ଗିରଫ ହୋଇଥିଲେ।

ଆପରାଧିକ ମାମଲା ଭିତରେ ୧୬୮ଟି ଦୁଷ୍କର୍ମ, ୧୧୬ଟି ଯୌନ ଉତ୍ପୀଡ଼ନ ମାମଲା ରହିଛି।

ତଦନ୍ତବେଳେ ୨୯୮ ଜଣଙ୍କର ଦୁଷ୍କର୍ମ ମାମଲାରେ ସମ୍ପୃକ୍ତି ଥିବା ଜଣାପଡ଼ିଥିବାବେଳେ ୧୮୨ ଜଣ ଗିରଫ ହୋଇଛନ୍ତି।

ଯୌନ ନିର୍ଯାତନା ମାମଲାରେ ପୁଲିସ ୫୮ ଜଣଙ୍କୁ ଗିରଫ କରିଥିଲା।

୨୦୨୪ ମସିହାରେ ମହିଳା ବିରୋଧୀ ଅପରାଧ ସହିତ ଜଡିତ ମୋଟ ୭୨୪ଟି ମାମଲା ରୁଜୁ ହୋଇଥିଲା, ଯେଉଁଥିରେ ୧୮୦ଟି ଦୁଷ୍କର୍ମ ମାମଲା ଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media