Ganesh Puja: ସିଜୁଆରେ ଜମିବ ଗଣେଶ ପୂଜା: ଏଥର ମହାଭାରତର ‘ପାଞ୍ଚାଳ ରାଜପ୍ରାସାଦ’

Sep 08, 2026 - 06:50
Ganesh Puja: ସିଜୁଆରେ ଜମିବ ଗଣେଶ ପୂଜା: ଏଥର ମହାଭାରତର ‘ପାଞ୍ଚାଳ ରାଜପ୍ରାସାଦ’

"ଭୁବନେଶ୍ୱର: ଚଳିତ ବର୍ଷ ଗଣେଶ ପୂଜା ଅବସରରେ ସିଜୁଆରେ ମହାଭାରତ ସମୟର "ପାଞ୍ଚାଳ ରାଜପ୍ରାସାଦ" ତୋରଣ ଦେଖିବାକୁ ମିଳିବ।

ଯୁଗ ଜ୍ୟୋତି ଯୁବକ ସଂଘ ପକ୍ଷରୁ ଏନେଇ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ପ୍ରାୟ ୮୫ ଫୁଟର ସୁଉଚ୍ଚ ତୋରଣ ଓ ଆଖି ଝଲସାଇଦେଲା ଭଳି ଆଲୋକମାଳା ମଧ୍ୟରେ ଶ୍ରଦ୍ଧାଳୁମାନେ ମହାଭାରତର ପୌରାଣିକ କାହାଣୀ ସମ୍ପର୍କରେ ଜାଣିବାକୁ ପାଇବେ।

ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା ୧୩ ଫୁଟ ରହିଛି।

କଲିକତାର ଶିଳ୍ପୀମାନେ ମୂର୍ତ୍ତି ଓ ତୋରଣ ନିର୍ମାଣରେ ଲାଗିପଡ଼ିଛନ୍ତି।

ଚଳିତ ବର୍ଷ ପୂଜା ପାଇଁ ୨୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି।

କ୍ଲବ୍‌ ପକ୍ଷରୁ ପ୍ରତିବର୍ଷ ଏଭଳି ନୂଆ ଥିମ୍‌ର ତୋରଣ ଶ୍ରଦ୍ଧାଳୁମାନଙ୍କୁ ଆକୃ‌ଷ୍ଟ କରିଆସୁଛି।

ଚଳିତ ବର୍ଷର ଅନ୍ୟତମ ମୁଖ୍ୟ ଆକର୍ଷଣ ରହିଛି, ଗଜାନନଙ୍କ ମୂର୍ତ୍ତିରେ ରୁପାଦାନ୍ତ ଦେଖିବାକୁ ମିଳିବ।

Advertisment Cabinet: କ୍ୟାବିନେଟ୍‌ରେ ୧୮ ପ୍ରସ୍ତାବ ପାରିତ: ବିଜୁଳି ଭିତ୍ତିଭୂମି ପାଇଁ ୧୬ହଜାର କୋଟି ଭକ୍ତ ଓ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ମୀନା ବଜାର ଓ ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଅପେରା ପ୍ରଦର୍ଶିତ ହେବ।

ଏହା ସମ୍ପୂର୍ଣ୍ଣ ନିଶୁଳ୍କ ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଉଛି।

ସୁରକ୍ଷାକୁ ଦୃଷ୍ଟିରେ ରଖି ସଂଘ ପକ୍ଷରୁ ପୂଜାସ୍ଥଳୀରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି।

ପୂଜାର ପ୍ରଥମ ଦିନ ୨୦,୦୦୦ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

ଆମ ସଂସ୍କୃତିକୁ ପରବର୍ତ୍ତୀ ପିଢ଼ି ନିକଟରେ ପହଞ୍ଚାଇବାକୁ କ୍ଲବ୍‌ ପକ୍ଷରୁ ଏଭଳି କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଉଛି ବୋଲି କ୍ଲବ୍‌ର ସଭାପତି ବବ୍ରୁବାହନ ଗୁମାନସିଂହ କହିଛନ୍ତି।

୨୦ ତାରିଖରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ।

ଆଜି ଏନେଇ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଜୟ ପ୍ରଧାନ, ଆଶିଷ ପ୍ରଧାନ, ସୁରେଶ ଜୟସିଂହ, ବୈଭବ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ।

Crime: ପତ୍ନୀଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ସ୍ବାମୀ ଗିରଫ, ଦେଶୀ ବନ୍ଧୁକ ଜବତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)