Ganesh Chaturthi: କେଉଁଠି କିପରି ହୁଏ ଗଣେଶ ଚତୁର୍ଥୀ?

Sep 13, 2026 - 15:21
Ganesh Chaturthi: କେଉଁଠି କିପରି ହୁଏ ଗଣେଶ ଚତୁର୍ଥୀ?

"ଆସନ୍ତାକାଲି ଗଣେଶ ଚତୁର୍ଥୀ।

ଦେଶର ବିଭିନ୍ନ ଭାଗରେ ଗଣେଶ ଉତ୍ସବକୁ ଭକ୍ତି ଓ ଉତ୍ସାହର ସହ ପାଳନ କରାଯିବା ପାଇଁ ଚଳଚଞ୍ଚଳ ଲାଗି ରହିଛି।

ତେବେ ଅଞ୍ଚଳ ଅନୁସାରେ ଏହି ପର୍ବର ନାମ, ପୂଜାବିଧି ଓ ପରମ୍ପରାରେ ଭିନ୍ନତା ଦେଖିବାକୁ ମିଳେ।

ମହାରାଷ୍ଟ୍ରର ଭବ୍ୟ ଗଣେଶ ମଣ୍ଡପଠାରୁ ଗୋଆର "ମାଟୋଲି", ଆନ୍ଧ୍ରପ୍ରଦେଶର "ବିନାୟକ ଚଭିଥି" ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ରହିଛି ନିଆରା ପରମ୍ପରା।Advertisment ବିଭିନ୍ନ ରାଜ୍ୟରେ ଭିନ୍ନ ପରମ୍ପରା ମହାରାଷ୍ଟ୍ର ଗଣେଶ ଉତ୍ସବ ପାଇଁ ମହାରାଷ୍ଟ୍ରର ଏକ ସ୍ୱତନ୍ତ୍ର ପରିଚୟ ରହିଛି।

ଏଠାରେ ଘରଠାରୁ ଆରମ୍ଭ କରି ବିଭିନ୍ନ ପୂଜାମଣ୍ଡପରେ ଗଣପତିଙ୍କ ମୂର୍ତ୍ତି ସ୍ଥାପନ କରାଯାଏ।

ବଡ଼ ବଡ଼ ମଣ୍ଡପ, ସାଜସଜ୍ଜା, ଭଜନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏଠାରେ ଗଣେଶ ଉତ୍ସବ ପାଳନ ହୁଏ।

ଗୋଆଗୋଆରେ ଗଣେଶ ଚତୁର୍ଥୀକୁ "ଚଭଥ" ବୋଲି କୁହାଯାଏ।

ଏଠାରେ ଏହି ପର୍ବର ମୁଖ୍ୟ କେନ୍ଦ୍ର ହେଉଛି ପରିବାର।

ଘରେ ଗଣପତିଙ୍କୁ ସ୍ଥାପନ କରିବା ସହ "ମାଟୋଲି" ସଜାଇବାର ପରମ୍ପରା ରହିଛି।

ବିଭିନ୍ନ ଫଳ, ପନିପରିବା, ପତ୍ର, ଫୁଲ ଓ ପ୍ରାକୃତିକ ସାମଗ୍ରୀରେ ମାଟୋଲିକୁ ସଜାଯାଏ।

ଏହି ଅବସରରେ ମୋଦକ ସମେତ ବିଭିନ୍ନ ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ ହୁଏ।

ତାମିଲନାଡୁତାମିଲନାଡୁରେ ଭଗବାନ ଗଣେଶଙ୍କୁ "ପିଲ୍ଲୈୟାର" ନାମରେ ମଧ୍ୟ ପୂଜା କରାଯାଏ।

ଘର ଓ ମନ୍ଦିରରେ ବିଶେଷ ପୂଜା ଆୟୋଜନ କରାଯାଏ।

ଏଠାରେ ଗଣେଶ ପୂଜା ସହ ମୋଦକର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି।

ବିହାରବିହାରର ମିଥିଳା ଅଞ୍ଚଳରେ ଗଣେଶ ଚତୁର୍ଥୀ ସମୟରେ "ଚୌରଚନ" ପର୍ବ ପାଳନର ପରମ୍ପରା ରହିଛି।

ଏହି ଅବସରରେ ମହିଳାମାନେ ସନ୍ତାନଙ୍କ ସୁଖ, ସମୃଦ୍ଧି ଓ ପରିବାରର ମଙ୍ଗଳ ପାଇଁ ବ୍ରତ ପାଳନ କରନ୍ତି।

ସନ୍ଧ୍ୟାରେ ଘର ଅଗଣାରେ "ଅରିପନ" ପ୍ରସ୍ତୁତ କରାଯାଇ ଚନ୍ଦ୍ରଦେବଙ୍କ ପୂଜା କରାଯାଏ।

ପୂଜାରେ ଫଳ, ମିଠା ଓ ବିଭିନ୍ନ ନୈବେଦ୍ୟ ଅର୍ପଣ କରାଯାଏ।

ମଧ୍ୟପ୍ରଦେଶମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଗଣେଶ ଉତ୍ସବ ବେଶ ଧୁମଧାମରେ ପାଳନ କରାଯାଏ।

ବଡ଼ ବଡ଼ ପୂଜାମଣ୍ଡପ ସହ ବିଭିନ୍ନ ଛକରେ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଏ।

ଏଥିସହ ଧାର୍ମିକ ଓ ସାମାଜିକ ବିଷୟବସ୍ତୁକୁ ନେଇ ବିଭିନ୍ନ ଝାଙ୍କି ମଧ୍ୟ ଆୟୋଜନ କରାଯାଏ।

ଆନ୍ଧ୍ରପ୍ରଦେଶଆନ୍ଧ୍ରପ୍ରଦେଶରେ ଗଣେଶ ଚତୁର୍ଥୀକୁ "ବିନାୟକ ଚଭିଥି" ବୋଲି କୁହାଯାଏ।

ଏଠାରେ ଭଗବାନ ବିନାୟକଙ୍କ ମୂର୍ତ୍ତି ସ୍ଥାପନ ସହ ବିଶେଷ ପୂଜା କରାଯାଏ।

ବିଭିନ୍ନ ପ୍ରକାରର ପତ୍ରରେ ପୂଜା କରିବାର ମଧ୍ୟ ପରମ୍ପରା ରହିଛି।

କାଣିପକମ ବିନାୟକ ମନ୍ଦିରରେ ଏହି ଅବସରରେ ଅନେକ ଦିନ ଧରି ବିଶେଷ ଉତ୍ସବ ଓ ବିଭିନ୍ନ ବାହନ ସେବା ଆୟୋଜନ କରାଯାଏ।

Lord Ganesha: ଗଣେଶ କାହିଁକି ମୂଷାକୁ ବାହନ କରିଥିଲେ?

ଦେଶର ବିଭିନ୍ନ ରାଜ୍ୟରେ ପରମ୍ପରା ଓ ପୂଜାବିଧି ଭିନ୍ନ ହୋଇଥିଲେ ମଧ୍ୟ ବିଘ୍ନହର୍ତ୍ତା ଗଣେଶଙ୍କ ଆରାଧନା ଏହି ପର୍ବର ମୁଖ୍ୟ ଆକର୍ଷଣ।

ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହ ଗଣପତିଙ୍କୁ ପୂଜା କରି ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)