Ganapati Visarjan: ଗଣେଶଙ୍କ ଆରତୀ ବେଳେ ସଲମାନଙ୍କ ଭୁଲ ସୁଧାରିଲେ ଭଉଣୀ

Sep 16, 2026 - 14:54
Ganapati Visarjan: ଗଣେଶଙ୍କ ଆରତୀ ବେଳେ ସଲମାନଙ୍କ ଭୁଲ ସୁଧାରିଲେ ଭଉଣୀ

"ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ୍ ସେପ୍ଟେମ୍ବର ୧୫ରେ ତାଙ୍କ ଭାଇ ସୋହେଲ ଖାନଙ୍କ ଘରେ ଗଣପତି ବାପ୍ପାଙ୍କ ଦର୍ଶନ କରିବାକୁ ପହଞ୍ଚିଥିଲେ।

ଏଠାରେ ସେ ପୂରା ପରିବାର ସହ ମିଶି ପୂଜାର୍ଚ୍ଚନା କରିବା ସହିତ ପରିବାର ସଦସ୍ୟଙ୍କ ସହ ମିଶି କିଛି ସମୟ ବିତାଇଥିଲେ।

ଏହି ସମୟରେ ସଲମାନ ଖାନ ଗଣେଶଙ୍କ ଭୁଲ ଆରତୀ କରିଥିଲେ।

ଯାହାକୁ ସଙ୍ଗେସଙ୍ଗେ ତାଙ୍କ ଭଉଣୀ ସୁଧାରି ଦେଇଥିଲେ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଆରତୀ କରିବା ସମୟରେ ସଲମାନ ଭୁଲ୍ ଦିଗରେ ଥାଳି ବୁଲାଇବା ଆରମ୍ଭ କରିଥିଲେ।

ଏହି ସମୟରେ ଭଉଣୀ ଅର୍ପିତାଙ୍କ ନଜର ଯେତେବେଳେ ସଲମାନଙ୍କ ଉପରେ ପଡ଼ିଲା, ସେ ତୁରନ୍ତ ସଲମାନଙ୍କୁ ସଙ୍କେତ ଦେଇ ଭୁଲକୁ ସୁଧାରି ଦେଇଥିଲେ।

ଭାଇ-ଭଉଣୀଙ୍କ ଏହି ବିଶେଷ ସମ୍ପର୍କର ଭିଡିଓକୁ ସୋସିଆଲ ମିଡିଆରେ ଅନେକ ଲୋକ ପସନ୍ଦ କରୁଛନ୍ତି।

କିଛି ଲୋକ ସଲମାନଙ୍କୁ ଭଲପାଇବା ଦେଉଥିବା ବେଳେ ଆଉ କିଛି ଲୋକ ଏହାକୁ ନେଇ ତାଙ୍କୁ ଟ୍ରୋଲ୍ ମଧ୍ୟ କରୁଛନ୍ତି।

ତେବେ ସଲମାନଙ୍କ ଘରେ ଗଣପତି ବାପ୍ପାଙ୍କୁ ସ୍ୱାଗତ ଓ ପୂଜା କରିବାର ପରମ୍ପରା ବହୁ ବର୍ଷ ପୁରୁଣା।

ଦିଲ୍ଲୀ ହାଇକୋର୍ଟରେ ଚାକିରି ସୁଯୋଗ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)