PM Fasal Bima Yojana ଗଞ୍ଜାମରେ ଫସଲ ବୀମା ଯୋଜନାର ସମୀକ୍ଷା, ରବି ଋତୁରେ ୪୮ ହଜାର ହେକ୍ଟର ଜମିରେ ଡାଲି ଓ ତୈଳବୀଜ ଚାଷ ଲକ୍ଷ୍ୟ

Oct 22, 2026 - 19:40
PM Fasal Bima Yojana ଗଞ୍ଜାମରେ ଫସଲ ବୀମା ଯୋଜନାର ସମୀକ୍ଷା, ରବି ଋତୁରେ ୪୮ ହଜାର ହେକ୍ଟର ଜମିରେ ଡାଲି ଓ ତୈଳବୀଜ ଚାଷ ଲକ୍ଷ୍ୟ

ଛତ୍ରପୁର(ବସନ୍ତ କୁମାର ମହାରଣା): ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ କୃଷି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଡିଜିଟାଲ କ୍ରପ ସର୍ଭେ, କୃଷକ ପଞ୍ଜିକରଣ, ଧାନ ଅମଳ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ଓ ସମ୍ୱନ୍ୱିତ କୃଷି ଉପରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

Advertisment Crop Insurance ଫସଲବୀମା ଯୋଜନା କ୍ଷତିପୂରଣ ଦାବିରେ ଧାରଣା ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ରାଉଳ ଚଳିତ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟାନ୍ବୟନ, ଏଗ୍ରିଷ୍ଟାକ ମାଧ୍ୟମରେ କୃଷକ ପଞ୍ଜୀକରଣ, ଡିଜିଟାଲ ଫସଲ ସର୍ଭେ ଆଦି ସମ୍ପର୍କରେ ତଥ୍ୟ ରଖିଥିଲେ।

ଚଳିତ ରବି ଋତୁରେ ଜିଲ୍ଲାରେ ପ୍ରାୟ ୪୮୦୦୦ ହେକ୍ଟର ଧାନ ଅମଳ ପରବର୍ତ୍ତୀ ପଡିଆ ଜମିରେ ଡାଲି ଓ ତୈଳବୀଜ ଫସଲ ଚାଷ କରାଯିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରାଉଳ ଜିଲ୍ଲାପାଳଙ୍କୁ ଅବଗତ କରେଇଥିଲେ।

ଜାଲ୍ କାଗଜପତ୍ରରେ ଫସଲବୀମା ରାଶି ହଡ଼ପ: ଅଡିଟ୍‌ ରିପୋର୍ଟରେ ଧରାପଡ଼ିଲା ଲକ୍ଷାଧିକ ଟଙ୍କାର ଦୁର୍ନୀତି ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ରାଉଳ, ଉପଉଦ୍ୟାନ କୃଷି ଅଧିକାରୀ ଲଳିତ କୁମାର ପଣ୍ଡା, ଉପନିବନ୍ଧକ ସମବାୟ ସମିତି, ବ୍ରହ୍ମପୁର ପ୍ରମୋଦ କୁମାର ବସ୍ତିଆ, ପରିସଂଖ୍ୟାନ ସହକାରୀ ନିର୍ଦ୍ଦେଶକ ଅରୁଣ କୁମାର ବେହେରା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁନୀଲ ସାଇ ଦେବାଶିଷ, ଲିଡ୍‌ବ୍ୟାଙ୍କ ମ୍ୟାନେଜେର ହେମଚନ୍ଦ୍ର ସାହୁ, ଜିଲ୍ଲା ଉନ୍ନୟନ ପରିଚାଳକ ନାବାର୍ଡ ସଂଜୀବ ମିଶ୍ର, ଜିଲ୍ଲାର ସମସ୍ତ କୃଷି ଜିଲ୍ଲା ଅଧିକାରୀ, ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମସ୍ତ ଯୋଜନା ଅଧିକାରୀ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)