Gajpati: ଗଜପତି ଜିଲ୍ଲାରେ ୧୫୫ ଭୂସ୍ଖଳନପ୍ରବଣ ସ୍ଥାନ ଓ ୪୭ଟି ବନ୍ୟାପ୍ରବଣ ଅଞ୍ଚଳ ଚିହ୍ନଟ

Nov 18, 2026 - 15:32
Gajpati: ଗଜପତି ଜିଲ୍ଲାରେ ୧୫୫ ଭୂସ୍ଖଳନପ୍ରବଣ ସ୍ଥାନ ଓ ୪୭ଟି ବନ୍ୟାପ୍ରବଣ ଅଞ୍ଚଳ ଚିହ୍ନଟ

ଗଜପତି : ସମ୍ଭାବ୍ୟ ବାତ୍ୟା 'ଅକଭାନ'କୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।

ଜିଲ୍ଲାରେ ୧୫୫ଟି ଭୂସ୍ଖଳନପ୍ରବଣ ସ୍ଥାନ ଓ ୪୭ଟି ବନ୍ୟାପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଛି।

ସମ୍ବେଦନଶୀଳ ଅଞ୍ଚଳରୁ ୩୫ ହଜାର ୧୧୪ ଜଣଙ୍କୁ ସ୍ଥାନାନ୍ତର ପାଇଁ ୫୧୮ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି।

ଏଥିସହ ୨୧୦ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି।

ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗର ୧୧ଟି, ଓଡ୍ରାଫ୍‌ର ୬ଟି ଓ ଏନ୍‌ଡିଆର୍‌ଏଫ୍‌ର ଗୋଟିଏ ଟିମ୍‌ ସଜାଗ ରହିଛନ୍ତି।

ରାସ୍ତା ମରାମତି ପାଇଁ ପ୍ରାୟ ୧୫୦ଟି ଜେସିବି, ହିଟାଚି ଓ ଟ୍ରାକ୍ଟର ପ୍ରସ୍ତୁତ ରଖାଯାଇଛି।

ଖାଦ୍ୟ ସାମଗ୍ରୀର କଳାବଜାରୀ ରୋକିବାକୁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଥିବାବେଳେ ଗୋଦାମରେ ୩୬,୭୮୧ କୁଇଣ୍ଟାଲ ଚାଉଳ, ୪୦୦ କୁଇଣ୍ଟାଲ ଆଳୁ ଓ ୨୧୮ କୁଇଣ୍ଟାଲ ପିଆଜ ମହଜୁଦ ରହିଛି।

Advertisment ପାଚିଲା ଧାନ ଅମଳ କରି ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ସମସ୍ତ ବ୍ଲକ୍‌ରେ ନୋଡାଲ ଅଧିକାରୀ ନିଯୁକ୍ତି ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଓ ହେଲ୍ପଲାଇନ୍‌ ବ୍ୟବସ୍ଥା କରାଯାଇଛି।

ପ୍ରତି ପଞ୍ଚାୟତରେ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ପାଚିଲା ଧାନ ତୁରନ୍ତ ଅମଳ କରି ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।

ଏନେଇ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସୂଚନା ଦେଇଥିବାବେଳେ ଅତିରିକ୍ତ ରିଲିଫ୍‌ କମିସନର ପବନ କୁମାର ଓ ଉପଜିଲ୍ଲାପାଳ ଭଗବତ କଲ୍ୟାଣ ରାଓ ଉପସ୍ଥିତ ଥିଲେ।

Balimela Reservoir : ବାତ୍ୟା ଅକଭାନ୍‌ ଲାଗି ସତର୍କତା: ଖୋଲିଲା ବାଲିମେଳା ଜଳଭଣ୍ଡାର ଗେଟ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)