Price: ବର୍ଷର ସର୍ବନିମ୍ନ ସ୍ତରରେ ସୁନା, ରୁପା ଦର

Nov 18, 2026 - 15:32
Price: ବର୍ଷର ସର୍ବନିମ୍ନ ସ୍ତରରେ ସୁନା, ରୁପା ଦର

ନୂଆଦିଲ୍ଲୀ: ଦେଶରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଘଟିଛି।

ଉଭୟ ମୂଲ୍ୟବାନ ଧାତୁର ଦର ପ୍ରାୟ ବର୍ଷକର ସର୍ବନିମ୍ନ ସ୍ତରକୁ ଖସିଆସିଛି।

ଆମେରିକାରେ ସୁଧ ହାର ବୃଦ୍ଧି ହେବାର ଆଶଙ୍କା, ଡଲାର ମଜଭୁତ ହେବା ଏବଂ ବଣ୍ଡ୍‌ରୁ ଅଧିକ ଲାଭ ମିଳିବାର ସମ୍ଭାବନା ଯୋଗୁଁ ନିବେଶକମାନେ ସୁନା ଓ ରୁପା ବିକ୍ରି କରୁଛନ୍ତି।

ଏହାର ପ୍ରଭାବରେ ଉଭୟ ଧାତୁର ଦର ହ୍ରାସ ପାଇଛି।ବୁଧବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ ସୁନା ଫ୍ୟୁଚର୍ସ ଦର ପ୍ରାୟ ୨.୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୧,୩୧,୦୪୦ ଟଙ୍କା ପାଖାପାଖି କାରବାର ହୋଇଥିଲା।

Advertisment ସେହିପରି ରୁପା ଦର ପ୍ରାୟ ୩ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୧.୬୫ ଲକ୍ଷ ଟଙ୍କା ପାଖାପାଖି ରହିଥିଲା।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଓ ରୁପା ଦରରେ ହ୍ରାସ ଦେଖାଦେଇଛି।

ଚଳିତ ବର୍ଷ ଜାନୁଆରି ୨୯ରେ ରୁପା ଦର ଭାରତୀୟ ବଜାରରେ କିଲୋଗ୍ରାମ ପିଛା ୩,୮୪,୬୩୨ ଟଙ୍କାର ସର୍ବୋଚ୍ଚ ସ୍ତର ଛୁଇଁଥିଲା।

ଏବେ ଏହା ପ୍ରାୟ ୧.୬୫ ଲକ୍ଷ ଟଙ୍କାକୁ ଖସିଆସିଛି।

ଅର୍ଥାତ୍ ସର୍ବୋଚ୍ଚ ଦର ତୁଳନାରେ ରୁପା ଦରରେ ୨.୨ ଲକ୍ଷ ଟଙ୍କାରୁ ଅଧିକ ହ୍ରାସ ଘଟିଛି।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ରୁପା ଦର ଆଉନ୍ସ ପିଛା ୪୬ ଡଲାରକୁ ଖସିଆସିଛି।

ଏହା ଜାନୁଆରିର ସର୍ବୋଚ୍ଚ ଦର ୧୨୧ ଡଲାର ତୁଳନାରେ ୬୦ ପ୍ରତିଶତରୁ ଅଧିକ କମ୍।

ସରକାରୀ ବଣ୍ଡ୍‌ର ଚାହିଦା ବଢ଼ିଛି ଆମେରିକାର ଫେଡେରାଲ ରିଜର୍ଭ ଡିସେମ୍ବରରେ ସୁଧ ହାର ବଢ଼ାଇପାରେ ବୋଲି ନିବେଶକମାନେ ଆଶଙ୍କା କରୁଛନ୍ତି।

ଆମେରିକାରେ ମୁଦ୍ରାସ୍ଫୀତି ଅଧିକ ରହିବା ଓ ସୁଧ ହାର ବୃଦ୍ଧିର ସମ୍ଭାବନା ଯୋଗୁଁ ଡଲାର ଓ ସରକାରୀ ବଣ୍ଡ୍‌ର ଚାହିଦା ବଢ଼ିଛି।

ସୁନା ଓ ରୁପାରୁ ନିୟମିତ ସୁଧ ମିଳୁ ନଥିବାରୁ ନିବେଶକମାନେ ଏହା ବଦଳରେ ଅନ୍ୟ ନିବେଶ ବିକଳ୍ପକୁ ପସନ୍ଦ କରୁଛନ୍ତି।

ଏହାସହ ନିବେଶକଙ୍କ ଲାଭ ଉଠାଇବା ପ୍ରବୃତ୍ତି ମଧ୍ୟ ଦର ହ୍ରାସର ଅନ୍ୟ ଏକ କାରଣ।

ବଜାର ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ଆମେରିକାର ଡଲାର ମୂଲ୍ୟ, ବଣ୍ଡ୍‌ର ସୁଧ ହାର ଏବଂ ଫେଡେରାଲ ରିଜର୍ଭର ନିଷ୍ପତ୍ତି ଉପରେ ସୁନା ଓ ରୁପା ଦରର ଗତି ନିର୍ଭର କରିବ।

ତେଣୁ ଏବେ ନିବେଶକମାନେ ତରବରିଆ ଭାବେ କିଣାକିଣି ନକରି ବଜାରର ସ୍ଥିତି ଉପରେ ନଜର ରଖିବା ଉଚିତ।

Internet: ଷ୍ଟାରଲିଙ୍କ୍‌କୁ ଟକ୍କର ଦେବ ରିଲାଏନ୍ସ, ମହାକାଶକୁ ପଠାଇବ ୧୬୦୦ ଉପଗ୍ରହ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)