FSSAI Declares Bisleri Water Sample Unsafe : ବିସଲେରୀ ପାଣିରେ କର୍କଟ ସୃଷ୍ଟିକାରୀ ପଦାର୍ଥ ଚିହ୍ନଟ, ଅସୁରକ୍ଷିତ ଘୋଷଣା କଲା FSSAI
ବିସଲେରୀ ପାଣିରେ କର୍କଟ ସୃଷ୍ଟିକାରୀ ପଦାର୍ଥ।
ଅସୁରକ୍ଷିତ ଘୋଷଣା କଲା ଭାରତୀୟ ଖାଦ୍ୟ ସୁରକ୍ଷା ସଂସ୍ଥା FSSAI।
ଲୋକପ୍ରିୟ ପାଣି ବ୍ରାଣ୍ଡ ବିସଲେରୀକୁ ନେଇ ବଢ଼ିଛି ଚିନ୍ତା।
କମ୍ପାନୀର ପ୍ୟାକେଜ୍ଡ ପାଣି ନମୁନା ପରୀକ୍ଷାରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ବ୍ରୋମେଟ୍ ମିଳିବା ସହ ପଲିନ୍ୟୁକ୍ଲିୟର ଆରୋମାଟିକ୍ ହାଇଡ୍ରୋକାର୍ବନ୍ସ ବା PAHs ଚିହ୍ନଟ ହୋଇଛି।
ଏହାପରେ ନମୁନାକୁ ଅସୁରକ୍ଷିତ ଘୋଷଣା କରି ବିସଲେରୀ ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ଦେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ।
Advertisment FSSAI ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିସଲେରୀ କମ୍ପାନୀର ପରିସରରୁ 'ପ୍ୟାକେଜ୍ଡ ଡ୍ରିଙ୍କିଂ ୱାଟର'ର ଏକ ନମୁନା ସଂଗ୍ରହ କରାଯାଇଥିଲା।
ପ୍ରଥମ ପରୀକ୍ଷାରେ ପାଣିରେ ବ୍ରୋମେଟର ମାତ୍ରା ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ନଥିଲା।
ଏହାକୁ ଆଧାର କରି ନମୁନାକୁ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ ଅନୁଯାୟୀ ଅସୁରକ୍ଷିତ ଘୋଷଣା କରାଯାଇଥିଲା।
ତେବେ କମ୍ପାନୀ ପକ୍ଷରୁ ଏହି ରିପୋର୍ଟ ବିରୋଧରେ ଅପିଲ୍ କରାଯିବା ପରେ ନମୁନାକୁ ରେଫରାଲ୍ ଫୁଡ୍ ଲାବୋରେଟୋରୀକୁ ପଠାଯାଇଥିଲା।
କିନ୍ତୁ ଦ୍ୱିତୀୟ ପରୀକ୍ଷାରେ ମଧ୍ୟ ପାଣି ଅସୁରକ୍ଷିତ ବୋଲି ଜଣାପଡ଼ିଥିଲା।
ସୂଚନା ଅନୁସାରେ, ବ୍ରୋମେଟ୍ ଓ କେତେକ PAHs ଯୌଗିକ କର୍କଟ ସୃଷ୍ଟିର ଆଶଙ୍କା ସହ ଜଡ଼ିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
