From Dibrugarh Jail to Punjab Polls: ଜେଲ୍‌ରେ ରହି ନିର୍ବାଚନ ଲଢ଼ିବେ ଅମୃତପାଲ! ଧୁରୀରେ ଭଗୱନ୍ତ ମାନ୍‌ଙ୍କୁ ଦେବେ ଟକ୍କର?

Nov 27, 2026 - 18:14
From Dibrugarh Jail to Punjab Polls: ଜେଲ୍‌ରେ ରହି ନିର୍ବାଚନ ଲଢ଼ିବେ ଅମୃତପାଲ! ଧୁରୀରେ ଭଗୱନ୍ତ ମାନ୍‌ଙ୍କୁ ଦେବେ ଟକ୍କର?

ପଞ୍ଜାବ ରାଜନୀତିରେ ଏବେଠୁ ଆରମ୍ଭ ହେଲାଣି ୨୦୨୭ ବିଧାନସଭା ନିର୍ବାଚନର ରୋଚକ ଲଢ଼େଇ।

ଜେଲ୍‌ରେ ରହି ଲୋକସଭା ସାଂସଦ ହୋଇଥିବା ଅମୃତପାଲ ସିଂହ ଏବେ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି।

ସବୁଠୁ ବଡ଼ କଥା ହେଉଛି, ଏଥିରୁ ଗୋଟିଏ ଆସନରେ ସେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ସିଧାସଳଖ ଟକ୍କର ଦେଇପାରନ୍ତି।

ଏହି ଖବର ପଞ୍ଜାବ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

Advertisment ସୂଚନା ଅନୁସାରେ, ଅମୃତପାଲଙ୍କ ଦଳ ଅକାଳୀ ଦଳ (ୱାରିସ ପଞ୍ଜାବ ଦେ) ତାଙ୍କୁ ଦୁଇଟି ଆସନରୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି।

ଏଥିରେ ଧୁରୀ ଆସନ ରହିଛି, ଯେଉଁଠାରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ପ୍ରତିନିଧିତ୍ୱ କରୁଛନ୍ତି।

ଅନ୍ୟ ଆସନଟି ହେଉଛି ଖେମକରଣ।

ଏହା ଅମୃତପାଲଙ୍କ ବର୍ତ୍ତମାନର ଲୋକସଭା କ୍ଷେତ୍ର ଖଡୁର ସାହିବ ଅଧୀନରେ ରହିଛି।

ତେବେ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରାର୍ଥୀତ୍ୱ ଘୋଷଣା କରାଯାଇନାହିଁ।

ଦଳୀୟ ସୂତ୍ର ଅନୁସାରେ, ଅମୃତପାଲଙ୍କ ନିର୍ବାଚନ ଲଢ଼ିବା ନିଶ୍ଚିତ।

ଏବେ ସେ ଆସାମର ଡିବ୍ରୁଗଡ଼ ଜେଲ୍‌ରେ ଅଛନ୍ତି।

୨୦୨୩ ଏପ୍ରିଲ୍‌ରେ ଗିରଫ ହେବା ପରଠାରୁ ସେ ଜେଲ୍‌ରେ ରହିଛନ୍ତି।

Advertisment ୨୦୨୪ ଲୋକସଭା ନିର୍ବାଚନରେ ଜେଲ୍‌ରେ ରହି ଖଡୁର ସାହିବ ଆସନରୁ ବିଜୟୀ ହୋଇଥିଲେ ଅମୃତପାଲ।

ଏବେ ପୁଣି ବିଧାନସଭା ନିର୍ବାଚନରେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା ଜୋର ଧରିଛି।

ନିୟମ ଅନୁସାରେ, ଜଣେ ପ୍ରାର୍ଥୀ ଏକାଧିକ ଆସନରୁ ନିର୍ବାଚନ ଲଢ଼ିପାରିବେ।

କିନ୍ତୁ ଜିତିଲେ ଗୋଟିଏ ଆସନ ରଖି ଅନ୍ୟଟି ଛାଡ଼ିବାକୁ ପଡ଼ିବ।

ଅମୃତପାଲଙ୍କ ଏହି ରଣନୀତି ପଛରେ ଭଗୱନ୍ତ ମାନ୍‌ଙ୍କୁ ଚ୍ୟାଲେଞ୍ଜ୍‌ କରିବା ଏକ ବଡ଼ ଉଦ୍ଦେଶ୍ୟ ବୋଲି ଚର୍ଚ୍ଚା ହେଉଛି।

ଧୁରୀ ମାଲୱା ଅଞ୍ଚଳରେ ଥିବାବେଳେ ଏହା ଆମ୍‌ ଆଦମୀ ପାର୍ଟିର ଏକ ଶକ୍ତିଶାଳୀ ଗଡ଼।

ଏଠାରେ ମାନ୍‌ଙ୍କୁ ସିଧାସଳଖ ମୁକାବିଲା କରି ଅମୃତପାଲ ନିଜକୁ ଶାସକ ଦଳର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉପସ୍ଥାପନ କରିବାକୁ ଚାହୁଁଥିବା କୁହାଯାଉଛି।

ଅନ୍ୟପଟେ ପଞ୍ଜାବରେ ରାଜନୈତିକ ସମୀକରଣ ମଧ୍ୟ ବଦଳୁଛି।

ବିଜେପି ଓ ଶିରୋମଣି ଅକାଳୀ ଦଳ ମଧ୍ୟରେ ପୁଣି ମେଣ୍ଟ ହୋଇଥିବାବେଳେ କଂଗ୍ରେସ ଓ ଆପ୍‌ ଏହାକୁ ନେଇ ଆକ୍ରମଣ କରିଛନ୍ତି।

ଏଭଳି ସ୍ଥିତିରେ ଅମୃତପାଲଙ୍କ ଦଳ ଅନ୍ୟ ଅକାଳୀ ଗୋଷ୍ଠୀ ଓ ବିଏସ୍‌ପି ସହ ମିଶି ଏକ ବିକଳ୍ପ ମେଣ୍ଟ ଗଠନ କରିବାକୁ ଆଲୋଚନା କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)