Want to Plan Your Own Funeral: ନିଜ ଶେଷକୃତ୍ୟର ପ୍ଲାନ୍ ନିଜେ କରନ୍ତୁ! ଭାରତରେ ଆରମ୍ଭ ହେଲା ଅଜବ ଷ୍ଟାର୍ଟଅପ୍
ମୃତ୍ୟୁ ପରେ କ'ଣ ହେବ?
ଶେଷକୃତ୍ୟ କେମିତି ହେବ?
କେଉଁଠି ହେବ ଅନ୍ତିମ ସଂସ୍କାର?
ସାଧାରଣତଃ ଏଭଳି କଥା ପରିବାର ଲୋକେ ମୃତ୍ୟୁ ପରେ ଚିନ୍ତା କରନ୍ତି।
କିନ୍ତୁ ଏବେ ନିଜ ଶେଷକୃତ୍ୟର ପ୍ରସ୍ତୁତି ନିଜେ କରିବାର ସୁଯୋଗ ଦେଉଛି ଏକ ଷ୍ଟାର୍ଟଅପ୍।
ଦିଲ୍ଲୀର 'ମୋକ୍ଷ ଭଏଜ୍' ନାମକ ଏହି ସଂସ୍ଥା ଜୀବିତ ଥିବା ସମୟରେ ନିଜ ଅନ୍ତିମ ସଂସ୍କାରର ଯୋଜନା କରିବାକୁ ସୁବିଧା ଦେଉଛି।
Advertisment ଏହି ସେବାରେ ଜଣେ ବ୍ୟକ୍ତି ନିଜ ଶେଷ ଇଚ୍ଛା ରେକର୍ଡ କରିପାରିବେ।
କେଉଁଠି ଅନ୍ତିମ ସଂସ୍କାର ହେବ, କେଉଁ ଧାର୍ମିକ ରୀତିନୀତି ପାଳନ ହେବ ଏବଂ କେଉଁମାନେ ଉପସ୍ଥିତ ରହିବେ, ସେସବୁ ଆଗୁଆ ସ୍ଥିର କରିପାରିବେ।
କେବଳ ଏତିକି ନୁହେଁ, ଅନ୍ତିମ ସଂସ୍କାରଠାରୁ ଆରମ୍ଭ କରି ଶବ ପରିବହନ, ଅସ୍ଥି ବିସର୍ଜନ, ପିଣ୍ଡଦାନ, ତେରୋଇ, ଶ୍ରାଦ୍ଧ ଓ ବାର୍ଷିକୀ ଭଳି କାର୍ଯ୍ୟର ବ୍ୟବସ୍ଥା ମଧ୍ୟ କରିପାରିବେ।
ଏଥିପାଇଁ ଜଣେ ବିଶ୍ୱସ୍ତ ପରିବାର ସଦସ୍ୟଙ୍କୁ ପ୍ରତିନିଧି ଭାବେ ଚୟନ କରିବାକୁ ସଂସ୍ଥା ପରାମର୍ଶ ଦେଉଛି।
ସେବା ନେବା ପୂର୍ବରୁ ଖର୍ଚ୍ଚ, କେଉଁ ସୁବିଧା ମିଳିବ, ଟଙ୍କା ଦେବାର ନିୟମ ଓ ବାତିଲ୍ ସର୍ତ୍ତ ଭଲ ଭାବେ ଯାଞ୍ଚ କରିବାକୁ ମଧ୍ୟ କୁହାଯାଇଛି।
Advertisment ବର୍ତ୍ତମାନ ଏହି ସଂସ୍ଥା ଦିଲ୍ଲୀ-ଏନ୍ସିଆର୍ ଓ ଗାଜିଆବାଦ ଅଞ୍ଚଳରେ ସେବା ଯୋଗାଉଛି।
ଭାରତରେ ମୃତ୍ୟୁ ଓ ଶେଷକୃତ୍ୟ ଭଳି ବିଷୟରେ ଖୋଲାଖୋଲି ଆଲୋଚନା କରିବାକୁ ଅନେକ ଲୋକ ଅସହଜ ମନେ କରନ୍ତି।
ହେଲେ ଏହି ଷ୍ଟାର୍ଟଅପ୍ର ଲକ୍ଷ୍ୟ ହେଉଛି, ଶେଷ ସମୟରେ ପରିବାର ଲୋକଙ୍କ ଅସୁବିଧା ଓ ଦ୍ୱନ୍ଦ୍ୱ କମାଇବା।
ଏବେ ପ୍ରଶ୍ନ, ଭାରତରେ ଏହି ନୂଆ ଧାରଣାକୁ କେତେ ଲୋକ ଗ୍ରହଣ କରିବେ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
