France’s music festival: ଫ୍ରାନ୍ସ ସଂଗୀତ ମହୋତ୍ସବରେ ଆତଙ୍କ: ମହିଳାଙ୍କୁ ସିରିଞ୍ଜ ଆକ୍ରମଣ-ଦୁଷ୍କର୍ମ

Jun 24, 2026 - 14:14
France’s music festival: ଫ୍ରାନ୍ସ ସଂଗୀତ ମହୋତ୍ସବରେ ଆତଙ୍କ: ମହିଳାଙ୍କୁ ସିରିଞ୍ଜ ଆକ୍ରମଣ-ଦୁଷ୍କର୍ମ

"ପ୍ୟାରିସ୍: ଫ୍ରାନ୍ସରେ ପ୍ରତିବର୍ଷ ମହାଆଡ଼ମ୍ବରରେ ଆୟୋଜିତ ହେଉଥିବା ଫେଟେ ଡେ ଲା ମ୍ୟୁଜିକ୍ ନାମକ ସଂଗୀତ ମହୋତ୍ସବ ଏଥର ହିଂସା ଏବଂ ଅପରାଧର କେନ୍ଦ୍ର ପାଲଟିଛି।

ଲକ୍ଷ ଲକ୍ଷ ଲୋକଙ୍କ ଯୋଗଦାନରେ ଏହି ଜାତୀୟ ସଂଗୀତ ମହୋତ୍ସବରେ ମହିଳାଙ୍କ ଉପରେ ଗୁରୁତର ଆକ୍ରମଣ ହୋଇଛି।

ଉତ୍ସବ ଏବଂ ଖୁସିରେ ପରିପୂର୍ଣ୍ଣ ଏହି କାର୍ଯ୍ୟକ୍ରମରେ ଛୁରାମାଡ଼,ଯୌନ ନିର୍ଯାତନା,ଦଳାଚକଟା ଏବଂ ବିଶୃଙ୍ଖଳାରଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି।

ଏହି ଘଟଣା ଯୋଗୁଁ ସମଗ୍ର ସଂଗୀତ ମହୋତ୍ସବର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନଉଠିଛି।Advertisment ଛୁରାମାଡ଼,ଯୌନ ନିର୍ଯାତନା,ଦଳାଚକଟା ଏବଂ ବିଶୃଙ୍ଖଳାର ଭୟଙ୍କର ଦୃଶ୍ୟ ଫରାସୀ ପୁଲିସ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତଥା କଡ଼ା ନଜର ରଖାଯିବା ଲାଗି ହେଲିକପ୍ଟର ଏବଂ ନିରୀକ୍ଷଣ ଡ୍ରୋନ୍‌ର ବ୍ୟାପକ ବ୍ୟବହାର କରାଯାଇଥିଲା।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଫ୍ରାନ୍ସରେ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ବହୁ ସଂଖ୍ୟାରେ ନିୟୋଜିତ କରାଯାଇଥିଲା।

ପୁଲିସ ଦେଶର ବିଭିନ୍ନ ସ୍ଥାନରୁ ଏହି ଘଟଣା ସହିତ ଜଡିତ ପ୍ରାୟ ୨୪୩ ଜଣଙ୍କୁ ଗିରଫ କରିଛି।

ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ୟାରିସର।

ସରକାର ସୁରକ୍ଷା ବ୍ୟବସ୍ଥା ନେଇ ସଫେଇ ଦେଇଥିବାବେଳେ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି।

କଡ଼ା ସତର୍କତାମୂଳକ ପଦକ୍ଷେପ ପୂର୍ବରୁ କାହିଁକି ନିଆଯାଇ ନଥିଲା ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି।ପ୍ୟାରିସ ଏବଂ ଅନ୍ୟାନ୍ୟ ଅନେକ ସହରର ମହିଳାମାନେ ଗୁରୁତର ଅଭିଯୋଗ ଆଣିଛନ୍ତି ଯେ ଭିଡ଼ ମଧ୍ୟରେ ହଠାତ୍ ସେମାନଙ୍କୁ ସିରିଞ୍ଜ ଦ୍ୱାରା ଫୋଡ଼ି ଦିଆଯାଇଥିଲା।

ଏହି ସିରିଞ୍ଜ ଆକ୍ରମଣ ପରେ, ଅନେକ ଅଚେତ ହୋଇଯାଇଥିଲେ।

ସେମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାକୁ ପଠାଯାଇଥିଲା।

ତଦନ୍ତକାରୀ ସଂସ୍ଥାଗୁଡ଼ିକ ତଦନ୍ତ କରୁଛନ୍ତି ଯେ, ଏହି ସିରିଞ୍ଜଗୁଡ଼ିକ କୌଣସି ନିଶାଦ୍ରବ୍ୟ କିମ୍ବା ବିପଦଜନକ ପଦାର୍ଥରେ ପରିପୂର୍ଣ୍ଣ ଥିଲା କି ନାହିଁ।

ସଙ୍ଗୀତ ମହୋତ୍ସବ ସମୟରେ ଘଟିଥିବା ହିଂସା କେବଳ ସିରିଞ୍ଜ ଆକ୍ରମଣ ପର୍ଯ୍ୟନ୍ତ ସୀମିତ ନଥିଲା।

ଯୌନ ନିର୍ଯାତନାର ଅନେକ ଭୟଙ୍କର ମାମଲା ମଧ୍ୟ ରିପୋର୍ଟ ହୋଇଛି।

ପୁଲିସ ଷ୍ଟେସନରେ କହୁ ସଂଖ୍ୟକ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନାର ଅଭିଯୋଗ କରାଯାଇଛି।

କର୍ତ୍ତୃପକ୍ଷ ସମସ୍ତ ମାମଲାକୁ ନିଶ୍ଚିତ କରି ନଥିଲେ ମଧ୍ୟ ଦାବି କରାଯାଇଛି ଯେ ଅଧିକାଂଶ ପୀଡିତା କମ୍ ବୟସର ଥିଲେ।

ଫରାସୀ କର୍ତ୍ତୃପକ୍ଷ କହିଛନ୍ତି ଯେ ସିରିଞ୍ଜ ଆକ୍ରମଣ ଏବଂ ଯୌନ ଆକ୍ରମଣର ସମସ୍ତ ଘଟଣାର ଏକ ପୁଙ୍ଖାନୁପୁଙ୍ଖ ତଥା ବିସ୍ତୃତ ତଦନ୍ତ ଚାଲିଛି।

ଫରେନସିକ୍ ଏବଂ ଡାକ୍ତରୀ ରିପୋର୍ଟ ଆସିବା ପରେ ହିଁ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ। https://sambad.in/district/puri/hotel-owner-murder-case-accused-encounter-by-police-12067229 "